ନାକ୍‌ ଟିମ୍‌କୁ ସମସ୍ୟା ଜଣାଇବେ ଭିଏସ୍‌ଏସ୍‌ ନଗରବାସୀ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା): ଆସନ୍ତା ସେପ୍ଟେମ୍ବରରେ ନାକ୍‌ ଟିମ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ ବୋଲି ସୂଚନା ମିଳିଛି। ତେବେ ନାକ୍‌ ଟିମ୍‌କୁ ଭେଟି ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ନଗରବାସୀ ସମସ୍ୟା ଜଣାଇବେ ବୋଲି କହିଛନ୍ତି। ପ୍ରାୟ ୩୯୨ ଏକର ଜମିରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ, ଅଧ୍ୟାପକ, କର୍ମଚାରୀ ଓ ଆଲୁମିନିଙ୍କ ଯାତାୟାତ ସୁବିଧା ପାଇଁ ତିନୋଟି ପ୍ରମୁଖ ଫାଟକ ରହିଥିଲା। ଉକ୍ତ ଫାଟକ ଦେଇ ୪୫ ବର୍ଷ ଧରି ଯିବା ଆସିବା ହେଉଥିଲା। ମାତ୍ର କୌଣସି କାରଣ ନ ଥାଇ ୨୦୨୨ ମେ ୧୫ରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଭିଏସ୍‌ଏସ୍‌ ନଗର ପାର୍ଶ୍ୱରେ ଥିବା ୩ ନମ୍ବର ଗେଟ୍‌କୁ ରବିବାର ଓ ଛୁଟି ଦିନରେ ବନ୍ଦ ରହିବ ବୋଲି ଏକ ନୋଟିସ ଗେଟ୍‌ରେ ଲଗାଇ ଦେଲେ। ଏହାର ସପ୍ତାହକ ମଧ୍ୟରେ ଗେଟ ବନ୍ଦ କରି ଏକ ବିରାଟ ପାଚେରି ନିର୍ମାଣ କରିଦିଆଯାଇଥିଲା। ଫଳରେ ବିଶ୍ୱବିଦ୍ୟାଳୟ ଓ ଏହା ଭିତରେ ଥିବା ସ୍କୁଲକୁ ଯିବାକୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏବେ ୫ କିଲୋମିଟର ବୁଲି ବୁଲି ଯାଉଛନ୍ତି। ଜାତୀୟ ରାଜପଥରେ ଯିବାକୁ ପଡୁଥିବାରୁ ଦୁର୍ଘଟଣା ବି ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ୧୯୯୨ ମସିହାରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଭିଏସ୍‌ଏସ୍‌ ନଗରବାସୀଙ୍କ ସହ ୫ ଖଣ୍ଡ ମଉଜାବାସୀଙ୍କ ପାଇଁ ଏକ ରାସ୍ତା ସିଡିପି ପ୍ଲାନ୍‌ରେ ରଖିଥିଲେ। ସେହି ରାସ୍ତା ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଜବର ଦଖଲ କରି ରଖିଥିବା ଅଭିଯୋଗ ହୋଇଛି। ଏହାକୁ ଛାଡିବା ପାଇଁ ରାଜ୍ୟ ସରକାର ଡିମାର୍କେଶନ କରି ବିଶ୍ୱବିଦ୍ୟାଳୟକୁ ପତ୍ର ଦେଇଥିଲେ ମଧ୍ୟ ଦୁଇ ମାସ ହେଲା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚକାଳି ଖେଳୁଛନ୍ତି ା ଏ ସମସ୍ତ ସମସ୍ୟା ସମାଧାନ ପାଇଁ ଆସନ୍ତା ମାସରେ ଆସିବାକୁ ଥିବା ନାକ୍‌ ଟିମକୁ ସାକ୍ଷାତ ପାଇଁ ନଗରବାସୀ ପ୍ରସ୍ତୁତ ହେଉଛନ୍ତି ବୋଲି ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲୀପ ଦାଶଶର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri