୨୬ରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ
କକଟକ ଅଫିସ,୨୫ା୫: ଆସନ୍ତା ୨୬ ତାରିଖରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବୁଧବାର ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ…
ଫୌଜଦାରି ମାମଲା ବିଚାରାଧୀନ ଥିଲେ ମିଳିବନି ପଦୋନ୍ନତି: ହାଇକୋର୍ଟ
କଟକ ଅଫିସ,୨୫ା୫: କୌଣସି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରି ମାମଲା ବିଚାରାଧୀନ ଥିଲେ ତାଙ୍କୁ ନିୟମିତ ବା ଅସ୍ଥାୟୀ ପଦୋନ୍ନତି ଦିଆଯାଇପାରିବ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର…
୯ ହସ୍ତତନ୍ତ, ୩ ହସ୍ତଶିଳ୍ପ ଉତ୍ପାଦକୁ ମିଳିଛି ଜିଆଇ ଟ୍ୟାଗ୍
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜ୍ୟରେ ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର…
ପେପରଲେସ୍ ଡିଏଲ୍, ଆର୍ସିରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ୫-ଟି ପଦକ୍ଷେପ ସ୍ବରୂପ ଆବେଦନକାରୀଙ୍କୁ ଡିଏଲ୍ ଓ ଆର୍ସି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପେପରଲେସ୍ (କାଗଜବିହୀନ) ଓ ଅସୁବିଧାମୁକ୍ତ କରିବା ଦିଗରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ୨୦୧୯ ସେପ୍ଟେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ଗୁଡ଼ିକୁ ଦଲାଲମୁକ୍ତ…
ସାତକୋଶିଆ କ୍ଷତ ଦେଖିଲେ ଟ୍ରିବ୍ୟୁନାଲ
ଅନୁଗୋଳ ଅଫିସ,୨୫ା୫: ଛତିଶଗଡ଼ ସରକାର ଏକପାଖିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ଜୀବନରେଖା ମହାନଦୀରେ ଜଳ ପ୍ରଭାବ କିଭଳି ସାଂଘାତିକ ଭାବେ ହ୍ରାସପାଇଛି, ବୁଧବାର ତାହା ଅନୁଧ୍ୟାନ କରିଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍। ଜୈବ ବିବିଧତାରେ ଭରପୂର…
ରାଜ୍ୟ ସଭା ସଦସ୍ୟଙ୍କ କାର୍ ଧକ୍କାରେ ସ୍କୁଟି ଆରୋହୀ ମୃତ
ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୫ା୫ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼-ତମିଆଁ ରାସ୍ତାର ତମିଅଁା ଛକ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇନ୍ଦପୁର…
ମଣିପୁରରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି
ଗୁଆହାଟୀ,୨୪ା୫: ମଣିପୁରରେ ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜାତି(ଏସ୍ସି) ବର୍ଗରେ ସାମିଲ କରାଯିବା ନେଇ ହାଇକୋର୍ଟଙ୍କ ରାୟ ଆସିବା ପରଠୁ ଉତ୍ତରପୂର୍ବ ରାଜ୍ୟରେ ହିଂସା ଥମିବାର ନାଁ ନେଉନାହିଁ। ମେ’ ୩ରୁ ଚାଲିଥିବା ସଂଘର୍ଷରେ ଅଦ୍ୟାବଧି ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି। ବୁଧବାର…
ମଜୁରି ଟଙ୍କା ମାଗିବାରୁ ହତ୍ୟା
ସଇଁତଳା,୨୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅଧୀନ ଦେଓଗାଁରେ ବୁଦ୍ଧଦେବ ନାଗ(୨୯)ଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ବୁଧବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦେବାଶିଷ ବେଣ୍ଟକାର ଓ ନକୁଳ ନାଗ। ଉଭୟଙ୍କୁ ସଇଁତଳା…
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା
ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବମନ୍ଦିରରୁ ବୁଧବାର ରାତିରେ ମହାଦେବ ବରଯାତ୍ରୀ…
ଜବରଦଖଲରେ କେନାଲ ଜାଗା,ଚାଷରୁ ମୁହଁ ଫେରାଇଲେଣି ଚାଷୀ
ନିରାକାରପୁର,୨୪ା୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ୧୯୮୧ ଡିସେମ୍ବର ୨୧ରେ ରାମେଶ୍ୱରଗଡ଼ଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ ନଦୀଠାରୁ ଦୂରରେ ଥିବା ଚାଷୀ କିଭଳି ଠିକ୍ ଭାବରେ ପାଣି ପାଇପାରିବେ ସେଥିପାଇଁ କେନାଲ…
ବିରୋଧୀଙ୍କ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୨୪ା୫: ଆସନ୍ତା ୨୮ ତାରିଖରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସଂସଦର ନୂଆ କୋଠାକୁ ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦ୍ଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ…
ସୋରଡ଼ାର ବିଭିନ୍ନ ଶୈବପୀଠରେ ଶୀତଳଷଷ୍ଠୀ
ସୋରଡ଼ା,୨୪ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଶୀତଳଷଷ୍ଠୀ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗାଜଲବାଡ଼ି ନିକଟ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ପ୍ରସିଦ୍ଧ ଶିବମନ୍ଦିରରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ କର୍ତ୍ତା ହୋଇ ଶିବ ପାର୍ବତୀଙ୍କ ବିବାହ…
Archives


