ବର୍ଷା ନାହିଁ, ଚାଷଜମିରେ ଗୋରୁ ଛାଡ଼ିଲେ ଚାଷୀ

କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁ ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନାର ଫସଲ ଆଖି ଆଗରେ ଉଜୁଡିବା ଦେଖି ଚାଷୀମାନେ ନିରାଶ ହୋଇ ଚାଷଜମିରେ ଗୋରୁ ଛାଡ଼ିଥିବା ଦେଖିବାକୁ ମିଳିଛି।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି, କୋକସରା ବ୍ଲକ କାଉଡୋଳା ପଞ୍ଚାୟତର କୁସୁମଖୁଣ୍ଟି ଗାଁରେ। ଗାଁର ଅନେକ ଚାଷୀ ଚାଷ ହେବା ଆଶା ଛାଡ଼ି ବୁଧବାର ଚାଷଜମିରେ ଗୋରୁ, ଛେଳିମେଣ୍ଡା ପଲ ଛାଡ଼ି ଦେଇଛନ୍ତି। ଚଳିତ ବର୍ଷ ଅନାବୃଷ୍ଟି କାରଣରୁ ବ୍ଲକର ଅନେକ ପଞ୍ଚାୟତରେ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏହି ଅଞ୍ଚଳରେ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନାହିଁ। କେବଳ ବର୍ଷାକୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷ କରିଥିଲେ। ହେଲେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସବୁ ଆଶାକୁ ନିରାଶାରେ ବଦଳେଇ ଦେଇଛି। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡ଼ି କୁସୁମଖୁଣ୍ଟି ଗାଁ ଅନେକ ଚାଷୀ ନିଜ ଚାଷଜମିରେ ଗୋରୁ, ଛେଳିମେଣ୍ଢା ପଲକୁ ଛାଡ଼ିଥିବା କହିଛନ୍ତି। ଆଗକୁ ସରକାର ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ନ ଦେଲେ ଦାଦନ ଯିବା ହିଁ ଏକମାତ୍ର ରାସ୍ତା ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି। କାଉଡୋଳା ଓ କୁସୁମଖୁଣ୍ଟି ଗ୍ରାମର ଚାଷୀ ନୀଳମାଧବ ସାହୁ, ତରୁଣ ଧ.ମାଝି, ଦିନେଶ କୁମାର ଧ. ମାଝି, ବିନୋଦ ଧ. ମାଝି, ଯୁଗେଶ୍ୱର ନାଗ, ମାନସିଂ ପାଣିଗ୍ରାହୀ, ଗୁପ୍ତେଶର ଧ. ମାଝିଙ୍କ ସମେତ ଅନ୍ୟ ଚାଷୀ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?