ନାମୀ ବ୍ରାଣ୍ଡ୍‌ରେ ନକଲି ପୋଷାକ

ବଲାଙ୍ଗୀର ଅଫିସ,୩୧ା୮(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ବୁଧବାର ସହରର ଲଖାନୀ ନ୍ୟୁ ଗାର୍ମେଣ୍ଟସ୍‌ରେ ଚଢ଼ାଉକରି ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ବ୍ରାଣ୍ଡେଡ୍‌ ରେଡିମେଡ୍‌ ଲୁଗାପଟା ଜବତ କରିଛି। ଏଥିସହ ଦୋକାନ ମାଲିକ ରାଜେଶ କୁମାର ଲଖାନୀ (୫୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ରାୟପୁରରୁ ବଲାଙ୍ଗୀରକୁ ନକଲି କମ୍ପାନୀର ଲୁଗାପଟା ବିପୁଳ ମାତ୍ରାରେ ଅଣାଯାଇ ସେଥିରେ ବ୍ରାଣ୍ଡେଡ୍‌ କମ୍ପାନୀର ଲୋଗୋ ଲଗାଯାଇ ଗ୍ରାହକଙ୍କୁ ଲୁଟ୍‌ କରାଯାଉଛି ବୋଲି ଏସ୍‌ଡିପିଓ ତୋଫାନ ବାଗ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ମୁମ୍ବାଇରୁ ଆସିଥିବା ମେସର୍ସ ନେତ୍ରିକା କନ୍‌ସଲ୍‌ଣ୍ଟିଂ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଜଣେ ସ୍ବୀକୃତିପ୍ରାପ୍ତ ଅଧିକାରୀ ଦୀପେଶ ଗୁପ୍ତା ବୁଧବାର ଟାଉନ୍‌ ଥାନାକୁ ଆସି ବ୍ରାଣ୍ଡେଡ୍‌ ଲୁଗାପଟା ବେପାରରେ କପିରାଇଟ୍‌ ଉଲ୍ଲଂଘନ କରାଯାଉଥିବା ଲିଖିତ ଭାବେ ଅଭିଯୋଗ କରିଥିଲେ। ଏସ୍‌ପି ଋଷିକେଶ ଖିଲାରୀ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ଏହାରି ଭିତରେ ଆନ୍ତଃ ରାଜ୍ୟ ରାକେଟ୍‌ ସକ୍ରିୟ ଥିବା ଅଭିଯୋଗକୁ ଭିତ୍ତିକରି ଏକ ସ୍ବତନ୍ତ୍ର ପୋଲିସ ଅନୁସନ୍ଧାନ ଟିମ୍‌ ଗଠନ କରିଥିଲେ। ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ ଗାନ୍ଧୀନଗର ବାଇପାସ୍‌ ନିକଟରେ ଥିବା ଲଖାନୀ ଗାର୍ମେଣ୍ଟସ୍‌୍‌ ଗୋଦାମରେ ଚଢ଼ାଉ କରିଥିଲେ। ସେଠାରେ ଥିବା ୩୪୬ଟି ଲେଭିସ୍‌ ଷ୍ଟ୍ରାଉସ୍‌ ଜିନ୍ସ, ୫୦୦ଟି ଅଣ୍ଡର ଆରମର ଟ୍ରାକ୍‌ପ୍ୟାଣ୍ଟ ଓ ୪୧୦ଟି କେଲଭିନ୍‌ କି୍ଳନ୍‌ ଜିନ୍ସ ଜବତ କରିଥିଲେ। ଜବତ ଗାର୍ମେଣ୍ଟସ୍‌ର ମୂଲ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ହେବ ବୋଲି ଏସ୍‌ଡିପିଓ ବାଗ ସୂଚନା ଦେଇଛନ୍ତି। ରାୟପୁରରୁ ନକଲି ବ୍ରାଣ୍ଡର ଲୁଗାପଟା କିଣି ବ୍ରାଣ୍ଡେଡ୍‌ କମ୍ପାନୀର ଲେବୁଲ ଲଗାଇ ଗ୍ରାହକଙ୍କୁ ବିକ୍ରି କରୁଥିଲେ।

ଗୋଟିଏ ପ୍ୟାଣ୍ଟ ବା ଶାର୍ଟରୁ ସେମାନେ ୧୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମୁନାଫା କମାଉଥିଲେ ବୋଲି ଅଭିଯୋଗକାରୀ ଗୁପ୍ତା କହିଛନ୍ତି। ଅଭିଯୁକ୍ତ ରାଜେଶ କୁମାର ଲଖାନୀଙ୍କ ଭୀମ ଭୋଇ ମେଡିକାଲ କଲେଜରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ବଲାଙ୍ଗୀର ସହରରେ ଅନେକ ଲୁଗା ବ୍ୟବସାୟୀ ଏଭଳି ନକଲି ବ୍ରାଣ୍ଡର କପଡ଼ା ବିକ୍ରି କରି ଜନସାଧାରଣଙ୍କୁ ଲୁଟ୍‌ କରିବା ସହ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି। ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri