ଶୁଖିଲା ଅଗଷ୍ଟ: ୧୨୨ ବର୍ଷର ରେକର୍ଡ ଭଙ୍ଗ

ଭୁବନେଶ୍ୱର,୩୧ା୮(ଅନିଲ ଦାସ)ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ଋତୁଚକ୍ରକୁ ଦେଖି କେଉଁ କାଳରୁ ଏହି ଲୋକକଥା ପ୍ରଚଳିତ ହୋଇଆସିଛି। ଏବେ ଆଉ ଶ୍ରାବଣରେ ଘନଘନ ବର୍ଷା ନାହିଁ। ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ଅଗଷ୍ଟ ମାସରେ ସାରା ରାଜ୍ୟ ଭୟଙ୍କର ଶୁଷ୍କ ପରିବେଶର ସମ୍ମୁଖୀନ ହୋଇଛି। ଦେଶରେ ମଧ୍ୟ ସମାନ ଅବସ୍ଥା। ଅଗଷ୍ଟ ମାସର ଶୁଖିଲା ଦିନ ଗତ ୧୨୨ ବର୍ଷର ରେକର୍ଡକୁ ଭାଙ୍ଗିଛି। ୧୯୦୧ ପରଠାରୁ ଭାରତରେ ଏଭଳି ଶୁଷ୍କ ମାସ କେବେ ଦେଖିବାକୁ ମିଳି ନ ଥିଲା। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ମାସରେ ୩୩ ପ୍ରତିଶତ ବର୍ଷା କମ୍‌ ହୋଇଛି। ସ୍ବାଭାବିକ ଭାବେ ଏହି ମାସରେ ୨୪୧ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୧୬୦.୩ ମିଲିମିଟର।

ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏଲନିନ୍ୟୋ ପ୍ରଭାବ ଯୋଗୁ ସମଗ୍ର ଦେଶ ବର୍ଷାଭାବ ପରିସ୍ଥିତିର ସମ୍ମୁଖୀନ ହେଉଛି। ଭାରତ ମହାସାଗରର ଉପରି ଭାଗ ଜଳର ତାପମାତ୍ରା ବୃଦ୍ଧି ହେବା କାରଣରୁ ମୌସୁମୀ ପ୍ରଭାବିତ ହୋଇଛି। ମୌସୁମୀ ପ୍ରବେଶର ମଧ୍ୟଭାଗରେ ଏଲନିନ୍ୟୋର ଉତ୍ପତ୍ତି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବ ୨୦୨୪ ମାର୍ଚ୍ଚ ଯାଏ ବଳବତ୍ତର ରହିବ ବୋଲି ମନ୍‌ସୁନ ମିଶନ କ୍ଲାଇମେଟ୍‌ ଚେଞ୍ଜ ଫୋର୍‌କାଷ୍ଟିଂ ସିଷ୍ଟମ୍‌(ଏମ୍‌ଏମ୍‌ସିଏଫ୍‌ଏସ୍‌) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ମାସଗୁଡ଼ିକରେ ମଧ୍ୟ ଉତ୍ତର ଏବଂ ପୂର୍ବ ଭାରତ ରାଜ୍ୟଗୁଡ଼ିକ ଆହୁରି ଶୁଷ୍କ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୌସୁମୀ ସମୟ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ସ୍ବାଭାବିକଠାରୁ ୮% କମ୍‌ ବର୍ଷା ହେବ। ୨୦୧୫ରେ ଦେଶରେ ଏଲନିନ୍ୟୋ ପ୍ରଭାବ ଯୋଗୁ ଏଭଳି ଶୁଷ୍କ ପରିବେଶ ସୃଷ୍ଟି ହୋଇଥିବା କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ଯୋଗୁ ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରବଳ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସାଧାରଣତଃ ଜୁଲାଇ ଏବଂ ଅଗଷ୍ଟ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଥାଏ। ତେବେ ଚଳିତ ବର୍ଷ ଏଥିରେ ୪ରୁ ୫ ଡିଗ୍ରୀ ବୃଦ୍ଧି ହୋଇଛି। କେତେକ ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀକୁ ମଧ୍ୟ ଟପିଯାଉଛି। ବର୍ଷା ନ ଥିବା ବେଳେ ଉତ୍ତପ୍ତ ପରିବେଶ ଚାଷ ପାଇଁ ବଡ ବିପତ୍ତି ଡାକି ଆଣିଛି। ବିଲରେ ପାଣି ନ ଥିବାରୁ ଚାଷୀ ହତାଶ ହୋଇ ବସିଛନ୍ତି। ଉପକୂଳର ଅନେକ ଜିଲାରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଯେଉଁ କେତେକ ଜିଲାରେ ଜୁଲାଇ ଲଘୁଚାପ ବର୍ଷା ଯୋଗୁ ଧାନତଳି ରୁଆ ହୋଇଥିଲା ସେ ସବୁ ହଳଦିଆ ପଡ଼ିଗଲାଣି।

ଏ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୪ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ୩୦ ତାରିଖ ଯାଏ ରାଜ୍ୟରେ ୯୦୬.୫ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ମାତ୍ର ୭୮୩.୧ ମିଲିମିଟର । ରାଜ୍ୟର ୧୧ ଜିଲାର ଅନେକ ବ୍ଲକ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲାରେ ସ୍ବାଭାବିକଠାରୁ ୪୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ୩୭, ଗଞ୍ଜାମ ୩୫, କଳାହାଣ୍ଡି ୩୬, ପୁରୀ ୨୬, ଯାଜପୁର ୨୮, ଜଗତ୍‌ସିଂହପୁର ୨୮, ରାୟଗଡ଼ା ୨୫, କୋରାପୁଟ ୨୨, କଟକ ୨୬ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ନବରଙ୍ଗପୁର ଜିଲାର ୧୦ଟି ବ୍ଲକ, ଗଞ୍ଜାମର ୨୨ ବ୍ଲକ ଏବଂ କେନ୍ଦ୍ରାପଡ଼ାର ୯ ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛି।

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆପତ୍‌କାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ କହିଛନ୍ତି, ରାଜ୍ୟର କେତେକ ଅଞ୍ଚଳରେ ଦେଖାଦେଇଥିବା ବର୍ଷାଭାବର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ସେପ୍ଟେମ୍ବରରେ ଭଲ ବର୍ଷା ହୋଇ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri