Home Left

ଲୋକ ସଭା ନିର୍ବାଚନକୁ ନେଇ କଙ୍ଗନା ରାଣାୱତଙ୍କ ବଡ଼ ବୟାନ

ମୁମ୍ବାଇ,୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହରିଦ୍ୱାରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ନିରଂଜନି ଅଖାଡେ ଆଚାର୍ଯ୍ୟ ମହାମଣ୍ଡେଶ୍ୱର କୈଲାଶନନ୍ଦ ଗିରିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏଥିସହ ଦକ୍ଷିଣ କାଳୀ ମନ୍ଦିରରେ ମାତାଙ୍କୁ ପୂଜା କରି ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଥିଲେ।…

ଦୁଇ ମିଲିସିଆ ଗିରଫ, ମାଓ ବ୍ୟାନର ଓ ପୋଷ୍ଟର ଜବତ

ନବରଙ୍ଗପୁର,୧।୫(ବି.ପ୍ର.): ଡିଭିଏଫ୍‌ ଫୋର୍ସ ୩୦ତାରିଖରେ ଦୁଇ ମିଲିସିଆଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହେମାଲାଲ ନାଗେଶ(୩୧) ଓ ପ୍ରକାଶ ମାର୍କମ(୨୦)। ହେମାଲାଲ ଏବଂ ପ୍ରକାଶ ମେନପୁର, ନୂଆପଡା ଉଦନ୍ତୀ ମାଓ ସଂଗଠନର ମିଲିସିଆ ଭାବେ କାମ କରୁଥିଲେ। ଉଦନ୍ତୀ ଏଲୋସି,…

ଆପଣ କର୍ନାଟକ ପାଇଁ କ’ଣ କରିଛନ୍ତି? ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ

ବେଙ୍ଗାଲୁରୁ,୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ’ ୧ରେ ନିଜ ଦଳ ପାଇଁ କର୍ନରଟକର ତୁମକୁର ତୁରୁବୁକେରେ ପହଞ୍ଚି ପ୍ରଚାର କରିଛନ୍ତି। ତେବେ ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ…

ଜିକା ଭାଇରସ ପାଇଁ ଏହି ଦେଶରେ ଆରମ୍ଭ ହେଲା ପ୍ରଥମ ମାନବ ପରୀକ୍ଷଣ

ଲଣ୍ଡନ,୧।୫: କରୋନା ଭାଇରସ ପୂର୍ବରୁ ଦେଶରେ ଭୟାବହ ସୃଷ୍ଟି କରିଥିବା ଜିକା ଭାଇରସ ପାଇଁ କୌଣସି ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ବର୍ତ୍ତମାନ ଏହାର ଟିକାକରଣର ପ୍ରଥମ ମାନବ ପରୀକ୍ଷଣ ଗ୍ରେଟ ବ୍ରିଟେନ (ଯୁକ୍ତରାଜ୍ୟ)ର ଏକ ବିଶ୍ୱବିଦ୍ୟାଳୟରେ ଆରମ୍ଭ…

ବଳାତ୍କାର ଉଦ୍ୟମ ଘଟଣା: ୪ ବର୍ଷ ପରେ ମିଳିଲା ଦଣ୍ଡ

କେନ୍ଦୁଝର,୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ଏସ୍‌. ତ୍ରିପାଠୀ ସୋମବାର ଜଣେ ନାବାଳିକା ବଳାତ୍କାର ଉଦ୍ୟମ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଅଜୟ ନାୟକ ନାମକ ଜଣେ ଯୁବକଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ…

ବିଜେଡି କର୍ମୀଙ୍କୁ ଗୁଳିକରି ହତ୍ୟା

ବଡ଼ବିଲ,୧ା୫(ସ୍ବ.ପ୍ର.): ବଡ଼ବିଲରେ ପୁଣି ଗୁଳିକାଣ୍ଡ ଘଟିଛି। ସୋମବାର ମନି ଟାୱାର ନିକଟ ଛକରେ ଯୁବକଙ୍କୁ ଗୁଳିକରି ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ସୁନୀଲ ସିହ୍ନା ଓରଫ ଭୋଲା। ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୯ଟା…

ଟ୍ରକ୍‌ ଚାପାରେ ମହିଳାଙ୍କ ମୃତ୍ୟୁ

ଅନୁଗୋଳ, ୧।୫: ଅନୁଗୋଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଊର୍ମିଳା ରାଉତ। ତାଙ୍କ…

ନିର୍ବାଚନ ଦାୟିତ୍ୱରେ ଥିବା କନଷ୍ଟେବଲଙ୍କ ମୃତ୍ୟୁ

ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ଉପନିର୍ବାଚନ ଦାୟିତ୍ୱରେ ଥିବା ଜଣେ ପୋଲିସ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଟିକାୟତ ନାଏକ(୫୦) । ସେ ବୈଶିଙ୍ଗା ଥାନାରେ କାର୍ଯ୍ୟ କରନ୍ତି । ପଞ୍ଚାୟତ…

ୱାର୍ଡମେମ୍ବର ନିର୍ବାଚନ ପ୍ରସ୍ତୁତି ଶେଷ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ଦଳ

ସୋରଡା,୧।୫(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ଖାଲି ପଡିଥିବା ୱାର୍ଡ ସଭ୍ୟା ଏବଂ ସଭ୍ୟଙ୍କ ପାଇଁ ମେ’ ୨ ତାରିଖ ମଙ୍ଗଳବାର ନିର୍ବାଚନ ହେବା। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୋରଡା ବ୍ଲକର ୨୬ ପଞ୍ଚାୟତ ମଧ୍ୟରୁ ୧୪…

ସ୍ବାସ୍ଥ୍ୟୋପକାରୀ ବାଷ୍ପଶୀଳ ତୈଳ

ପ୍ରଗତିଶୀଳ ପୃଥିବୀରେ ଏବେ ମଣିଷ ନିଜର ଜୀବନଶୈଳୀ ଉପରେ ବିଶେଷ ଯତ୍ନବାନ୍‌। ତେଣୁ ବୈଜ୍ଞାନିକମାନେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ବିଭିନ୍ନ ନୂଆ ନୂଆ ଜିନିଷ ଉଦ୍ଭାବନ କରିଆସୁଛନ୍ତି। ତନ୍ମଧ୍ୟରୁ ବାଷ୍ପଶୀଳ ତୈଳ ଅନ୍ୟତମ ସଫଳ ଉଦ୍ୟମ। ତେବେ ଏହି ବାଷ୍ପଶୀଳ…

ଏକତା ରଖି ସଂଗଠିତ ହେବାକୁ ଆହ୍ବାନ

ଛତ୍ରପୁର,୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ସୋମବାର ଗୋପାଳପୁର ବନ୍ଦର ନିକଟ ଆର୍ଯ୍ୟପଲ୍ଲୀ କମ୍ୟୁନିଟି୍‌ ହଲ୍‌ରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଜିଲା ଉପସଭାପତି…

ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦାରିଙ୍ଗବାଡି,୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ ନ ଥିଲେ ସାରା ବିଶ୍ୱ ଆଜି ସମସ୍ୟାରେ ପଡିଥାନ୍ତା। ବିନା ଶ୍ରମିକରେ ଗାଁଠାରୁ ସହର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri