ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରୀଛାତ୍ରଙ୍କୁ ଠକେଇ

ଭୁବନେଶ୍ୱର,୧୬।୯ (ସତ୍ୟଜିତ୍‌ ରାଉତ): ୟୁକ୍ରେନ୍‌ ଫେରନ୍ତା ମେଡିକାଲ୍‌ ଛାତ୍ରୀଛାତ୍ରଙ୍କୁ ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଭୁବନେଶ୍ୱରସ୍ଥିତ ‘ଗ୍ଲୋବାଲ୍‌ ଫୋକସ୍‌ ଏଜୁକେଶନ୍‌ ପ୍ରାଇଭେଟ୍‌ ଲିଃ’ର ପୂର୍ବତନ ନିର୍ଦ୍ଦେଶକଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ରଙ୍ଗବଜାରରେ ରହୁଥିବା ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳର ସ୍ବାଧୀନ ମହାପାତ୍ର (୩୧)। ଅଭିଯୁକ୍ତ ସ୍ବାଧୀନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଶହୀଦନଗର ଭୋଇ ନଗରରେ ଗ୍ଲୋବାଲ୍‌ ଫୋକସ୍‌ ଏଜୁକେଶନ୍‌ ସଂସ୍ଥାର ଅଫିସ ରହିଛି। ଏହି ସଂସ୍ଥା ଗତ ୫ବର୍ଷ ହେଲା ବିଦେଶୀ ଏଜୁକେଶନ୍‌ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛି। ସଂସ୍ଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ୍‌, ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ୍‌ ପଢ଼ିବାକୁ ଛାତ୍ରୀଛାତ୍ରଙ୍କୁ ସହଯୋଗ କରିଥାଏ। ଅଭିଯୁକ୍ତ ସ୍ବାଧୀନ ୨୦୧୯ ଏପ୍ରିଲ୍‌ ୨୯ରୁ ଚଳିତବର୍ଷ ଫେବୃୟାରୀ ୨୧ ପର୍ଯ୍ୟନ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବାବେଳେ ଉକ୍ତ ସଂସ୍ଥା ସହାୟତାରେ ୟୁକ୍ରେନ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ସ୍ବାଧୀନ ଠକିଥିବା ଅଭିଯୋଗ ହୋଇଥିଲା। ୟୁକ୍ରେନ୍‌-ରୁଷିୟା ଯୁଦ୍ଧ ସମୟରେ ୟୁକ୍ରେନ୍‌ ବିଶ୍ୱ ବିଦ୍ୟାଳୟରୁ ମେଡିକାଲ ପାଠ ଅଧାରୁ ଛାଡ଼ି ଓଡ଼ିଶା ଫେରି ଆସିଥିବା ୬୫ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଟିସି (ଟ୍ରାନ୍ସକ୍ରିପ୍ଟସ୍‌ ଏଣ୍ଡ୍‌ ସାର୍ଟିଫିକେଟ୍‌ସ) ସେଠାରୁ ନେଇ ଆସିବାକୁ କହି ସ୍ବାଧୀନ ଫସାଇଥିଲେ। ୨୦୨୨ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୬୫ ଛାତ୍ରୀଛାତ୍ରଙ୍କୁଠାରୁ କମ୍ପାନୀକୁ ନ ଜଣାଇ ସ୍ବାଧୀନ ଏଥିପାଇଁ ମୋଟ ୪୩ ଲକ୍ଷ ୭୨ ହଜାର ୧୫ ଟଙ୍କା ନେଇଥିଲେ। ସ୍ବାଧୀନ ତାଙ୍କ ମା’ଙ୍କ ଆକାଉଣ୍ଟ ଜରିଆରେ ଏସବୁ ଟଙ୍କା ଗ୍ରହଣ କରିଥିଲେ। ତେବେ ଟଙ୍କା ନେବା ପରେ ସେ ଛାତ୍ରୀଛାତ୍ରଙ୍କୁ ଟିସି ଆଣିବାର ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ଟଙ୍କା ଦେଇଥିବା ଛାତ୍ରୀଛାତ୍ର ଏନେଇ କମ୍ପାନୀରେ ଅଭିଯୋଗ କରିଥିଲେ। ବିବାଦ ପରେ ସ୍ବାଧୀନ ଉକ୍ତ କମ୍ପାନୀ ଛାଡ଼ି ଦେଇଥିଲେ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମିର୍ଜା ଅବଦୁଲ୍‌ ଜାହିର୍‌ ବାଗ୍‌ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ସେପ୍ଟେମ୍ବର ୯ରେ ଏକ ମାମଲା (ନଂ.୩୩୨/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri