ବେଳାଭୂମି ସଫେଇରେ ସମର୍ପିତ ଦୁଇ ଯୁବକ

ଭୁବନେଶ୍ୱର, ୧୬ା୯(ଅସମାପିକା ସାହୁ): ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଶନିବାରକୁ ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ବେଳାଭୂମି ସହ ସମୁଦ୍ରକୁ ପ୍ରଦୂଷଣରୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ବହୁ ସାମାଜିକ ସଂସ୍ଥା ଓ ଅନୁଷ୍ଠାନ ଆମ ରାଜ୍ୟର ଉପକୂଳକୁ ସଫା କରିଥାନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ଦୁଇଜଣ ଯୁବକ ଉପକୂଳ ଅଞ୍ଚଳରେ ସ୍ବଚ୍ଛତା ପାଇଁ ନିଜକୁ ସମର୍ପିତ କରିଛନ୍ତି। ପରିବେଶ ସହ ସମୁଦ୍ରକୁ ସୁରକ୍ଷା ଦେବାରେ ଅଣ୍ଟା ଭିଡ଼ିଥିବା ଏହି ଦୁଇ ଯୁବକ ସେମାନଙ୍କ କାର୍ଯ୍ୟ ପାଇଁ ଏବେ ଜାତୀୟ ସ୍ତରରେ ପ୍ରଶଂସା ସାଉଣ୍ଟିଛନ୍ତି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଓରତ ଗ୍ରାମର ବାପି ଗୋଚ୍ଛାୟତ। ୨୭ବର୍ଷୀୟ ବାପି ଜୀବିକା ନିର୍ବାହ ପାଇଁ ପାରାଦୀପର ଏକ ଶିକ୍ଷାନୁଷ୍ଠାନରେ କାମ କରୁଛନ୍ତି। ହେଲେ ସମୟ ମିଳିଲେ ସେ ବେଳାଭୂମି ଓ ଆଖପାଖ ଅଞ୍ଚଳକୁ ସଫେଇ କରନ୍ତି। ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲକ୍ଷ୍ୟ ନେଇ ୨ବର୍ଷ ହେବ ସେ ଏଭଳି କାର୍ଯ୍ୟ କରୁଛନ୍ତି। ପାରାଦୀପ ଉପକୂଳରୁ ସେ ଏ ପର୍ଯ୍ୟନ୍ତ ୩ ଟନ୍‌ରୁ ଉର୍ଦ୍ଧ୍ୱ ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ କରି ପାରାଦୀପ ପୌରପାଳିକାକୁ ହସ୍ତାନ୍ତର କରିଛନ୍ତି। ନିଜେ ସଫା କରିବା ସହିତ ଉପକୂଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଏଥିପାଇଁ ସେ ସଚେତନ କରାଇଥାନ୍ତି। ବେଳାଭୂମି ସହିତ ମହାନଦୀ କୂଳ ମଧ୍ୟ ସଫେଇ କରନ୍ତି ବାପି। ଏ ସମ୍ପର୍କରେ ସେ କୁହନ୍ତି, ପରିବେଶକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା। ସମୁଦ୍ର କୂଳକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି ଏବଂ ପ୍ଳାଷ୍ଟିକ ସମେତ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପକାଇଥାନ୍ତି। ପ୍ଲାଷ୍ଟିକ ସାମୁଦ୍ରିକ ପରିସଂସ୍ଥାକୁ ଏହା ନଷ୍ଟ କରିଥାଏ। ସାମୁଦ୍ରିକ ଜୀବ ଏଥିରେ ପ୍ରଭାବିତ ହୁଅନ୍ତି। ଏମାନଙ୍କ ସୁରକ୍ଷା ଆମ ହାତରେ ରହିଛି। ତେଣୁ ଆମେ ସମସ୍ତେ ମିଳିମିଶି ଉପକୂଳକୁ ସଫା କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ବାପି କୁହନ୍ତି।
ବାପି ଭଳି ଆଉ ଜଣେ ଯୁବକ ହେଉଛି ଖୋର୍ଦ୍ଧା ବାଲିପାଟଣାର ରାହୁଲ ମହାରଣା। ଯୁକ୍ତ୨ ପଢ଼ିବା ସମୟରୁ ସେ ଉପକୂଳ ସଫେଇ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପରିବେଶ ସୁରକ୍ଷା ପ୍ରତି ନିଜକୁ ସମର୍ପି ଦେଇଥିବା ରାହୁଲ ୨୦୧୮ରୁ ଏହି କାର୍ଯ୍ୟ କରି ଆନନ୍ଦ ପାଉଛନ୍ତି। ଉପକୂଳ ସଫା କରିବା ସହିତ ସେ ଏବେ ହେନ୍ତାଳ ବଣର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ଗତ କିଛିମାସ ହେବ ସେ ଅସୁସ୍ଥତା ଯୋଗୁ ଏହି କାମ କରିପାରୁ ନ ଥିବାବେଳେ ଆଗକୁ ପୁଣି ଏଥିରେ ନିୟୋଜିତ ହେବେ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri