୩ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ

ଭୁବନେଶ୍ୱର, (ଅଭିଜିତ ଦାସ)/ବଲାଙ୍ଗୀର (ବୀରେନ୍ଦ୍ର ଝାଙ୍କର) /ବରଗଡ (ପ୍ରେମାନନ୍ଦ ଖମାରୀ) /ସୁନ୍ଦରଗଡ,୧୬।୯ (ଜୟ ନାରାୟଣ ମେଣ୍ଡୁଳି): ରାଜ୍ୟରେ ଏବେ ଡେଙ୍ଗୁ ସହ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ଗତ କିଛିଦିନ ହେବ ଚିଗର ନାମକ ବିଷାକ୍ତ ପୋକ କାମୁଡାରୁ ଏହି ସ୍କ୍ରବ ଟାଇଫସ୍‌ ରୋଗ ରାଜ୍ୟରେ ବ୍ୟାପୁଥିବାବେଳେ ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାବେଳେ ୬ଜଣଙ୍କ ଜୀବନ ଯାଇଛି। ତେବେ ଏହାକୁ ନେଇ ବରଗଡ, ସୁନ୍ଦରଗଡ ଓ ବଲାଙ୍ଗୀର ଜିଲାରେ ଏକପ୍ରକାର ଆତଙ୍କିତ ପରିସ୍ଥିତି ଲାଗି ରହିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲା ହସ୍ପିଟାଲରେ ଆଣ୍ଟିବାୟୋଟିକ୍‌ ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ରୋଗରେ ବରଗଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଦିନ ତଳେ ସୁନ୍ଦରଗଡରେ ଜଣଙ୍କର ଜୀବନ ଯାଇଛି। ଗତ ୧୩ ତାରିଖ ସୁଦ୍ଧା ବରଗଡ ଜିଲାରେ ୧୭୮ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୪ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ୧୪ ତାରିଖ ସୁଦ୍ଧା ବଲାଙ୍ଗୀର ଜିଲାରେ ୪୮୦ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୮୦ ଜଣ ଓ ସୁନ୍ଦରଗଡ ଜିଲାରେ ୮୨୩ ରକ୍ତ ନମୁନାରୁ ୧୬୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ ଜିଲାର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାହ୍ନୁ ଚରଣ ନାୟକ କହିଛନ୍ତି, ଜିଲାରେ ଜଣେ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଛି। ବର୍ତ୍ତମାନ ଜିଲାର ମଝାପଡା ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହସ୍ପିଟାଲରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଅନ୍ୟପକ୍ଷରେ ସ୍କ୍ରବ୍‌ ଟାଇଫସ୍‌ ବ୍ୟାପିବାକୁ ରୋକିବା ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଗତ ୧୩ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାର ସିଡିଏମ୍‌ଓଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ହସ୍ପିଟାଲରେ ଟେଷ୍ଟିଂ କିଟ୍‌ ଓ ଔଷଧ ମହଜୁଦ୍‌ ରଖିବା ସହ ଡାକ୍ତରୀ ଦଳଙ୍କ ଦ୍ୱାରା ରୋଗର ସର୍ଭେଲାନ୍ସ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ସ୍କ୍ରବ ଟାଇଫସ ରୋଗ ବର୍ତ୍ତମାନ ସର୍ଭେଲାନ୍ସ ଭିତରେ ରହିଛି। ଗତବର୍ଷ ୧୦ ହଜାର ସ୍କ୍ରବ୍‌ ଟାଇଫସ ଟେଷ୍ଟ ହୋଇଥିଲା। ଚଳିତବର୍ଷ ଜୁଲାଇ ସୁଦ୍ଧା ୮ ହଜାରରୁ ଅଧିକ ଟେଷ୍ଟ ହୋଇସାରିଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜିଲାରୁ ସ୍କ୍ରବ ଟାଇଫସ କେସ୍‌ ଆସୁଛି। ତେବେ ଗତବର୍ଷ କେନ୍ଦୁଝର ଜିଲାରୁ ସର୍ବାଧିକ କେସ୍‌ ଆସିଥିବାବେଳେ ଚଳିତବର୍ଷ ବରଗଡ, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲାରୁ ଆସୁଛି। ପ୍ରତି ଜିଲାର ଡାକ୍ତରମାନଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସ୍କ୍ରବ ଟାଇଫସ ରୋଗରେ ମୃତ୍ୟୁ ହୋଇଥିବା ମୃତକଙ୍କ ରିପୋର୍ଟ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ଏହି ରୋଗ ସାଧାରଣତଃ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବା। ପୋକ କାମୁଡିବାର ୩ ସପ୍ତାହ ମଧ୍ୟରେ ଜ୍ୱର ହୁଏ । ୧୦ ଦିନ ଭିତରେ ଜ୍ୱର ଭଲ ହେବା କଥା। ଯଦି ଜ୍ୱର ଭଲ ନ ହୁଏ, ରୋଗ ଜଟିଳ ହେଲେ ମୃତ୍ୟୁ ଆଶଙ୍କା ରହିଛି। ଏହା ଯୋଗୁ ନିମୋନିଆ, କିଡନୀ, ଲିଭର ଓ ବ୍ରେନ୍‌ ଆଫେକ୍ଟ ହେବାର ଅଧିକ ଆଶଙ୍କା ରହିଛି। ଏଣୁ ବିଲ ବାଡିରେ କାମ କରୁଥିବା ଲୋକ, ଜଙ୍ଗଲ ଯାଉଥିବା ଲୋକ ଫୁଲ୍‌ ହାତ ଶାର୍ଟ ପିନ୍ଧନ୍ତୁ ଓ ସତର୍କ ରୁହନ୍ତୁ ବୋଲି ଡା. ମିଶ୍ର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?