ପଟ୍ଟାମୁଣ୍ଡାଇରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ

ପଟ୍ଟାମୁଣ୍ଡାଇ,୧୭ା୯(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଖୁଲମ୍‌ଖୁଲା ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ନିମ୍ନମାନର ଔଷଧ ବଜାରରେ ବିକ୍ରି ଓ ସପ୍ଲାଏ କରାଯାଉଛି। ରୋଗରୁ ଉପଶମ ପାଇଁ ନକଲି ଡାକ୍ତର ଦେଉଥିବା ଔଷଧ ମୃତ୍ୟୁର କାରଣ ସାଜିପାରେ, ଏହା କେହି କଳ୍ପନାରେ ସୁଦ୍ଧା ଭାବିପାରିବେ ନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପରିଦର୍ଶନ ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।

ସାମାଜିକ କର୍ମୀ ରବୀନ୍ଦ୍ର ଭଟ୍ଟ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ କି ଜିଲା ଭେଷଜ ନିୟନ୍ତ୍ରକ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରିଛନ୍ତି। ଏହି ବିଭାଗ ସମ୍ପ୍ରତି ଅସାଧୁ ଔଷଧ ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଛି। ଜିଲା ଭେଷଜ ନିରୀକ୍ଷକ ନୀରବଦ୍ରଷ୍ଟା ସାଜିବାରୁ ବେଆଇନ ଔଷଧ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ସେହିପରି ଜିଲା ସ୍ବାସ୍ଥ୍ୟ ବିଭାଗ ନୀରବ ରହିବାରୁ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ଡାକ୍ତରମାନେ ନାମୀଦାମୀ କମ୍ପାନୀ ନାଁରେ ନକଲି ଔଷଧ ଯୋଗାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ବୁଦ୍ଧିଜୀବୀ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ଜିଲାର ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର ଓ ମହାକାଳପଡ଼ା ପ୍ରଭୃତି ଅଞ୍ଚଳରେ ଏବେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି। ଭୁଲ୍‌ ଚିକିତ୍ସା ଯୋଗୁ ରୋଗୀଙ୍କ ପ୍ରାଣ ମଧ୍ୟ ଯାଉଛି। ଏମିତି ଅସଂଖ୍ୟ ନକଲି ଡାକ୍ତରଙ୍କୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେଉଛି। ମାତ୍ର ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ବିଶେଷକରି ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ବଜାର ଏବଂ ହସ୍ପିଟାଲ ପାଖରେ ରହିଛି ଏହିସବୁ ନକଲି ଡାକ୍ତରଙ୍କ କ୍ଲିନିକ୍‌। ଏଠାରେ ସମସ୍ତ ରୋଗର ଔଷଧ ଓ ଉପଚାର ଉପଲବ୍ଧ ହେଉଛି। ଜୁଲାଇ ୧୫ରେ ଏମିତି ଜଣେ ନକଲି ଡାକ୍ତରଙ୍କଠାରୁ ଔଷଧ ଖାଇ ରାଜନଗର ବିଲିକଣା ଶାସନର ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ କୁମାର ବାରିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ଥାନୀୟ ପ୍ରଶାସନ ନିଦରୁ ଉଠି ବିଳିବିଳେଇବା ପରି ଜଣେ ଅଧେଙ୍କ କ୍ଲିନିକ୍‌ ବନ୍ଦକରି ଏବେ ପୁଣି ନିଦରେ ଶୋଇପଡିଛି ଜିଲା ସ୍ବାସ୍ଥ୍ୟ ଓ ଭେଷଜ ନିୟନ୍ତ୍ରକ ବିଭାଗ। ଜଣେ ରୋଗୀ କହିଛନ୍ତି, ସରକାରୀ ହସ୍ପିଟାଲରେ ଯେଉଁ ମେଡିସିନ ଦିଆଯାଉଛି ତା’ଠାରୁ ଭଲ ଗାଁ ଗହଳି ଡାକ୍ତର ଓ କବିରାଜଙ୍କ ପାଖରେ ମିଳୁଛି। ହସ୍ପିଟାଲରେ ଲମ୍ବାଧାଡ଼ିରେ ଛିଡାହେବା ଓ ଏଠୁ ସେଠିକି ଧାଇଁବାକୁ ପଡୁଥିବାରୁ ସେମାନେ ଏହିସବୁ କ୍ଲିନିକ୍‌ ଉପରେ ନିର୍ଭର କରୁଛନ୍ତି। ତେବେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ନିରାମୟ ଯୋଜନାରେ ଉପଲବ୍ଧ ଔଷଧ ଲେଖୁନାହାନ୍ତି। ବାହାର ଦୋକାନରେ ମିଳୁଥିବା ଔଷଧ ପ୍ରାୟ ୧୦୦୦ରୁ ୧୫୦୦ ଟଙ୍କା ଭଳି ଲେଖୁଛନ୍ତି। ଅଧିକାଂଶ ଔଷଧ ଫୋପଡ଼ା ହେଉଛି।

ସେଥିଲାଗି ଆମେ ଗଁା ଗହଳିରେ ଥିବା ଔଷଧ ଦୋକାନ ଓ ଡାକ୍ତରଙ୍କୁ ଦେଖାଇଲେ ୧୦୦ ଟଙ୍କା ଭିତରେ ରୋଗ ଭଲ ହେଉଛି। ବରିଷ୍ଠ ନାଗରିକ ବିଜୟ ଦାସ କହିଛନ୍ତି, ଗ୍ରାମାଞ୍ଚଳ ରୋଗୀମାନେ ସଚେତନତା ଅଭାବରୁ ଏହି ନକଲି ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମରେ ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍‌ ଓ ମହିଳା ସଙ୍ଗଠନ ନିଯୁକ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନଜର ଏହି ନକଲି ଡାକ୍ତରଙ୍କ ଉପରେ ପଡ଼ୁନାହିଁ କାହଁିକି ବୋଲି ପ୍ରଶ୍ନ ଉଠୁଛି। ଏମାନେ ଜାଣୁଛନ୍ତି ଯେ ଗାଁ ଗହଳିରେ ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କାହିଁକି କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଉଠାଉଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଜିଲାର ସମସ୍ତ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?