ସୌମ୍ୟଙ୍କ ନାମରେ ଋଣ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୭ା୯(ବ୍ୟୁରୋ)ବିଜୁ ଜନତା ଦଳର ବିଧାୟକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ସଂସ୍ଥାର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶିତ ଦୈନିକ ଖବରକାଗଜ ‘ସମ୍ବାଦ’ରେ କର୍ମଚାରୀଙ୍କୁ ଶୋଷଣ ଏବଂ ସେମାନଙ୍କ ନାମରେ ଜାଲିଆତି କରି ବ୍ୟାଙ୍କରୁ ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି। ସମ୍ବାଦର ଜଣେ ପୂର୍ବତନ ଜିଲା ପ୍ରତିନିଧି ଶନିବାର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ଏହି ଗଣମାଧ୍ୟମ ସଂସ୍ଥା ଦ୍ୱାରା ବ୍ୟାଙ୍କ ଦୁର୍ନୀତି ସାଙ୍ଗକୁ କର୍ମଚାରୀଙ୍କୁ ଶୋଷଣ ଦୀଘର୍ର୍ ବର୍ଷ ଧରି ହୋଇଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁ ନ ଥିଲେ। ଅଭିଯୋଗ ଆସିବା ପରେ ସମ୍ବାଦ ଓ ଏହାର ସମ୍ପାଦକଙ୍କ ବିଷୟରେ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତ୍କାଳୀନ ଏମ୍‌ଡି ତଥା ବର୍ତ୍ତମାନର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍‌ ସାଲାରି ସାର୍ଟିଫିକେଟ ଜରିଆରେ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି। ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି ବୋଲି ଅଭିଯୋଗ ହୋଇଛି। କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଧମକ ଦିଆଯାଇଥାଏ ବୋଲି ଅଭିଯୋଗକାରୀ ଇଓଡବ୍ଲ୍ୟୁକୁ ଜଣାଇଛନ୍ତି। ପ୍ରାୟ ୩ଶହରୁ ଅଧିକ କର୍ମଚାରୀଙ୍କ ନଁାରେ ଇଷ୍ଟର୍ଣ୍ଣ ମିଡିଆ ଲିମଟେଡ୍‌ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଏହି ବ୍ୟାଙ୍କ ମ୍ୟାନେଜରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଥିବା କୁହାଯାଉଛି। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଶିଳ୍ପାଞ୍ଚଳ ଶାଖା, ଜୟପୁର ଇଭିନିଂ ଶାଖା, ଅନୁଗୋଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ଶାଖାରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରି କି କଟକ ଅରୁଣୋଦୟ ମାର୍କେଟ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଦୁର୍ନୀତି ଲାଗି ଏକ ମାରୁତି ୮୦୦ କାର୍‌ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ ନେଇଥିବା ଅଭିଯୋଗ ହୋଇଛି। ଏହି କର୍ମଚାରୀଙ୍କୁ ଲୋନ୍‌ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଜଣେ ଅଧିକାରୀ ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ଅଭିଯୋଗ ହୋଇଛି। ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କେତେଜଣ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ଅଭିଯୋଗକୁ ଇଓଡବ୍ଲ୍ୟୁ ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି। ଇଓଡବ୍ଲ୍ୟୁ ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି।

ଅଭିଯୋଗକାରୀ କହିଛନ୍ତି, ସେ ୨୦୧୫ରେ ସମ୍ବାଦରେ ଜିଲା ପ୍ରତିନିଧି ଭାବେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଦରମା ଥିଲା ୧୨ ହଜାର ୬୦୦ଟଙ୍କା। ସମ୍ବାଦରେ ଯୋଗଦେବାର ଅଳ୍ପ ଦିନ ଭିତରେ ମାନବ ସମ୍ବଳ ବିଭାଗର ସମ୍ପୃକ୍ତ ଅଧିକାରୀ ତାଙ୍କୁ ଫୋନ୍‌ରେ ଏକ ଲୋନ୍‌ କରିବା ଲାଗି କହିଲେ। ଏହି ଜିଲା ପ୍ରତିନିଧି ତାଙ୍କର ଲୋନ୍‌ କରିବା କିଛି ଆବଶ୍ୟକ ନାହିଁ ବୋଲି କହିଥିଲେ। ଫଳରେ ସମ୍ପୃକ୍ତ ଅଧିକାରୀ ତାଙ୍କୁ ଧମକ ଦେଇ କହିଥିଲେ ଯେ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି, ଲୋନ କରିବାକୁ ବାଧ୍ୟ। ଲୋନ୍‌ ନ କଲେ ଚାକିରିରୁ ବିଦା ହେବ। ଏମିତି ଧମକ ପାଇବାପରେ ଅଭିଯୋଗକାରୀ ସମ୍ବାଦରେ ଥିବା ତାଙ୍କ ସହକର୍ମୀଙ୍କ ସହ କଥା ହୋଇ ଜାଣିଥିଲେ ଯେ, ଅଧିକାଂଶଙ୍କୁ ଏଭଳି ଧମକ ଦିଆଯାଇଛି ଓ ସେମାନେ ସବୁ ଭୟରେ ବ୍ୟାଙ୍କରୁ ଋଣ ମଧ୍ୟ କରିଛନ୍ତି। ଏହା ପରେ ମାନବ ସମ୍ବଳ ଅଧିକାରୀ ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲେ। ସମ୍ବାଦରେ ଜଣେ କର୍ମଚାରୀ ତାଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜୟଦେବ ବିହାର ଶାଖାକୁ ନେଇଯାଇଥିଲେ। ସେଠାରେ ତାଙ୍କ ଅନିଚ୍ଛା ସତ୍ତ୍ୱେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିଥିଲେ। ଏପରି କି ଦସ୍ତଖତ ଥିବା ଏସ୍‌ବିଆଇର ୬ଟି ବ୍ଲାଙ୍କ୍‌ ଚେକ୍‌ ମଧ୍ୟ ତାଙ୍କଠୁ ସମ୍ପୃକ୍ତ ଖବରକାଗଜ କର୍ମଚାରୀ ନେଇଯାଇଥିଲେ। ଏହାପରେ ଲୋନ୍‌ ପାସ୍‌ ହୋଇଥିଲା, ଆଉ ତାଙ୍କୁ ଗୋଟେ ଚେକ୍‌ ବହି ମଧ୍ୟ ମିଳିଥିଲା ବୋଲି ସେ କହିଛନ୍ତି। ଏହାପରେ ନୂଆ କରି ମିଳିଥିବା ଚେକ୍‌ଗୁଡ଼ିକରେ ତାଙ୍କ ଦସ୍ତଖତ କରାଇ ସାଙ୍ଗରେ ଯାଇଥିବା ସମ୍ପୃକ୍ତ କର୍ମଚାରୀ ନେଇଯାଇଥିଲେ। ତେବେ ତାଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି ଓ ଋଣ ଟଙ୍କା କ’ଣ ହେବ ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନଁାରେ ୫ଲକ୍ଷ ଟଙ୍କାର ଋଣ ହୋଇଛି। ଏହାପରେ ତାଙ୍କୁ ପୁଣି ସମ୍ବାଦ ଅଫିସକୁ ଡକାଇ ଆକାଉଣ୍ଟସ୍‌ ବିଭାଗର ମୁଖ୍ୟ ୪୦ ହଜାର ଟଙ୍କା ଦେଇଥିଲେ। ଏ ଟଙ୍କା କାହିଁକି ଦିଆଯାଉଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ଆକାଉଣ୍ଟସ୍‌ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଏ ଟଙ୍କାରେ ସେ ଏକ ମୋଟର ସାଇକେଲ କିଣନ୍ତୁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ତାଙ୍କର ପୂର୍ବରୁ ମୋଟର ସାଇକେଲ ଅଛି ଓ ସେ ଏ ଟଙ୍କା ଚାହାନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆକାଉଣ୍ଟସ୍‌ ବିଭାଗର କେହି କିଛି ଶୁଣି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମାସିକ ଦରମାରୁ ଋଣ କିସ୍ତି କଟିବା ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ବରଂ ବାରମ୍ବାର ଚାକିରି ହରେଇବାର ଭୟ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏମିତି ଚାଲିଥିବାବେଳେ ପୁଣି ତାଙ୍କୁ ଆଉ ଏକ ଲୋନ୍‌ କରିବା ଲାଗି କୁହାଯାଇଥିଲା। ଏଥର ତାଙ୍କୁ ନିଜେ ମାନବ ସମ୍ବଳ ଅଧିକାରୀ ସାଙ୍ଗରେ ନେଇ ଏସ୍‌ବିଆଇର କଟକ ମଙ୍ଗଳାବାଗ ଶାଖାକୁ ଯାଇଥିଲେ। ସେଠାରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଋଣ କରାଯାଇଥିଲା। କିନ୍ତୁ ସେ ଜାଣିପାରି ନ ଥିଲେ ଯେ, ତାଙ୍କ ନାଁରେ କେତେ ଟଙ୍କାର ଋଣ କରି ହଡ଼ପ କରାଯାଇଛି। ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସୂତ୍ରରୁ ସେ ଜାଣିବାକୁ ପାଇଥିଲେ ଯେ, ଜାଲିଆତି କରି ଲୋନ୍‌ ଗ୍ରହୀତାଙ୍କ ନାଁ ବଦଳାଯାଇ ଇଷ୍ଟର୍ଣ୍ଣ ମିଡିଆ ବୋଲି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?