Odisha Elections 2024

ଶିକ୍ଷକମାନେ ଧାରଣାସ୍ଥଳରେ ଗୀତ, ନାଚ କରି ପ୍ରତିବାଦ

ପଟ୍ଟାମୁଣ୍ଡାଇ,୧୭ା୯(ଅକ୍ଷୟ ବିଶ୍ୱାଳ)ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବନକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ସମସ୍ତ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଯାଇଛନ୍ତି। ଶିକ୍ଷୟିତ୍ରୀଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗୀତ, ନାଚ କରି ପ୍ରତିବାଦ ଜଣାଇଛନ୍ତି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଓ ସମୂହ ଛୁଟି ଅବ୍ୟାହତ ରହିବ ବୋଲି ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ସେମାନେ ଆନ୍ଦେଳନକୁ ଓଲ୍ଲାଇବା ଯୋଗୁ ପଟ୍ଟାମୁଣ୍ଡାଇରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଇଛି। ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏହି ଛୁଟି ଦରଖାସ୍ତ ଦିଆଯାଇଛି। ପ୍ରାଥମିକ ଶିକ୍ଷକମାନେ ଛୁଟିରେ ଯିବାରୁ ପଟ୍ଟାମୁଣ୍ଡାଇ ବ୍ଲକର ୧୧୩ଟି ପ୍ରାଥମିକ ବିଦ୍ୟାଳୟ ୭୮ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏସବୁ ବିଦ୍ୟାଳୟରେ ୧୦୦୯ ଜଣ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀଶିକ୍ଷକମାନେ ଛୁଟିରେ ରହିବାରୁ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଗୁରୁତର ସ୍ଥିତି ଉପୁଜିଛି। ୧୯୧ଟି ପ୍ରାଥମିକ ବିଦ୍ୟାଳୟରେ ୧୮, ୧୦୩ ଜଣ ଛାତ୍ରୀଛାତ୍ରଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ୬୪ଟି ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ୧୩୦ଟି ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି। ଅନ୍ୟବର୍ଗର ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ ପାଠପଢ଼ା କିନ୍ତୁ ହୋଇପାରିନାହିଁ। ପାଠପଢ଼ା ପାଇଁ ବିକଳ୍ପ ବ୍ୟବସ୍ଥା ଉଚ୍ଚ କର୍ତ୍ତୃପକ୍ଷ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଶୁକ୍ରବାରଠାରୁ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସବୁ ଶିକ୍ଷୟିତ୍ରୀଶିକ୍ଷକ ସମୂହ ଛୁଟିରେ ଯାଇ ଧାରଣାରେ ବସିଛନ୍ତି। ଏହି ଧାରଣାରେ ଶିକ୍ଷକ ନେତା ବିଶ୍ୱ ରଞ୍ଜନ ଦାଶ, ପ୍ରେମାନନ୍ଦ ଜୀବନ ଦାସ, ରାଜ୍ୟ ନେତା ମଳୟ କୁମାର ଜେନା, ଦିବାକର ଦାଶ, ଅନ୍ତର୍ଯ୍ୟାମୀ ବେଜ୍‌, ଅଦ୍ୱୈତ୍ୟ ପ୍ରସାଦ ବିଶ୍ୱାଳ, ସୁରେନ୍ଦ୍ର କୁମାର ମଳିକ, ଗୋଦାବରିଶ ମିଶ୍ର, ଲୋକନାଥ ନାୟକ, ସୁଜାତା ଦାସ, ଅଜୟ ସ୍ବାଇଁ, ସୁକଦେବ ସେଠୀ, ପ୍ରଦୀପ ତରାଇ, କୁଞ୍ଜଲତା ସାହୁ, ମମତା ଷଡଙ୍ଗୀ, କ୍ରୀଷ୍ଣା ସ୍ବାଇଁ, ଶଶିକଳା ପଣ୍ଡା, ସରୋଜିନୀ ଦାସ,ଗୀତାଞଳୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri