୧୨ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଭୋଗରାଇ, ୧୭ା୯(ପ୍ରଦୀପ ଦାସ)ତାମିଲନାଡୁ ରାଜ୍ୟର ଚେନ୍ନାଇରୁ ନିଖୋଜ ହୋଇଯାଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଫୁଲବାଣୀ ଗ୍ରାମର ସୁକୁମାର ଦଳେଇ ନାମକ ବୃଦ୍ଧ ଦୀର୍ଘ ୧୨ବର୍ଷ ପରେ ଘରକୁ ଫେରିଛନ୍ତି। ନିଖୋଜ ବେଳେ ତାଙ୍କୁ ୪୫ ବର୍ଷ ହୋଇଥିଲ। କୋଲକାତାର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ଉଦ୍ଧାର କରି ଫେସ୍‌ବୁକ ମାଧ୍ୟମରେ ପୋଷ୍ଟ କରିବା ପରେ ପରିବାର ଲୋକେ ଚିହ୍ନଟ କରି ତାଙ୍କୁ ସେଠାରୁ ଆଣିଛନ୍ତି। ଦିନେ ନା ଦିନେ ସେ ଫେରି ଆସିବେ ବୋଲି ପରିବାର ଲୋକେ ଆଶା ବାନ୍ଧିଥିଲେ, ଯାହା ଆଜି ସଫଳ ହୋଇଛି।
ସ୍ବାମୀ ଫେରିଆସିବା ଆଶାରେ ଭାଗ୍ୟକୁ ଆଦରି ରହିଥିଲେ ସ୍ତ୍ରୀ ଚିନା। ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରିବା ସହିତ ଛୋଟ ଛୋଟ ଦୁଇ ପୁଅ ବିଶଜିତ ଓ ଧନଞ୍ଜୟଙ୍କୁ ପାଠ ପଢାଇ ମଣିଷ କରିଛନ୍ତି। ବଡ ଝିଅକୁ ବିବାହ ମଧ୍ୟ ଦେଇଛନ୍ତି। ବହୁ ଦେବାଦେବୀଙ୍କୁ ମାନସିକ କରି ସୁକୁମାରଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ପୁରା ପରିବାର। ତେବେ ଦୀର୍ଘ ୧୨ ବର୍ଷର ପ୍ରତୀକ୍ଷା ପରେ ସୋସିଆଲ ମିଡିଆରୁ ବାପାଙ୍କୁ ଖୋଜି ପାଇଛନ୍ତି ଦୁଇ ପୁଅ। ମାନସିକ ଭାରସାମ୍ୟ ହରାଇ ସୁକୁମାର କାହାକୁ ଚିହ୍ନି ପାରୁ ନ ଥିଲେ ମଧ୍ୟ ବାପାଙ୍କୁ ଫେରି ପାଇ ଦୁଇ ପୁଅ ଓ ଝିଅ ଆତ୍ମବିଭୋର ହୋଇପଡିଛନ୍ତି। ଅନ୍ୟପକ୍ଷରେ ସ୍ବାମୀଙ୍କୁ ପାଖରେ ପାଇ ସ୍ତ୍ରୀ ଚିନା ନିଜର ସବୁ ଦୁଃଖକଷ୍ଟକୁ ଭୁଲି ତାଙ୍କ ସେବାରେ ଲାଗିପଡିଛନ୍ତି। ପୂର୍ବରୁ ସୋସିଆଲ ମିଡ଼ିଆ ଫେସବୁକରୁ ସୁକୁମାର କୋଲକାତାରେ ଥିବା ନେଇ ଦୁଇ ପୁଅ ଜାଣିବାକୁ ପାଇଥିଲେ। ସୁକୁମାରଙ୍କ ଫଟୋ ଦେଖି ଚିନା ତାଙ୍କ ସ୍ବାମୀଙ୍କୁ ଚିହ୍ନଟ କରିଥିଲେ। କୋଲକାତାର ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ସମସ୍ତ ଚିକିତ୍ସା ସହିତ ସେବା ଯତ୍ନ ଯୋଗାଇ ଦେଇଥିଲେ। ତାଙ୍କୁ ପଚରାଉଚୁରା କରିବା ବେଳେ ସେ ତାଙ୍କର ଠିକଣା ପ୍ରକାଶ କରିପାରି ନ ଥିଲେ ମଧ୍ୟ ଦୀଘା, ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ, ଚନ୍ଦନେଶ୍ୱର ଆଦି ସ୍ଥାନର ନାମ କହିଥିଲେ। ପରେ ସମ୍ପୃକ୍ତ ସ୍ବେଚ୍ଛସେବୀ ସଙ୍ଗଠନ ସୁକୁମାରଙ୍କ ଫଟୋ ସହିତ ବିବରଣୀ ସୋସିଆଲ ମିଡ଼ିଆ ଫେସବୁକରେ ପୋଷ୍ଟ କରିଥିଲେ। ଏଥିରୁ ପରିବାର ଲୋକେ ସୁକୁମାରଙ୍କୁ ଚିହ୍ନଟ କରି ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ସହିତ ଫୋନରେ ଯୋଗାଯୋଗ ପରେ କୋଲକାତା ଯାଇ ସେଠାରୁ ତାଙ୍କୁ ଘରକୁ ନେଇ ଆସିଛନ୍ତି। ସୁକୁମାର ଗାଁରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ସେ କାହାକୁ ଚିହ୍ନି ପାରୁ ନ ଥିଲା ବେଳେ ଇଆଡୁ ସେଆଡୁ ବିଭିନ୍ନ ପ୍ରକାର କଥା କହୁଛନ୍ତି। ଉପଯୁକ୍ତ ଚିକିତ୍ସା ପାଇଁ ପରିବାର ଲୋକେ ଶୁକ୍ରବାର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri