Home Left

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଲେ ଗର୍ଭବତୀ

କୋଟଗଡ,୨୨।୬( ସରୋଜ ବଳିୟାର ସିଂ): ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେଇଛନ୍ତି ୯ ମାସର ଗର୍ଭବତୀ । ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ ଥାନାରେ ଦେଖିବାକୁ ମିଳିଛି। ଧାରଣା ଦେଇଥିବା ଗର୍ଭବତୀ ମହିଳା ଜଣଙ୍କ ସାଲକୀ ବୁଡାଗୁଡା ଗ୍ରାମର…

ଶୁକ୍ରବାର ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବନି ଟିଡିପି

ବିହାର,୨୨।୬: ଶୁକ୍ରବାର ଅର୍ଥାତ୍‌ ଜୁନ ୨୩ରେ ବିହାରରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାମିଲ ହେବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଡିପି ଏ ପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ…

ଚାଇନାର ମୁସଲମାନ ବହୁଳ ଅଞ୍ଚଳରେ ଗ୍ୟାସ ବିସ୍ଫୋରଣ, ପୋଡିଯାଇ ୩୧ ମୃତ

ବେଜିଂ,୨୨।୬: ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗଜିଆ ଅଞ୍ଚଳରେ ବୁଧବାର ରାତିରେ ବାରବେକ୍ୟୁ ରେସ୍ତୋରାଁରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଚାଇନାର ସରକାରୀ ଖବରକାଗଜ ଏଜେନ୍ସି ସିହ୍ନୁଆ ରିପୋର୍ଟ କରିଛି ଯେ ଡ୍ରାଗନ ବୋଟ…

ବିରେନ୍ଦର ସେହୱାଗ ହେବେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା! ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୬: ଭାରତୀୟ ଦଳ ଚଳିତ ବର୍ଷ ୨ଟି ବଡ ଟୁର୍ନାମେଣ୍ଟରେ ଭାଗ ନେବ। ଗୋଟିଏ ହେଉଛି ଏସିଆ କପ ଏବଂ ଅନ୍ୟଟି ହେଉଛି ଆଇସିସି ଦିନିକିଆ ବିଶ୍ୱକପ। ଏହି ଦୁଇଟି ଟୁର୍ନାମେଣ୍ଟରେ ସମସ୍ତଙ୍କ ଆଖି ଦଳ ଚୟନ ଉପରେ ରହିବ। ମୁଖ୍ୟ…

ଟ୍ରେନ୍‌ରେ କଟିଲା ଯୁବକଙ୍କ ଦୁଇଗୋଡ଼, ହାତ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ରାମଚନ୍ଦ୍ରପୁରସ୍ଥିତ ରେଳ ଧାରଣାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ୨ ଗୋଡ଼ ଓ ଗୋଟିଏ ହାତ କଟିଯାଇଥିବା…

ଟ୍ରକ୍‌ ଚକାତଳେ ପଶିଗଲା ବୁଲେଟ୍‌, ଜଣେ ମୃତ, ୨ ଗୁରୁତର

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଚକା ତଳେ ବୁଲେଟ୍‌ ପଶିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।…

ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଣୀତାଲ-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଭୀମନାଥପୁର ଛକ ନିକଟରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ରଶ୍ମୀରଞ୍ଜନ ବେହେରା (୩୬)। ଘର ଖଇରା ଥାନା…

ମହିଳା ସ୍ବାବଲମ୍ବୀ ହେଲେ ରାଜ୍ୟର ବିକାଶ ହେବ: ୫ଟି-ସଚିବ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟଠାରୁ ୧୦ ମିନିଟ୍‌ ବିଳମ୍ବରେ ବାଲେଶ୍ବର ଜିଲା ଖଇରା ବ୍ଲକର କୁପାରୀ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ,ଏସ୍‌ପି ସାଗରିକା ନାଥ ତଥା…

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ବିଭାଗ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨ା୬(ସୂର୍ଯ୍ୟକାନ୍ତ ବେହେରା): ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର କାର୍ଯ୍ୟାଳୟ କକ୍ଷରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ ଯୋଗୁ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ କିଛି ଅଫିସ କାଗଜପତ୍ର ଏବଂ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ଟିମ୍‌ ପହଞ୍ଚି…

ପୂର୍ବତନ ଡିଏସ୍‌ଡବ୍ଲ୍ୟୁଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ): ଭଦ୍ରକର ପୂର୍ବତନ ଜିଲା ସାମାଜିକ ମଙ୍ଗଳ ଅଧିକାରଣୀ (ଡିଏସ୍‌ଡବ୍ଲୂ୍ୟଓ) ଜୟନ୍ତୀ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଜୟନ୍ତୀଙ୍କ ଘର ସମେତ ବାଲେଶ୍ୱର, ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଭିଜିଲାନ୍ସ…

ପ୍ରାର୍ଥନା କରୁଥିବା ସମୟରେ ପଡ଼ିଗଲେ ଛାତ୍ରୀ, ଡାକ୍ତରଖାନାରେ ଭର୍ତ୍ତି

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଗ୍ରୀଷ୍ମ ପ୍ରଭାବରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗୁରୁବାର ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବାରକୋଟ ବ୍ଲକ କୁଣ୍ଡାପିଠା ହାଇସ୍କୁଲରେ ପ୍ରାର୍ଥନା ଆରମ୍ଭ…

ପିଥୌରଗଡ଼ରେ ବଡ ଦୁର୍ଘଟଣା, ୫୦୦ ଫୁଟ ତଳକୁ ଖସିଲା ବୋଲେରୋ, ୮ ମୃତ ୨ ଆହତ

ବାଗଶ୍ୱେର,୨୨।୬: ଉତ୍ତରାଖଣ୍ଡର ପିଥୌରଗଡ଼ରେ ବଡ ଧରଣର ଦୁର୍ଘଟଣା ହୋଇଛି। ଏକ ବୋଲେରୋ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୫୦୦ଫୁଟ ତଳେ ଥିବା ଖାଇକୁ ଖସି ପଡିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିବା ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri