Posted inଫୁରସତ

ସ୍ବେଟରର ଦାମ ୯ କୋଟି

ଆଗକୁ ଶୀତଦିନ ଆସୁଛି। ଏମିତିରେ ତ ସମସ୍ତଙ୍କର ସ୍ବେଟର ଥାଏ। ତଥାପି କେହି କେହି ଲାଟେଷ୍ଟ ଡିଜାଇନ୍‌ର ସ୍ବେଟର ପାଇଁ ନୂଆ ସ୍ବେଟର ବି କିଣନ୍ତି। ଆଉ ବଜାରରେ ଶସ୍ତା ମହଙ୍ଗା ବିଭିନ୍ନ ପ୍ରକାରର ସ୍ବେଟର ମିଳେ। ତେବେ କେବେ ୯ କୋଟି ଟଙ୍କାର ସ୍ବେଟର କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି ନିକଟରେ ୯ କୋଟିରେ ଏକ ସ୍ବେଟର ନିଲାମ ହୋଇଛି। ଏହାବାଦ୍‌ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସ୍ବେଟର ବହୁତ ପୁରୁଣା ଓ ଦେଖିବାକୁ ବି ସାଧାରଣ। ତଥାପି ଏହାର ମୂଲ୍ୟ ଏତେ। ଭାବୁଥିବେ ଏହାର ମୂଲ୍ୟ କାହିଁକି ଏତେ ଅଧିକ। ପ୍ରକୃତ କଥା ହେଉଛି ସାଧାରଣ ଲାଗୁଥିଲେ ହେଁ ଏହି ସ୍ବେଟର ସାଧାରଣ ନୁହେଁ। କାରଣ ଦିନେ ଏହି ସ୍ବେଟରର ମାଲିକ ଥିଲେ ବ୍ରିଟେନର ପୂର୍ବତନ ରାଜ କୁମାରୀ ପ୍ରିନ୍ସେସ୍‌ ଡାଏନା। ଯେକି ବ୍ରିଟେନ ରାଜା ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ ଏବଂ ପ୍ରିନ୍ସ ହ୍ୟାରୀ ଓ ପ୍ରିନ୍ସ ଓ୍ବିଲିୟମଙ୍କ ମା’। ନିକଟରେ ପ୍ରିନ୍ସେସ ଡାଏନାଙ୍କର ଏହି ସ୍ବେଟର ନିଲାମ ହୋଇଛି।
ଆଉ ଏହାକୁ ଜନୈକ ବ୍ୟକ୍ତି ୯ କୋଟିରେ କିଣି ନେଇଛନ୍ତି। ୧୯୮୧, ଜୁନ ମାସରେ ପ୍ରିନ୍ସେସ୍‌ ଡାଏନାଙ୍କର ଏଙ୍ଗେଜମେଣ୍ଟ ପ୍ରିନ୍ସ ଚାର୍ଲସ୍‌ଙ୍କ ସହ ହେବା ପରେ ଡାଏନା ଏକ ପୋଲୋ ମ୍ୟାଚ୍‌ରେ ସାମିଲ ହୋଇଥିଲେ। ସେତେବେଳେ ତାଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥାଏ। ଏହି ମ୍ୟାଚ୍‌ରେ ହିଁ ଡାଏନା ଉକ୍ତ ସ୍ବେଟର ପିନ୍ଧିଥିଲେ। ସେତେବେଳେ ଉକ୍ତ ଲାଲ ସ୍ବେଟର ପିନ୍ଧା ପ୍ରିନ୍ସେସ୍‌ ଡାଏନାଙ୍କ ଫଟୋ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ ଏହା ଷ୍ଟାଇଲ ଷ୍ଟେଟମେଣ୍ଟ ପାଲଟିଯାଇଥିଲା। ଲାଲ ରଙ୍ଗର ଉକ୍ତ ସ୍ବେଟରଟିରେ ଅନେକ ଧଳା ମେଣ୍ଢା ଥିବାବେଳେ ଏକ କଳା ମେଣ୍ଢା ବି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

୭ ଦିନ ବନ୍ଦ ରହିବ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପଛରେ ରହିଛି ଏମିତି କାରଣ

ଭଞ୍ଜନଗର,୧୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ…

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri