Posted inଫୁରସତ

ବନ୍ୟପ୍ରାଣୀ ଅଭୟାରଣ୍ୟ

ରାଜସ୍ଥାନର ଚୁରୁ ଜିଲାରେ ଥିବା ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ କୃଷ୍ଣସାର ମୃଗଙ୍କୁ ଏଠାରେ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। ତା’ସହିତ ଅନ୍ୟାନ୍ୟ ବିରଳ ପଶୁପକ୍ଷୀଙ୍କୁ ଦେଖିବା ସହିତ ପର୍ଯ୍ୟଟକ ଏଠାରେ ସଫାରୀର
ମଜା ମଧ୍ୟ ନେଇପାରିବେ…

ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟ ରାଜସ୍ଥାନର ଚୁରୁ ଜିଲାସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ କୃଷ୍ଣସାର ମୃଗ ତଥା ଜାତିଜାତିକା ପକ୍ଷୀଙ୍କ ପାଇଁ ଏହି ଅଭୟାରଣ୍ୟର ରହିଛି ଅନେକ ଖ୍ୟାତି। ତା’ଛଡ଼ା ନାନା କିସମର ବୃକ୍ଷଲତା ସହ ବହୁ ବିରଳ ବନ୍ୟପ୍ରାଣୀଙ୍କୁ ବି ଏଠାରେ ଦେଖିବାର ସୂଯୋଗ ରହିଛି।
କ’ଣ ଦେଖିବେ
ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟରେ କେବଳ ବହୁ ସଂଖ୍ୟାରେ କୃଷ୍ଣସାର ମୃଗ ଦେଖାଯାନ୍ତି ତାହା ନୁହେଁ ନାନା ଜାତିର ବନ୍ୟପ୍ରାଣୀ ତଥା ସରିସୃପ ବି ଦେଖିବାକୁ ମିଳିଥାନ୍ତି। ତା’ଛଡ଼ା ଏହି ଅଭୟାରଣ୍ୟରେ ପ୍ରବାସୀ ଓ ନିବାସୀ ଦୁଇଟିକୁ ମିଶାଇ ପ୍ରାୟ ୧୨୨ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ଯେମିତିକି ହୈରିୟର୍‌, ଇଷ୍ଟର୍ନ ଇମ୍ପେରିଆଲ୍‌ ଇଗଲ୍‌, ଟାଉନି ଇଗଲ୍‌, ବ୍ଲାକ୍‌ ଇବିଶ୍‌, ସ୍କାଏ ଲାର୍କ, ରିଙ୍ଗ ଡୋଭ୍ସ, ବ୍ଲାକ୍‌ ଡ୍ରୋଙ୍ଗୋ, ଇଣ୍ଡିଆନ୍‌ ବୁଷ୍ଟାର୍ଡ ଇତ୍ୟାଦି ହେଉଛି ଏଠାରେ ଦେଖିବାକୁ ମିଳୁଥିବା କେତେକ ପ୍ରମୁଖ ପକ୍ଷୀ। ଅନ୍ୟପକ୍ଷେ ଏହି ଅଭୟାରଣ୍ୟରେ ଅନେକ ପରିମାଣରେ ବନସ୍ପତି ବୃକ୍ଷ ବି ରହିଛି। କହିବାକୁ ଗଲେ ପ୍ରକୃତିପ୍ରେମୀ ବା ପକ୍ଷୀପ୍ରେମୀଙ୍କ ପାଇଁ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ।

 

ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି କ୍ଷେତ୍ରଟି ସ୍ଥାନୀୟ ରାଜରାଜୁଡାଙ୍କ ଅଧୀନରେ ଥିଲା। ସେମାନେ ଏହି କ୍ଷେତ୍ରରେ ଶିକାର କରିବାକୁ ଆସୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୭୧ ମସିହାରେ ସରକାରଙ୍କ ଅଧୀନକୁ ଏହା ଯିବା ପରେ ଏଠାରେ କୃଷ୍ଣସାର ମୃଗଙ୍କୁ ସୁରକ୍ଷା ଦିଆଯିବାର ଯୋଜନା ହେଲା। ଶିକାର ନ କରିବା ପାଇଁ ଦୃଢ ପଦକ୍ଷେପ ମଧ୍ୟ ନିଆଗଲା। ସ୍ଥାନୀୟ ଅଞ୍ଚଳର ଅନୁକୂଳ ପରିବେଶ ପକ୍ଷୀମାନଙ୍କୁ ବି ଖୁବ୍‌ ଆକୃଷ୍ଟ କଲା। ଯେଉଁଥିପାଇଁ କ୍ରମେ ଅନେକ ବିଦେଶୀ ପକ୍ଷୀ ଏଠାକୁ ଆସିବାକୁ ଲାଗିଲେ। ସମୟାନୁସାରେ, ଅନ୍ୟ କେତେକ ବନ୍ୟପ୍ରାଣୀଙ୍କୁ ବି ଏଠାରେ ଦେଖିବାକୁ ମିଳିଲା। ଫଳରେ ଏହା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ପାଇଗଲା। ସ୍ଥାନୀୟ କେତେକ ଲୋକଙ୍କ କହିବାନୁଯାୟୀ, ଏହି ଅଭୟାରଣ୍ୟଟି କୁଆଡ଼େ ସମତଳ ଅଞ୍ଚଳରେ ଗଢିଉଠିଛି, ଯାହାକୁ କିଛି ଲୋଲେ ତାଲ ବୋଲି କହିଥାନ୍ତି। ସେହିପରି ନିକଟରେ ଛାପର ନାମକ ଏକ ଗାଁ ଥିବାରୁ, ଉଭୟକୁ ମିଶାଇ ଉକ୍ତ ଅଭୟାରଣ୍ୟର ନାମ କୁଆଡ଼େ ତାଲ ଛାପର ରଖାଯାଇଛି।

 

କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁସାରେ, ଏହି ଅଭୟାରଣ୍ୟକୁ ବର୍ଷର ସବୁ ସମୟରେ ବୁଲି ଯିବାର ସୁବିଧା ଥିଲେ ବି ନଭେମ୍ବରରୁ ଜୁନ୍‌ ହେଉଛି ଏଠାକୁ ଯିବାକୁ ସବୁଠୁ ଉପଯୁକ୍ତ ସମୟ। କାରଣ ଜୁନ୍‌ ପରେ ଏଠାରେ ଧୀରେ ଧୀରେ ବର୍ଷା ହେବାକୁ ଆରମ୍ଭ କରିଥାଏ। ବର୍ଷାଦିନେ ପଶୁପକ୍ଷୀ ବାହାରକୁ ସେତେ ବାହାରୁ ନଥିବାରୁ ସେମାନଙ୍କୁ ଦେଖିବା ସମ୍ଭବ ହୋଇ ନଥାଏ। ତେଣୁ ନଭେମ୍ବରରୁ ଜୁନ୍‌ ଭିତରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ଆରାମ ହେବ ସେଥିରେ ଯାଇ ଏଠାରେ ଖୁସିରେ ଭ୍ରମଣ କରିପାରିବେ। ଅନ୍ୟପକ୍ଷେ ଏଠାରେ ରହିବା ପାଇଁ ଗେଷ୍ଟ ହାଉସ୍‌ର ବି ସୁବିଧା ଉପଲବ୍ଧ ଅଛି। ପର୍ଯ୍ୟଟକ ଚାହିଁଲେ ଏହାର ମଧ୍ୟ ଫାଇଦା ନେଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?