Posted inଫୁରସତ

ଆତ୍ମସମର୍ପଣ ଓ ଧଳା ପତାକା

ଯୁଦ୍ଧକ୍ଷେତ୍ରରେ ଦୁଇ ଶତ୍ରୁ ଦେଶଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ। ଗୁଳି ବର୍ଷଣ ସହ ତୋପର ଗୋଳା ମାଡ। ଲାଗେ ସତେ ଯେମିତି ଏ ଯୁଦ୍ଧର ଅନ୍ତ ନାହିଁି। କିନ୍ତୁ ହଠାତ୍‌ ଏମିତି କିଛି ପରିସ୍ଥିତି ଉପୁଜେ ଯେଉଁଥିପାଇଁ ଗୋଟିଏ ପକ୍ଷର ଜଣେ ଯବାନ ବନ୍ଧୁକର ଅଗ୍ରଭାଗରେ ଧଳା ରୁମାଲ ବାନ୍ଧି ଶତ୍ରୁ ପକ୍ଷଙ୍କୁ ଦେଖାନ୍ତି। ଏହି ପତାକା ଦେଖି ଶତ୍ରୁପକ୍ଷ ଜାଣିପାରନ୍ତି ବିପକ୍ଷ ଦଳ ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି। ତେଣୁ ସେମାନେ ଫାୟରିଂ ବନ୍ଦ କରିଦିଅନ୍ତି। ଏଭଳି ଦୃଶ୍ୟ କୌଣସି ଚଳଚ୍ଚିତ୍ରରେ ଦେଖିଥିବେ ଅବା କାହା ମୁହଁରୁ ଶୁଣିଥିବେ। ଆଉ ଏମିତି ବାସ୍ତବରେ ବି ଘଟିଥାଏ। ଧଳା ପତାକା ଦେଖାଇ ଆତ୍ମ ସମର୍ପଣ କରାଯାଏ। ଆଉ ଯୁଦ୍ଧ ସମାପ୍ତ ହୁଏ। ତେବେ ଜାଣନ୍ତି କି ଧଳା ପତାକାର ଅର୍ଥ ଆତ୍ମ ସମର୍ପଣ କେବେ ଓ କେଉଁ ପରିସ୍ଥିତିରେ ହୋଇଥିଲା? ଜାଣନ୍ତୁ ସେ ସମ୍ପର୍କରେ…

ଧଳା ପତାକା ଯୁଦ୍ଧ ବିରାମ ଅବା ଯୁଦ୍ଧ ସମୟରେ ଶାନ୍ତିର କଥାବାର୍ତ୍ତା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମାନ୍ୟତା ପ୍ରାପ୍ତ ସୁରକ୍ଷାତ୍ମକ ସଂକେତ ଅଟେ। ଏହାର ବ୍ୟବହାର ସମର୍ପଣର ପ୍ରତିକଭାବେ ବିବେଚନା କରାଯାଏ। ସବୁବେଳେ ଦୁର୍ବଳ ପକ୍ଷ ହିଁ କଥାବାର୍ତ୍ତା ପାଇଁ ଅନୁରୋଧ କରି ଧଳା ପତାକା ଦେଖାଇଥାନ୍ତି। ଯାହା ଦର୍ଶାଏ ଯେ ହେବାକୁ ଥିବା କଥାବର୍ତ୍ତା ଶସ୍ତ୍ରବିହୀନ ହେବ। ଏହା ଆତ୍ମସମର୍ପଣର ବି କଥା କହେ। ଧଳାପତାକା ଉଡାଇଥିବା ବ୍ୟକ୍ତି ଉପରେ ଗୁଳି ଚାଳନା ହେବ ନାହିଁ କି ଆକ୍ରମଣ କରାଯିବ ନାହିଁ। ତେବେ ଆତ୍ମସମର୍ପଣ ପାଇଁ ଧଳା ପତାକାର ପ୍ରଥମ ବ୍ୟବହାର ଚାଇନାର ହାନ ରାଜବଂଶ ସମୟରେ ହୋଇଥିବା କୁହାଯାଏ। ଏହାବାଦ ରୋମ ସାମ୍ରାଜ୍ୟରେ ୧୦୯ ଖ୍ରୀ.ରେ ଆତ୍ମସମର୍ପଣ ପାଇଁ ଧଳା ପତାକା ବ୍ୟବହାର ହୋଇଥିବା ଉଲ୍ଲେଖ ଅଛି। ଏହା ପୂର୍ବରୁ ରୋମର ସେନାମାନେ ନିଜ ଢାଲକୁ ନିଜ ମୁଣ୍ଡ ଉପରେ ରଖି ଆତ୍ମ ସମର୍ପଣ କରୁଥିଲେ। ମଧ୍ୟଯୁଗରେ ପଶ୍ଚିମ ୟୁରୋପୀୟମାନେ ଆତ୍ମସମର୍ପଣର ମନୋଭାବକୁ ଦର୍ଶାଇବା ଲାଗି ଧଳା ପତାକାକୁ ବ୍ୟାପକଭାବେ ଉପଯୋଗ କରୁଥିବା ଅନେକ ତଥ୍ୟ କହେ। ପର୍ତ୍ତୁଗାଲର ଐତିହାସିକ କୋର୍ରେୟା ଦାବି କରିଛନ୍ତି ଯେ, ୧୫୦୨ରେ ଭାରତୀୟ ଶାସକ କାଲିକଟର ଜମୋରିନ ଶତ୍ରୁ ଭାସ୍କୋଡା ଗାମାଙ୍କ ନିକଟକୁ ନିଜ ବାର୍ତ୍ତାକାରଙ୍କ ହାତରେ ଏକ ବାଡ଼ିରେ ବନ୍ଧାଯାଇଥିବା ଧଳା ପତାକା ଶାନ୍ତିର ବାର୍ତ୍ତା ଭାବେ ପଠାଇଥିଲେ। ଏମିତି ବି କୁହାଯାଏ ୩-୪ ହଜାର ବର୍ଷ ପୂର୍ବେ ଚିନ ଧଳାରଙ୍ଗକୁ ଦୁଃଖର ପ୍ରତିକଭାବେ ବ୍ୟବହାର କରୁଥିଲା। ପରେ ଏହାକୁ ସମର୍ପଣର ସଂକେତଭାବେ ବ୍ୟବହାର କଲେ। ପୂର୍ବେ ସୈନିକ ଓ ନାଗରିକଙ୍କ ପାଖରେ ଧଳା କପଡ଼ା ଯେମିତି ବି ହେଉ ରହୁଥିଲା। ଅର୍ଥାତ୍‌ ଧଳା ରଙ୍ଗର କପଡା ସବୁ ସମୟରେ ସହଜରେ ଉପଲବ୍ଧ ହେଉଥିଲା। ତେଣୁ ନିଜର ନିଷ୍କ୍ରିତା ଦର୍ଶାଇବା ଲାଗି ଧଳା କପଡ଼ା ଦେଖାଯାଉଥିଲା।
ଆଜିକାଲି ଏହାର ବ୍ୟବହାର ବକ୍ସିଂ ରିଙ୍ଗ ଭିତରେ ବି ଦେଖିବାକୁ ମିଳୁଛି। ଯଦି କୌଣସି ବକ୍ସର ପ୍ରତିଦ୍ୱନ୍ଦ୍ୱୀଠାରୁ ଅଧିକ ମାଡ଼ ଖାଉଥାଏ ତେବେ ସେହି ଟିମ୍‌ର ସଦସ୍ୟ କିମ୍ବା କୋଚ୍‌ ଏକ ଧଳା ତଉଲିଆ ରିଙ୍ଗ ଭିତରକୁ ଫିଙ୍ଗି ଦିଅନ୍ତି। ଏହା ସମର୍ପଣ ଭାବକୁ ବୁଝାଏ। ତେଣୁ କହିବାକୁଗଲେ ଧଳାରଙ୍ଗ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସମର୍ପଣର ପ୍ରତୀକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?