ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା, ଜଣେ ମାତ୍ର ବିଧାୟକ ବାୟରନ ବିଶ୍ୱାସ ଧରିଲେ ଟିଏମସିର ହାତ
କୋଲକାତା,୨୯।୫: ଗୋଟିଏ ପଟେ ଦେଶର କିଛି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ଏବେ କିନ୍ତୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ ଝଟକା ଲାଗିଛି। ସାଗରଦିଘିର ଏକମାତ୍ର କଂଗ୍ରେସ ବିଧାୟକ ବାୟରନ ବିଶ୍ୱାସ ତ୍ରୁଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି। ସେ ବିଜୟୀ ହେବାର…
କେନାଲକୁ ଖସିଲା କାର୍, ଜଣେ ମୃତ
କଟକ ଅଫିସ,୨୯ା୫: କଟକ ତାଳଦଣ୍ଡା କେନାଲକୁ ସୋମବାର ଏକ କାର୍ ଭାରସାମ୍ୟ ହରାଇ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କଲ୍ୟାଣନଗର ପାର୍ଶ୍ୱସ୍ଥ ତାଳଦଣ୍ଡା କେନାଲ ଭିତରକୁ କାର୍ଟି ଖସିପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି…
ଓମାନକୁ ୧୭-୦ରେ ହରାଇ ସେମିଫାଇନାଲ୍ରେ ଭାରତ
ସାଲାଲା(ଓମାନ),୨୯।୫: ଜୁନିୟର ଏସିଆ କପ ପୁରୁଷ ହକିରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ ୧୦…
ମେୟରଙ୍କ ଘର ନିକଟରେ ଅଳିଆଗଦା
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଅଣ୍ଟା ଭିଡୁଛି ବିଏମ୍ସି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ ଏବଂ ଡୋର-ଟୁ-ଡୋର ବୁଲି ଅଳିଆ ସଂଗ୍ରହ କରୁଛି। ପ୍ରତ୍ୟେକ ଦିନ ଏହାକୁ ଟୁଇଟ୍ କରି ଲୋକଙ୍କ…
ଭୁବନେଶ୍ୱରରେ ପଛୁଆବର୍ଗ ସର୍ବେକ୍ଷଣ ନୈରାଶ୍ୟଜନକ
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜ୍ୟରେ ପଛୁଆବର୍ଗ ଲୋକଙ୍କ ସର୍ବେକ୍ଷଣ ଜାରି ରହିଛି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ବିଏମ୍ସି ପକ୍ଷରୁ ସର୍ଭେ…
ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣ ପ୍ରସଙ୍ଗ, ଚର୍ଚ୍ଚାରେ ବେନାମୀ ଚିଠି
ଲୋଇସିଂହା,୨୯।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣକୁ ନେଇ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ପ୍ରଶାସନ ଏବେ ପଛଘୁଞ୍ଚା ଦେଇ ବିଦ୍ୟାଳୟ ପାଚେରି…
ରାସ୍ତା ମରାମତି କଲେ ଗ୍ରାମବାସୀ
କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ…
ନାବାଳିକା ହତ୍ୟାକାରୀ ସାହିଲ ଗିରଫ, ୪୦ଥର ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ହତ୍ୟା
ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାର ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ
ଗୁଆହାଟୀ,୨୯।୫: ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ଏହି ସଡ଼କ ଦୁର୍ଘଟଣାରେ ବହୁ ସଂଖ୍ୟକ ଲୋକ ମଧ୍ୟ…
୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା
ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା…
ଧାନ, ଚିନାବାଦାମ ଫସଲ ଉଜାଡୁଛି ବାର୍ହା
ନୂଆପଡ଼ା ଅଫିସ,୨୯।୫: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୃଦ୍ଧିକୋମନା ପଞ୍ଚାୟତ ଅଧୀନସ୍ଥ ଲଙ୍କେଶ୍ୱରୀ ପାହାଡ ତଳି ଧୁମାଭଟା, ପଣ୍ଡରାପଥର, ମୁଷାପାଲି ଗାଁର ଶହ ଶହ ଚାଷୀଙ୍କ ଏକର ଏକର ଧାନ ଫସଲ ଉଜାଡି ଦେଉଛି ବାର୍ହା। ସୁନ୍ଦର ଜଳସେଚନ ପ୍ରକଳ୍ପ…
ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା
ସୋନପୁର,୨୯।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ସୋନପୁର କଲେଜ। ୧୯୬୪ ମସିହାରେ ମହାନଦୀ କୂଳରେ ସ୍ଥାପିତ ହୋଇଥିଲା ଏହି କଲେଜ । କଲେଜ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ପଶ୍ଚିମ ଓଡିଶାର ଏହି ପୁରାତନ କଲେଜକୁ…
Archives


