Posted inଜାତୀୟ

ମାରାତ୍ମକ ଗ୍ରୀଷ୍ମର ସମ୍ମୁଖୀନ ହେବେ ଭାରତ, ପାକ୍‌

ନୂଆଦିଲ୍ଲୀ,୧୧ା୧୦: ଶତାବ୍ଦୀ ବଦଳିବା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି, ଯାହା ଭାରତ ଓ ସିନ୍ଧୁ ଉପତ୍ୟକା ସମେତ ବିଶ୍ୱର ସବୁଠୁ ଜନବହୁଳ ଅଞ୍ଚଳରେ ହୃଦ୍‌ଘାତ ଏବଂ ଅଂଶୁଘାତ ସମସ୍ୟା ବଢ଼ିପାରେ। ଏକ ନୂଆ ଗବେଷଣାରେ ଏଭଳି ପୂର୍ବାନୁମାନ କରାଯାଇଛି। ପେନ୍‌ ଷ୍ଟେଟ୍‌ କଲେଜ ଅଫ୍‌ ହେଲ୍‌ଥ ଆଣ୍ଡ ହ୍ୟୁମ୍ୟାନ୍‌ ଡେଭେଲପମେଣ୍ଟ, ପୁର୍ଡ୍ୟୁ ୟୁନିଭର୍ସିଟି କଲେଜ ଅଫ୍‌ ସାଇନ୍ସ ଏବଂ ପୁର୍ଡ୍ୟୁ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଏ ସଷ୍ଟେନେବଲ୍‌ ଫ୍ୟୁଚର ପକ୍ଷରୁ କରାଯାଇଥିବା ଅନ୍ତଃବିଭାଗୀୟ ଗବେଷଣାରୁ ଏହା ଜଣାଯାଇଛି। ‘ପ୍ରୋସିଡିଂସ୍‌ ଅଫ୍‌ ଦି ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌’ରେ ପ୍ରକାଶିତ ଉକ୍ତ ଗବେଷଣାରେ ବିଶ୍ୱ ତାପମାତ୍ରା ପ୍ରାକ୍‌ ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଅପେକ୍ଷା ଅଧିକ ବଢ଼ିବ, ଯାହା ମାନବ ସ୍ବାସ୍ଥ୍ୟ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କୁହାଯାଇଛି।
ହୃଦ୍‌ଘାତ ବା ଅଂଶୁଘାତ ଅନୁଭବ କରିବା ପୂର୍ବରୁ ମାନବ ଶରୀର କେବଳ ନିର୍ଦ୍ଦିଷ୍ଟ ତାପମାତ୍ରା ଓ ଆର୍ଦ୍ରତାକୁ ଗ୍ରହଣ କରିପାରେ। ଅଧ୍ୟୟନ ଅନୁଯାୟୀ ଯଦି ତାପମାତ୍ରା ପ୍ରାକ୍‌ ଶିଳ୍ପ ଯୁଗୀୟ ସ୍ତରଠାରୁ ୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ ତେବେ ଭାରତ ଓ ପାକିସ୍ତାନର ୨୨୦ କୋଟି ଲୋକ ଅସହ୍ୟ ତାତିର ସମ୍ମୁଖୀନ ହେବେ। ସେହିପରି ପୂର୍ବ ଚାଇନାର ୧୦୦ କୋଟି ଏବଂ ସବ୍‌-ସାହାରା ଆଫ୍ରିକା ଅଞ୍ଚଳର ୮୦ କୋଟି ଲୋକ ଅତ୍ୟଧିକ ଗ୍ରୀଷ୍ମ ଲହର ଅନୁଭବ କରିବେ ବୋଲି ଏଥିରେ କୁହାଯାଇଛି। ଅତ୍ୟଧିକ ଗ୍ରୀଷ୍ମ ଲହରର ସମ୍ମୁଖୀନ ହେବାକୁ ଥିବା ମହାନଗର ମଧ୍ୟରେ ଦିଲ୍ଲୀ, କୋଲକାତା, ସାଙ୍ଘାଇ, ମୁଲ୍‌ତାନ, ନାଞ୍ଜିଙ୍ଗ ଏବଂ ଉହାନ ରହିଛି। ଏହିସବୁ ଅଞ୍ଚଳରେ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ ରହିଥିବାରୁ ଲୋକମାନେ ଏୟାର କଣ୍ଡିଶନର କିମ୍ବା ଘରକୁ ଶୀତଳ ରଖିବା ଲାଗି କୌଣସି ପ୍ରଭାବୀ ମାଧ୍ୟମ ଆପଣାଇବାକୁ ସକ୍ଷମ ନୁହନ୍ତି। ଯଦି ବିଶ୍ୱ ତାପମାତ୍ରା ୩ ଡିଗ୍ରୀ ଅଧିକ ବଢ଼ିଯାଏ, ତେବେ ଇଷ୍ଟର୍ନ ସିବୋର୍ଡ ସମେତ ଆମେରିକା ମଧ୍ୟଭାଗରେ ଥିବା ଫ୍ଲୋରିଡାରୁ ନ୍ୟୁୟର୍କ ଏବଂ ହଷ୍ଟନ୍‌ରୁ ସିକାଗୋ, ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ଅତ୍ୟଧିକ ଗ୍ରୀଷ୍ମ ଲହରର ସାମ୍‌ନା କରିବେ ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବିକଶିତ ରାଷ୍ଟ୍ରର ଜନସାଧାରଣ ଗ୍ରୀଷ୍ମ କଷ୍ଟରୁ ମୁକ୍ତି ପାଇଁ ଆବଶ୍ୟକ ଶୀତଳୀକରଣ ବ୍ୟବସ୍ଥା ଆପଣାଇପାରିବେ। ବିକାଶଶୀଳ ଏବଂ ଗରିବ ଦେଶର ଲୋକମାନେ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବେ ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri