ଭାଗ୍ୟ ବଦଳାଇବ ପାନ, ପୂଜାରେ ଏଭଳି କରନ୍ତୁ ବ୍ୟବହାର…

ହିନ୍ଦୁ ଧର୍ମରେ ଦେବୀଦେବତାମାନଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟ ଲାଗି ପାନର ବ୍ୟବହାର ଶୁଭ ବୋଲି କୁହାଯାଏ। ପୂଜାରେ ସମସ୍ତ ପ୍ରକାର ଭୋଗ ସହ ପାନ ଚଢ଼ାଇବା ଦ୍ୱାରା ଦେବତା ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି। ତେବେ ପାନର ବ୍ୟବହାର କେବଳ ପୂଜା ପାଇଁ ନୁହେଁ ବରଂ ଜ୍ୟୋତିଷ ଉପାୟ ଲାଗି ମଧ୍ୟ ହୋଇଥାଏ। ବୁଧବାର ଦିନ ଯଦି କେହି ପାନର ଜ୍ୟୋତିଷ ଉପାୟରେ ବ୍ୟବହାର କରେ ତେବେ ଜୀବନରେ ତାର ସଫଳତା ପାଦ ଚୁମେ।

-ହିନ୍ଦୁ ମାନ୍ୟତା ଅନୁଯାୟୀ ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ପୂଜାରେ ପାନର ବ୍ୟବହାର କରିବା ଉଚିତ। ଦେବୀଙ୍କଠାରୁ ଧନଧାନ୍ୟର ଆଶୀର୍ବାଦ ପାଇବା ଲାଗି ନବରାତ୍ରୀର ୯ ଦିନରୁ କୌଣସି ଗୋଟିଏ ଦିନ ଗୋଟିଏ ପାନରେ କିଛି ଗୋଲାପ ପାଖୁଡ଼ା ରଖି ସମର୍ପଣ କରନ୍ତୁ।

-ଯଦି ଜୀବନରେ କୌଣସି ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ବୁଧବାର ଦିନ ପାନ ପତ୍ରରେ କିଛି ଲବଙ୍ଗ ରଖି ବହୁଥିବା ସ୍ରୋତରେ ପ୍ରବାହିତ କରିଦିଅନ୍ତୁ। ମାନ୍ୟତାନୁଯାୟୀ ପାନର ପତ୍ର ସହ ଆପଣଙ୍କ ସମସ୍ୟାଗୁଡ଼ିକ ମଧ୍ୟ ବହିଯିବ।

-ଯଦି ସର୍ବଦା କୌଣସି ଅଜଣା ଶତ୍ରୁର ଭୟ ଥାଏ ଅଥବା ଜୀବନରେ କୌଣସି କ୍ଷେତ୍ରରେ ବାଧା କାରଣରୁ କାମ ଅଟକିଥାଏ ତେବେ ସଙ୍କଟମୋଚନ ହନୁମାନଙ୍କ ପୂଜାରେ ମିଠା ପାନ ବ୍ୟବହାର କରିବା ଉଚିତ। ଏହା ପ୍ରଭୁଙ୍କ ନିକଟରେ ସମର୍ପଣ କରିବା ପରେ ସେ ପ୍ରସନ୍ନ ହେବା ସହ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି।

-ହିନ୍ଦୁ ମାନ୍ୟତା ଅନୁଯାୟୀ ପ୍ରଭୁ ଗଣେଶ ଶୁଭ ଏବଂ ଲାଭର ଦେବତା। ତାଙ୍କର ଆଶୀର୍ବାଦ ଥିଲେ ସମସ୍ତ କାର୍ଯ୍ୟ ବିନା ବାଧାରେ ସମ୍ପନ୍ନ ହୋଇଥାଏ। ଯଦି କୌଣସି କାର୍ଯ୍ୟକୁ ବିନା କୌଣସି ବାଧାରେ ପୂରଣ କରିବାକୁ ଚାହାନ୍ତି ତେବେ ବୁଧବାର ଦିନ ଗଣେଶଙ୍କ ପୂଜାରେ ୧୧ ପାନରେ ଗୁଜୁରାତି ଏବଂ ମିଠା ମସଲା ବ୍ୟବହାର କରନ୍ତୁ। ଏହି ଉପାୟ ଦ୍ୱାରା ବ୍ୟକ୍ତିର ସମସ୍ତ କାର୍ଯ୍ୟ ପୂରଣ ହୋଇଥାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?