Home Left

ଦୁଇ ଇସ୍ରାଏଲ ମହିଳାଙ୍କୁ ମୁକ୍ତ କଲା ହମାସ

ତେଲ ଆଭିବ,୨୪।୧୦: ହମାସ ଆତଙ୍କବାଦୀ ସଙ୍ଗଠନ ଦୁଇ ବୃଦ୍ଧ ମହିଳାଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି। ଏମାନଙ୍କୁ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ପାଲେଷ୍ଟାଇନ ଆତଙ୍କବାଦୀ ସଙ୍ଗଠନ ବନ୍ଦୀ କରି ନେଇଥିଲେ। ଇସ୍ରାଏଲର ସାମରିକ ମୁଖପାତ୍ର ସୋମବାର ଏକ ବିବୃତ୍ତିରେ…

ବାଂଲାଦେଶରେ ଟ୍ରେନ୍‌ ଦୁର୍ଘଟଣା: ୨୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ଢାକା,୨୪।୧୦: ବାଂଲାଦେଶର ଉତ୍ତର-ପୂର୍ବ କିଶୋରଗଞ୍ଜ ଜିଲାରେ ଏକ ମାଲବାହୀ ଏବଂ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୨୦କୁ ବୃଦ୍ଧିପାଇଛି। ଦୁର୍ଘଟଣାରେ ଶତାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଚିକିତ୍ସା…

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ,୨୪।୧୦: ଆମେ ଅନେକ ସମୟରେ ଡାକ୍ତର ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ପିସିଏସ ଦମ୍ପତିଙ୍କୁ ଦେଖିଥିବେ, କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କୁ ପାଇବା ବିରଳ। ଯେତେବେଳେ ସାଧନା ସାକ୍ସେନା ନାୟାରଙ୍କୁ ବାୟୁସେନାରେ ଏୟାର ମାର୍ଶଲ ପଦବୀକୁ ଉନ୍ନୀତ…

ଶୋ’ ମଝିରୁ ଗିରଫ ହେଲେ ବିଗ୍‌ବସ୍‌ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…

ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍‌ବସ୍‌ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବିଗ୍‌ବସ୍‌…

ହସ୍ପିଟାଲରେ ଭୟଙ୍କର ଇନ୍ଧନ ଅଭାବ: ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କଲେ ଡାକ୍ତର

ଗାଜା,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗିପଡିଛି। ଏଭଳିସ୍ଥିତିରେ ଗାଜାର ହସ୍ପିଟାଲଗୁଡିକରେ ଇନ୍ଧନ ଯୋଗାଣ ହ୍ରାସ ପାଇଛି। ଫଳରେ ହସ୍ପିଟାଲରେ ଥିବା ଜେନେରେଟରଗୁଡିକରେ ସ୍ବଳ୍ପ…

ସୁରକ୍ଷା କର୍ମୀଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ, କରିବେ ଅସ୍ତ୍ରଶସ୍ତ୍ର ପୂଜା

ଇଟାନଗର,୨୪।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୁରକ୍ଷା କର୍ମୀଙ୍କ ସହ ଦଶହରା ପାଳନ କରିବେ ଏବଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଆଜି ଅସ୍ତ୍ରଶସ୍ତ୍ର ପୂଜା କରିବେ। ତାୱାଙ୍ଗ ଗସ୍ତ ପୂର୍ବରୁ ରାଜନାଥ ଆସାମର ତେଜପୁରରେ ପହଞ୍ଚିଥିଲେ। ସିଂ ଏଠାରେ ଥିବା ୪…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେଲେ ଶେନ୍‌ ବଣ୍ଡ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ଶେନ୍‌ ବଣ୍ଡଙ୍କୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ସହାୟକ କୋଚ୍‌ ଏବଂ ଦ୍ରୁତ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ମିଳିଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଥିଲେ। ନିଜର କ୍ରିକେଟ କ୍ୟାରିୟରରେ…

ଦୁର୍ଗା ପୂଜା ପେଣ୍ଡାଲରେ ଅଘଟଣ: ଦଳାଚକଟାରେ ୩ ମୃତ

ପାଟନା,୨୪।୧୦: ଦୁର୍ଗା ପୂଜା ପେଣ୍ଡାଲ ପରିଦର୍ଶନ କରିବା ସମୟରେ ଗୋପାଳଗଞ୍ଜରେ ଏକ ଦଳାଚକଟା ହୋଇଥିଲା। ଏଥିରେ ଜଣେ ଶିଶୁ ଏବଂ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ଥିବାବେଳେ ଏକ…

ପାକିସ୍ତାନ କ’ଣ ଏବେ ବି ସେମିଫାଇନାଲରେ ପହଞ୍ଚିପାରିବ? ଜାଣନ୍ତୁ ବିଶ୍ୱକପ୍‌ର ସମୀକରଣ…

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବାର ରାସ୍ତା କଠିନ ହେବାରେ ଲାଗିଛି। ସେମବାର ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଦଳର ଅଡ଼ୁଆ ବଢ଼ିଛି। ଦଳ ଏବେ ପଏଣ୍ଟ ତାଲିକାର ୫ମ ସ୍ଥାନରେ ପହଞ୍ଚିଛି। ଏଯାବତ ପାକିସ୍ତାନ କେବଳ ୨ ମ୍ୟାଚ୍‌…

ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ଏକ ଲଢ଼ୁଆ ଟିମ୍‌ରେ ପରିବର୍ତ୍ତିତ କରିଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର, ଇଂଲଣ୍ଡ ପରେ ପାକିସ୍ତାନ ବି…

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ର ପ୍ରଦର୍ଶନ ଚର୍ଚ୍ଚାର କାରଣ ପାଲଟିଛି। ସୋମବାର ପାକିସ୍ତାନ ଟିମ୍‌ ଆଫଗାନିସ୍ତାନ ବିପକ୍ଷରେ ବିଜେତା ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିଲା। ହେଲେ ତାହା ହୋଇପାରି ନାହିଁ। ଆଫଗାନିସ୍ତାନ ଟିମ୍‌ ପୁଣିଥରେ ଜବରଦସ୍ତ ପ୍ରଦର୍ଶନ କରି…

ଆଫଗାନିସ୍ତାନଠାରୁ ହାରିବା ପରେ ବି ହୃଦୟ ଜିତିଲେ ପାକିସ୍ତାନ ଅଧିନାୟକ

ଚେନ୍ନାଇ,୨୪।୧୦: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପାକିସ୍ତାନକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ୍‌ର ତୃତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ପରେ ଆଫଗାନିସ୍ତାନ…

ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ, ଲଢିପାରିବେ ନାହିଁ ନିର୍ବାଚନ

ଇସଲାମାବାଦ,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅସୁବିଧା ଶେଷ ହେବାର କୌଣସି ସଙ୍କେତ ଦେଉନାହିଁ। ସୋମବାର ଇମ୍ରାନଙ୍କୁ ଏକ ସ୍ବତନ୍ତ୍ର କୋର୍ଟରୁ ଝଟକା ଲାଗିଛି। ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସାଇଫର ମାମଲାରେ ଦୋଷୀ ସାବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?