Posted inଖେଳ

ଆଫଗାନିସ୍ତାନଠାରୁ ହାରିବା ପରେ ବି ହୃଦୟ ଜିତିଲେ ପାକିସ୍ତାନ ଅଧିନାୟକ

ଚେନ୍ନାଇ,୨୪।୧୦: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପାକିସ୍ତାନକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ୍‌ର ତୃତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ପରେ ଆଫଗାନିସ୍ତାନ ଖେଳାଳିମାନେ ଆନନ୍ଦିତ ହୋଇଥିଲେ। ତେବେ ମ୍ୟାଚ ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏପରି କିଛି କରିଥିଲେ, ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଉଥିଲା।
ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନକୁ ପରାସ୍ତ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଆଫଗାନିସ୍ତାନ ଓପନର୍‌ ରହମାନୁଲ୍ଲା ଗୁରୁବାଜଙ୍କୁ ତାଙ୍କ ବ୍ୟାଟ ଉପହାର ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚେନ୍ନାଇରେ ପ୍ରଥମେ ଖେଳିବା ପରେ ଅବଦୁଲ୍ଲା ଶାଫିକ ୫୮ ଏବଂ ଅଧିନାୟକ ବାବର ଆଜାମ ୭୪ର ଚମତ୍କାର ଇନିଂସ ଯୋଗୁ ପାକିସ୍ତାନ ୫୦ ଓଭରରେ ୭ ଉଇକେଟ ହରାଇ ୨୮୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଆଫଗାନିସ୍ତାନ ଦଳ ଏକ ଭଲ ଆରମ୍ଭ କରିଥିଲା। ଆଫଗାନିସ୍ତାନର ଓପନର୍‌ ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦ୍ରାନଙ୍କ ମଧ୍ୟରେ ୧୩୦ ରନ ର ଏକ ଓପନିଂ ଭାଗିଦାରୀ ହୋଇଥିଲା
୫୩ ବଲରେ ୬୫ ରନ ସ୍କୋର କରିବା ପରେ ରହମାନୁଲ୍ଲା ଗୁରୁବାଜ ଶାହିନ ଆଫ୍ରିଦିଙ୍କ ଶିକାର ହୋଇଥିଲେ। ସେ ତାଙ୍କ ଇନିଂସରେ ୯ ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ଇବ୍ରାହିମ ଜାଦ୍ରାନଙ୍କୁ ହାସନ ଅଲି ଆଉଟ୍‌ କରିଥିଲେ। ଇବ୍ରାହିମ ଜାଦ୍ରାନ ୧୧୩ ବଲରେ ୮୭ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୦ ଚୌକା ମାରିଥିଲେ। ଆଫଗାନିସ୍ତାନ ଦଳକୁ ଦ୍ୱିତୀୟ ଝଟକା ୧୯୦ ରନ ସ୍କୋରରେ ଆସିଥିଲା।
ଏହା ପରେ ଆଫଗାନିସ୍ତାନର ଅଧିନାୟକ ହାଶମତୁଲ୍ଲା ଶାହିଡି ଏବଂ ରହମତ ଶାହା ଏହି ଦାୟିତ୍। ଗ୍ରହଣ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ୯୬ ରନର ଭାଗିଦାରୀ ହୋଇଥିଲା। ରହମତ୍‌ ଶାହା ୮୪ ବଲରେ ୭୭ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୨ ଛକା ମାରିଥିଲେ। ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଡି ୪୫ ବଲରେ ୪୮ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୪ ଚୌକା ମାରିଥିଲେ। ଆଫଗାନିସ୍ତାନକୁ ବିଜୟ ଆଡକୁ ନେବା ପରେ ଦୁହେଁ ଅପରାଜିତ ଫେରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?