ହସ୍ପିଟାଲରେ ଭୟଙ୍କର ଇନ୍ଧନ ଅଭାବ: ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କଲେ ଡାକ୍ତର

ଗାଜା,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗିପଡିଛି। ଏଭଳିସ୍ଥିତିରେ ଗାଜାର ହସ୍ପିଟାଲଗୁଡିକରେ ଇନ୍ଧନ ଯୋଗାଣ ହ୍ରାସ ପାଇଛି। ଫଳରେ ହସ୍ପିଟାଲରେ ଥିବା ଜେନେରେଟରଗୁଡିକରେ ସ୍ବଳ୍ପ ପରିମାଣର ଇନ୍ଧନ ରହିଛି। ଏପରି କି ଏହା କିଛି ଘଣ୍ଟା ମଧ୍ୟରେ ଶେଷ ହୋଇଯିବା ଆଶଙ୍କା ରହିଛି। ବର୍ତ୍ତମାନ ଏହା ଡାକ୍ତରମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ହସ୍ପିଟାଲର ଇନ୍‌କ୍ୟୁବେଟରରେ ରଖାଯାଇଥିବା ଶିଶୁଙ୍କ ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଏନେଇ ଗାଜାର ନିଓନିଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ର ଡାକ୍ତରମାନେ ସମଗ୍ର ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ହସ୍ପିଟାଲରେ ଇନ୍ଧନ ଏବଂ ଜରୁରୀ ମେଡିସିନର ଘୋର ଅଭାବ ରହିଛି। ଯଦି ତେଲ ଅଭାବରୁ ଇନ୍‌କ୍ୟୁବେଟରଗୁଡିକ ବନ୍ଦ ହୋଇଯାଏ ତା’ହେଲେ ୫୫ଜଣ ଶିଶୁଙ୍କ ଜୀବନ ଚାଲିଯିବାର ଆଶଙ୍କା ରହିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

ଅଲ୍‌ ଶିଫା ହସ୍ପିଟାଲର ଡାକ୍ତର ନସୀର ବୁଲ୍‌ବୁଲ କହିଛନ୍ତି, କ୍ରିଟିକାଲ ବିଭାଗ ପାଇଁ ଜରୁରୀ ମେଡିସିନର ଆବଶ୍ୟକତା ରହିଛି। ଜରୁରୀ ମେଡିସିନ ପାଇଁ ଆମେ ସମସ୍ତ ଦେଶକୁ ଅନୁରୋଧ କରିଛୁ। ଯଦି ମେଡିସିନ ନ ମିଳିବ, ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବୁ ବୋଲି ସେ କହିଛନ୍ତି।

ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ୍‌ କିଦ୍ରା କହିଛନ୍ତି, ଇଲେକ୍ଟ୍ରିକ ଇନ୍‌କ୍ୟୁବର୍ସରେ ୧୩୩ ଜଣ ନବଜାତ ରହିଛନ୍ତି। ହସ୍ପିଟାଲଗୁଡିକରେ ଥିବା ଜେନେରେଟରଗୁଡିକରେ ତେଲ ଶେଷ ହେବାକୁ ଲାଗିଛି। ବିଶେଷ କରି ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଶିଫାରେ ଥିବା ଜେନେରେଟର ଟାଙ୍କିରେ ତେଲ ପରିମାଣ ସ୍ବଳ୍ପ ରହିଛି। ଜୀବନ ରକ୍ଷାକାରୀ ଉପକରଣଗୁଡିକ ପାଇଁ ତେଲ ସୁଇଚ୍‌କୁ ଖୋଲା ରଖାଯାଇଛି। ହେଲେ ସେଗୁଡିକ କେତେ ସମୟ ଚାଲିବ, ତାହା ଜଣାନାହିଁ। ବିଶ୍ୱକୁ ତେଲ ଯୋଗାଇ ଦେବାକୁ ନିବେଦନ କରୁଛି। ତେଲ ଯୋଗାଣ ସମ୍ଭବ ହୋଇଯିବ ବୋଲି ଆଶା କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପ୍ପଜନକ ମିଶନରେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ତାଙ୍କ ଅଭିନୀତ ହଲିଉଡ ସିରିଜ୍‌ ‘ସିଟାଡେଲ’ ଚହଳ ସୃଷ୍ଟି କରିଛି। ପିସି…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ନୂଆ ଷ୍ଟାଇଲ୍‌ରେ ପ୍ରେମିକଙ୍କୁ ପ୍ରପୋଜ କରିବା ବାହାନାରେ ଏମିତି କାଣ୍ଡ କଲେ ପ୍ରେମିକା, ହାତଗୋଡ଼ ବାନ୍ଧିଲେ, ପରେ…

ବେଙ୍ଗାଲୁରୁ,୨୨ା୪: କର୍ନାଟକର ରାଜଧାନୀ ତଥା ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହା ସମଗ୍ର ସହରକୁ ଥରାଇ…

ଚାଞ୍ଚଲ୍ୟ… ଦିଲ୍ଲୀରେ IRS ଅଧିକାରୀଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା, ମୋବାଇଲ ଚାର୍ଜରରେ କାଟିଦେଲେ ଗଳା

ନୂଆଦିଲ୍ଲୀ,୨୨ା୪: ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଯୁବତୀଙ୍କ ବଳାତ୍କାର ଏବଂ ପରେ ହତ୍ୟା ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୃତକ ଜଣକ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍‌, ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଝାରସୁଗୁଡା,୨୨।୪(ଆଶିଷ ରଞ୍ଜନ ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର୍‌। ଜିଏନଏମ ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ବିଭିନ୍ନ ପିଏଚସି…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri