Home Left

ଇତିହାସ ରଚିଲା ସ୍ପେନ, ଇଂଲଣ୍ଡକୁ ହରାଇ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ ଜିତିଲା

ସିଡନୀ,୨୦।୮: ଐତିହାସିକ ପ୍ରଦର୍ଶନ କରି ପ୍ରଥମଥର ପାଇଁ ଫିଫା ମହିଳା ଫୁଟବଲ ବିଶ୍ୱକପ ୨୦୨୩ ଜିତିଛି ସ୍ପେନ। ଅଷ୍ଟ୍ରେଲିଆର ସିଡନୀ ଅଲିମ୍ପିକ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୧-୦ରେ ଗୋଲରେ ପରାସ୍ତ କରିଛି ସ୍ପେନ୍‌। ଖେଳର ୨୯…

ଘୋଡାହାଡ଼ ନଦୀରେ କୁମ୍ଭୀର ଥିବାନେଇ ଭିଡିଓ ଭାଇରାଲ୍‌

ହିଞ୍ଜିଳିକାଟୁ,୨୦।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀରେ କୁମ୍ଭୀର ଥିବା ନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହା ହିଞ୍ଜିଳିକାଟୁ ନିକଟ ଘୋଡାହାଡ ନଦୀର ଭିଡିଓ ବୋଲି ପ୍ରଚାର…

ଦୂତିଙ୍କ ଖୁଲାସା: କ୍ୟାନ୍‌ସରରେ ପୀଡ଼ିତ ଥିଲି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮: ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଦ୍ୱାରା ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଅନ୍ୟତମ ସେଲିବ୍ରିଟି ଆଥଲେଟ୍‌ ଦୂତୀ ଚାନ୍ଦ। ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ…

ଲେହରେ ନାଚିବାକୁ ଯାଇଛନ୍ତି ରାହୁଲ ଗାନ୍ଧୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

ବକ୍ସର,୨୦।୮: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୃତ୍ୟଶିଳ୍ପୀ କହି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲେହରେ ନାଚିବାକୁ ଯାଇଛନ୍ତି। କୃଷକମାନଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ରାହୁଲ ଗାନ୍ଧୀ…

ସମ୍ପର୍କ ଉପରେ ବାଜିଲା ମୋହର

ବମ୍ବେ: ବଲିଉଡର ଆଉ ଜଣେ କଥିତ ଲଭ୍‌ବାର୍ଡଙ୍କ ସମ୍ପର୍କ ଉପରେ ବାଜିଲା ମୋହର। ଏକଦା ଅଭିନେତା ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ଚର୍ଚ୍ଚାରେ ରହୁଥିଲେ ଅଭିନେତ୍ରୀ ଦିଶା ପଟାନୀ। ହେଲେ ବ୍ରେକ୍‌ଅପ୍‌ ପରେ ଆଗକୁ ବଢ଼ିଛନ୍ତି ସେ। ଏବେ ସେ ଆଲେକ୍ସଜାଣ୍ଡର…

ମିଳିମିଶି କଂଗ୍ରେସ ଆଦର୍ଶକୁ ଆହୁରି ମଜଭୁତ କରିବୁ: ସଚିନ ପାଇଲଟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି) ଗଠନ କରିଛି। ରାଜସ୍ଥାନ କଂଗ୍ରେସର ପୂର୍ବତନ ସଭାପତି ସଚିନ ପାଇଲଟଙ୍କୁ ମଧ୍ୟ ସିଡବ୍ଲୁସିରେ ସ୍ଥାନ ଦିଆଯାଇଛି। ପାଇଲଟ ଟୁଇଟ କରି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ କାର୍ଯ୍ୟ…

ମହାକୁମ୍ଭ ମହାମିଳନ: ଯୋଗଦେଲେ ୫ ଜିଲାର ଶ୍ରଦ୍ଧାଳୁ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୦।୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ଥାନା ଗଦାପୁରରେ ରବିବାର ମହାକୁମ୍ଭ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ଜିଲା ସମେତ ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲାର ବୋଲବମ୍‌ ସଙ୍ଘର ହଜାର ହଜାର ଶ୍ରଦ୍ଧାଳୁ…

‘ମୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବି’

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ପୂର୍ବ ସ୍ବାମୀ ଆଦିଲ ଦୁରାନୀ ଅଭିନେତ୍ରୀଙ୍କୁ ନେଇ ବଡ ଧରଣର ଖୁଲାସା କରିବେ ବୋଲି କହିଛନ୍ତି। କିଛି ଦିନ ତଳେ ଉଭୟଙ୍କ…

ସୁଯୋଗକୁ ଅପେକ୍ଷା କରିଛି: ଥରୁର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କମିଟି ଗଠନ କରିଛନ୍ତି। ଏଥିରେ ଖାର୍ଗେଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀଙ୍କ ଭଳି ନେତାଙ୍କୁ ସ୍ଥାନ ଦିଆଯାଇଛି। କଂଗ୍ରେସ ଦଳର…

ଶ୍ୱଶୁର ଘର ଗାଁରେ ଜୀବନ ହାରିଲେ ଜ୍ୱାଇଁ

ରାଇରଙ୍ଗପୁର,୨୦।୮(ମାନସ ମହାନ୍ତି): ମୟୁରଭଞ୍ଜ ଜିଲା ଶେଈ ଥାନା ଅଧୀନ ବୁଡାମରା ଗ୍ରାମରେ ଜଣେ ଯୁବକ ଖଡଖାଈ ନଦୀ କୂଳ ପାର୍ଶ୍ୱ ବିଲରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରାଇରଙ୍ଗପୁର ଥାନା ହାତନାଡୋ ଗ୍ରାମର ବୈଦ୍ୟନାଥ…

‘ମା ତୁଝେ ସଲାମ୍‌ ୨’ରେ ନଜର ଆସିବେ ସନ୍ନି!

ବମ୍ବେ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଭାଗ୍ୟ ଚମକାଇଛି ଫିଲ୍ମ ‘ଗଦର ୨’। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଛି ଫିଲ୍ମ। ଇତିମଧ୍ୟରେ ଏହା ୩୦୦ କୋଟି ବ୍ୟବସାୟ କରିଥିବା ଫିଲ୍ମ ପାଲଟିଛି। ଏଭଳି ସଫଳତାକୁ ନେଇ ଏବେ ଅଭିନେତାଙ୍କୁ…

ଟ୍ରାଏଲ ବେଳେ ଡିଆରଡିଓର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ

ଚିତ୍ରଦୁର୍ଗ,୨୦।୮: ଟ୍ରାଏଲ ସମୟରେ ଡିଆରଡିଓର ତାପସ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓର ମାନବ ବିହୀନ ବିମାନ ଯାନ ଅର୍ଥାତ୍‌ ୟୁଏଭି ଏକ ଟ୍ରାଏଲ ଉଡାଣରେ ଥିଲା କିନ୍ତୁ ବୈଷୟିକ ତ୍ରୁଟି ହେତୁ ଏହା ରବିବାର ସକାଳେ କର୍ନାଟକର ଚିତ୍ରାଦୁରଗା ଜିଲାର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri