Posted inଜାତୀୟ

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡିଛି। ଏହା ହେଉଛି ‘ଇଣ୍ଡିଆ’ର ବରିଷ୍ଠ ନେତାଙ୍କ ଚତୁର୍ଥ ବୈଠକ। ଅଖିଳେଶ ପୂର୍ବ ତିନୋଟି ବୈଠକରେ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶ ନିର୍ବାଚନରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁ ସେ ଏଥର ବୈଠକରେ ଯୋଗ ଦେବେନି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ପାଇଁ ‘ଇଣ୍ଡିଆ’ର ସମସ୍ତ ୨୮ଟି ଦଳକୁ ଡାକିଛନ୍ତି। ସେ ଏ ବାବଦରେ ଅଖିଳେଶ ଯାଦବଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏସପି ସୂତ୍ର ଅନୁଯାୟୀ, ଅଖିଳେଶ ଯାଦବ ଏହି ବୈଠକରେ ଅଂଶଗ୍ରହଣ କରିବେ ନାହିଁ। ତେବେ ଦଳ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଫେସର ଡା. ରାମ ଗୋପାଳ ଯାଦବ ଏଥିରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।
ମଧ୍ୟପ୍ରଦେଶରେ ନିର୍ବାଚନ ମଣ୍ଡଳୀ ଗଠନ ନ କରିବାକୁ ନେଇ କଂଗ୍ରେସର ନିଷ୍ପତ୍ତିକୁ ଅଖିଳେଶ ଯାଦବ ସମାଲୋଚନା କରଥିଲେ। ଏ ବାବଦରେ ବିଳମ୍ବିତ ରାତିରେ ଆଲୋଚନା ପରେ ଶେଷ ମୁହୂର୍ତ୍ତରେ ଆସନ ଦେବାକୁ କଂଗ୍ରେସ ମନା କରିବା ବିଶ୍ୱାସଘାତକତା ସହିତ ସମାନ ବୋଲି କହିଥିଲେ। ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଚାର ବେଳେ ଅଖିଳେଶ କେବଳ ଭାଜପା ନୁହେଁ, କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri