ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ କରି ଶିଶୁଙ୍କ ମନ ଜିଣିବା ସହ ସାରା ପରିବାରର ଲୋକପ୍ରିୟତା ହାସଲ କରିବା ଆଶା ରହିଛି। ପ୍ରମୁଖ ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ଟୁନିଜ୍‌ ମିଡିଆ ଗ୍ରୁପ୍‌ ଏବଂ ଓଡ଼ିଶାର ଆନିମେଶନ କମ୍ପାନୀ ଏଲି ଆନିମେଶନ୍ସର ମିଳିତ ସହଭାଗିତାରେ ଏହି ସିରିଜ୍‌ ଚାଲିବ। ପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ ଥିବା ନିବିଡ଼ି ସମ୍ପର୍କ ଏହି ସରିଜ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ବନ୍ଧୁତା, ଭକ୍ତି ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏଥିରେ ଉପସ୍ଥାପନ କରାଯାଇଛି। ଏଥିରେ ଆକ୍ସନ, ହାସ୍ୟରସ ଏବଂ ମଜା ଭରି ରହିଛି। ଏଲି ଆନିମେସନ୍ସର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳାଇ କହିଛନ୍ତି, ଜୟ ଜଗନ୍ନାଥକୁ ସାରା ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଟୁନିଜ୍‌ ମିଡିଆ ଗ୍ରୁପ ସହ ସହଭାଗିତା କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମର ଲକ୍ଷ୍ୟ ହେଉଛି ପ୍ରଭୁ ଜଗନ୍ନାଥଙ୍କ କାହାଣୀର ସମୃଦ୍ଧତାକୁ ଏକ ଆକର୍ଷଣୀୟ ତଥା ସାଂସ୍କୃତିକ ଉପାୟରେ ସମସ୍ତଙ୍କ ପାଖରେ ପହଞ୍ଚାଇବା।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri