Posted inଖେଳ

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ବିଶ୍ୱକପ ବିଫଳତା ପରେ ଆଉ ଏକ ପରାଜୟ ହାସଲ କରିଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୨୫ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ୭ ବଲ୍‌ ବାକିଥାଇ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ସାର ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଓପନର ଫିଲ ସଲ୍ଟ(୪୫) ଓ ଓ୍ବିଲ ଜ୍ୟାକ୍ସ(୨୬) ପ୍ରଥମ ଉଇକେଟରେ ୭୭ ରନ୍‌ ଯୋଡିଥିଲେ। ସମାନ ସ୍କୋରରେ ଉଭୟ ଓପନର ଆଉଟ ହେବା ପରେ ଜ୍ୟାକ୍‌ କ୍ରଲି ୪୮ ଓ ବେନ୍‌ ଡକେଟ୍‌ ୨୦ ରନ୍‌ କରିଥିଲେ। ତେବେ ହ୍ୟାରୀ ବ୍ରୁକ୍‌ ୭୨ ବଲ୍‌ରୁ ୭୧ ରନ୍‌ କରି ଇଂଲଣ୍ଡକୁ ଏକ ଦୃଢ ସ୍କୋର ପ୍ରଦାନ କରିଥିଲେ। ବ୍ରୁକଙ୍କ ଇନିଂସରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ପରେ ଶେଷ ଭାଗରେ ସାମ୍‌ କୁରାନ(୩୮) ଓ ବ୍ରାଇଡେନ୍‌ କାର୍ସ(୩୧*) ରନ୍‌ କରିବାରୁ ଦଳ ୩୨୫ ରନରେ ପହଞ୍ଚିଥିଲା। ଘରୋଇ ଦଳ ପକ୍ଷରୁ ଗୁଡାକେଶ ମୋତି, ଓଶେନ୍‌ ଥୋମାସ୍‌ ଓ ରୋମାରିଓ ଶେଫର୍ଡ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୩୨୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ ଓପନର ବ୍ରାଣ୍ଡନ୍‌ କିଙ୍ଗ(୩୫) ଓ ଆଲିକ୍‌ ଅଥାଞ୍ଜେ(୬୬)। ଉଭୟ ପ୍ରଥମ ଉଇକେଟରେ ୧୦୪ ରନ୍‌ ଯୋଡିଥିଲେ। ଅଥାଞ୍ଜେ ୬୫ ବଲ୍‌ ଖେଳି ୯ ଚୌକା ଓ ୨ ଛକା ମାରିଥିଲେ। କେସି କାର୍ଟି ୧୬ ରନ୍‌ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ଶାଇ ହୋପ ଅପରାଜିତ ୧୦୯ ରନ୍‌ କରିଥିଲେ। ୮୩ ବଲ୍‌ ଖେଳି ସେ ୪ ଚୌକା ଓ ୭ ଛକା ମାରିଥିଲେ। ସିମରନ୍‌ ହେଟମେୟର(୩୨) ଓ ରୋମାରିଓ ଶେଫର୍ଡ(୪୯)ଙ୍କୁ ସାଥୀ କରି ଦଳକୁ ମ୍ୟାଚ୍‌ ଜିତାଇଥିଲେ। ଶେଫର୍ଡଙ୍କ ସହିତ ସେ ୮୯ ରନ୍‌ର ଭାଗୀଦାରି କରିଥିଲେ। ଇଂଲଣ୍ଡ ପକ୍ଷରୁ ସାମ କୁରାନ୍‌ ୯.୫ ଓଭରରେ ୯୮ ରନ୍‌ ବ୍ୟୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଗସ୍‌ ଆଟକିନ୍‌ସନ୍‌ ଓ ରେହାନ୍‌ ଅହମଦ୍‌ ୨ଟି ଲେଖାଏ ଉଇକେଟ ନେଇଥିଲେ। ବ୍ରାଇଡେନ୍‌ କାର୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶାଇ ହୋପ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri