ସଙ୍ଗୀତ ପରିବେଷଣ ବେଳେ ବ୍ରାଜିଲ ଗାୟକଙ୍କୁ ଗୁଳିକରି ହତ୍ୟା
ବ୍ରାଜିଲ,୧୯।୮: ଏକ ଲାଇଭ୍ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣବେଳେ ଜଣେ ବ୍ରାଜିଲ୍ ଗାୟକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତ ଗାୟକ ହେଲେ ଏମ୍.ସି. ଶେର୍ଗିନୋ ପୋରାଡ଼ୋ। ସେ ଅଗଷ୍ଟ ୧୩ ତାରିଖରେ ରିସିଫ ଠାରେ ଏକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିଲେ। ଏତିକିବେଳେ…
ଅତ୍ୟଧିକ ସୁଧ ନେଇପାରିବେନି ବ୍ୟାଙ୍କ
ନୂଆଦିଲ୍ଲୀ,୧୯ା୮(ପି.ଟି.): ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ(ଏନ୍ବିଏଫ୍ସି)ଗୁଡ଼ିକ ରାଜସ୍ବ ବୃଦ୍ଧି ନିମନ୍ତେ ସୁଧହାର ବଢ଼ାଇ ଚାଲିଥିବାରୁ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଶୁକ୍ରବାର ଚିନ୍ତାବ୍ୟକ୍ତ କରିଛି। ଏଥିସହ ଋଣଦାତାମାନଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣିଛି। ଋଣରେ ଖିଲାପ ହେଲେ…
ଅତି ଧନୀ ତାଲିକାରୁ ବିଶ୍ୱର ୩.୫ ନିୟୁତ ବାଦ୍
ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି…
ଆସାମରେ ପରିସୀମାକୁ ନେଇ ବଢିଲା ବିବାଦ, ବରିଷ୍ଠ ଭାଜପା ନେତା ଦେଲେ ଇସ୍ତଫା
ଗୁଆହାଟୀ,୧୯।୮: ଆସାମରେ ପରିସୀମାର ଅନ୍ତିମ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି। ନଗାଓଁ ସଂସଦୀୟ ନିର୍ବାଚନମଣ୍ଡଳୀର ପରିସୀମାରେ ଅସନ୍ତୁଷ୍ଟ ହୋଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜେନ ଗୋହେନ ଶୁକ୍ରବାର ଆସାମ ଖାଦ୍ୟ ଏବଂ ନାଗରିକ…
ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ
ଡବଲିନ୍,୧୯।୮: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ୨ ରନ୍ର ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି -୨୦ ସିରିଜରେ ୧-୦ରେ…
ହିଂସା ପରେ ମଣିପୁରରୁ ମ୍ୟାନ୍ମାରକୁ ଯାଇଥିବା ୨୧୨ ଲୋକ ଘରକୁ ଫେରିଲେ, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୧୯।୮: ସୀମାନ୍ତ ସହର ମଣିପୁରରୁ ମ୍ୟାନ୍ମାର ପଳାଇ ଯାଇଥିବା ୨୦୦ରୁ ଅଧିକ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟୁଇଟ୍ କରି କହିଛନ୍ତି, ମେ’୩ରେ ଜାତିଗତ ହିଂସା ଆରମ୍ଭ ହେବା ପରେ…
ସୋସିଆଲ ମିଡିଆରେ କାମ ମାଗୁଛନ୍ତି କରିନା-ଆଲିଆ
ମୁମ୍ବାଇ: ବି ଟାଉନରେ କରିନା କପୁର ଓ ଆଲିଆ ଭଟ୍ଟଙ୍କ ଫ୍ରେଣ୍ଡସିପ୍କୁ ନେଇ ଖୁବ୍ ଚର୍ଚ୍ଚା ହୁଏ। ଦୁହେଁ ଏକାଠି ସମୟ ବିତାଇବାକୁ ବହୁତ ଭଲ ପାଆନ୍ତି। ନିକଟରେ ଦୁହେଁ ଏକାଠି ନିଜର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।…
କୁକୁର ପାଇଁ ୮ ଜଣଙ୍କୁ ଗୁଳି: ୨ ମୃତ
ଭୋପାଳ,୧୮ା୮: ମଧ୍ୟପ୍ରଦେଶର ଇନ୍ଦୋରରେ ପୋଷା କୁକୁରକୁ ନେଇ ସେମାନଙ୍କ ମାଲିକଙ୍କ ମଧ୍ୟରେ ବଚସାରୁ ଝଗଡ଼ା ହୋଇ ୨ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତିରେ ବ୍ୟାଙ୍କ୍ ସୁରକ୍ଷା ଗାର୍ଡ ରାଜପାଲ ସିଂ ରାଜଓ୍ବତ୍ ତାଙ୍କ ବାଲ୍କୋନିରୁ ପଡୋଶୀମାନଙ୍କୁ ଗୁଳି ଚଳାଇଥିଲେ। ଏଥିରେ…
ଋଷରୁ କମ୍ ଦରରେ ଗହମ କିଣିବ ଭାରତ
ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର ସରକାର…
ଚର୍ଚ୍ଚାରେ ଓ ମାଇଁ ଗଡ ୨’
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ’ଓ ମାଇଁ ଗଡ ୨’ର ସଫଳତା ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ…
ଶହୀଦ୍ ପୁଅକୁ ଝୁରି ଆଖିବୁଜିଲେ ମା’
ଆନନ୍ଦପୁର,୧୮।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରର ଶହୀଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ…
୩୦ ବର୍ଷ ହେଲା କିଣିନାହାନ୍ତି ପନିପରିବା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ…
Archives


