ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା ବିରୋଧୀ ଅପରାଧ ମାମଲା ୨୦୨୧ ତୁଳନାରେ ୨୦୨୨ରେ ୪% ବଢ଼ିଥିବାବେଳେ ଶିଶୁ ବିରୋଧୀ ଅପରାଧ ୮ % ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଥିଲେ ମଧ୍ୟ ଶିଶୁ ବିରୋଧୀ ଅପରାଧ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିବା ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୨୦୨୨ରେ ଓଡ଼ିଶାରେ ନାରୀ ନିର୍ଯାତନା ସମ୍ପର୍କିତ ମୋଟ ୭ ହଜାର ୩୨୭ ମାମଲା ରୁଜୁ ହୋଇଛି।
୧୧ହଜାର ୫୧୨ ମାମଲା ସହ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଉତ୍ତରପ୍ରଦେଶ (୧୦,୫୪୮), ତୃତୀୟରେ ରାଜସ୍ଥାନ (୮,୫୦୮) ଓ ପଞ୍ଚମରେ କର୍ନାଟକ (୬,୨୦୧) ରହିଛି।
ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶା ସପ୍ତମ ସ୍ଥାନକୁ ଖସି ଆସିଥିବାବେଳେ ଶିଶୁ ବିରୋଧୀ ମାମଲାରେ ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ମାମଲା ୩୧ ହଜାର ୩୫୨ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୨୩ ହଜାର ୬୪୮କୁ ଖସିଆସିଛି। ହେଲେ ଶିଶୁ ବିରୋଧୀ ଅପରାଧ ବୃଦ୍ଧି ପାଇଥିବାରୁ ଏହା ବେଶ୍‌ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ୨୦୨୨ରେ ରାଜ୍ୟର ବିଭିନ୍ନ ଥାନାରେ ଶିଶୁ ବିରୋଧୀ ଅପରାଧ ମାମଲା ୮ ହଜାର ୨୪୦ ରହିଛି। ଏହି ସଂଖ୍ୟା ୨୦୨୧ରେ ୭ ହଜାର ୨୯୯ ଏବଂ ୨୦୨୦ରେ ୬ ହଜାର ୩୩୦ ସହ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଥିଲା। ଶିଶୁ ବିରୋଧୀ ଅପରାଧ ତାଲିକାରେ ୨୦୭୬୨ ମାମଲା ସହ ପ୍ରଥମେ ମହାରାଷ୍ଟ୍ର, ଦ୍ୱିତୀୟରେ ମଧ୍ୟପ୍ରଦେଶ (୨୦୪୧୫), ତୃତୀୟରେ ଉତ୍ତରପ୍ରଦେଶ (୧୮୬୮୨), ଚତୁର୍ଥରେ ରାଜସ୍ଥାନ (୯୩୭୦) ଏବଂ ପଞ୍ଚମରେ ପଶ୍ଚିମବଙ୍ଗ (୮୯୫୦) ରହିଛି। ତେବେ ଓଡ଼ିଶାରେ ଶିଶୁ ବିରୋଧୀ ଅପରାଧ ମାମଲା ମଧ୍ୟରୁ ସର୍ବାଧିକ ୫ ହଜାର ୬୦୬ ଅପହରଣ ମାମଲା ରହିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?