Posted inଖେଳ

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା ଆଙ୍ଗୁଠି ହରାଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ସିଲିଣ୍ଡରରେ କମ୍ପ୍ରେସ୍ଡ ଏୟାର ଭର୍ତ୍ତି କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଭାରତୀୟ ବାୟୁସେନାରେ କାର୍ଯ୍ୟରତ ପୁଷ୍ପେନ୍ଦର କୁମାର ଜାତୀୟ ଚାମ୍ପିୟନଶିପ ପାଇଁ କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଆର ଆଣ୍ଡ ଆର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଏକ ସିଲିଣ୍ଡରରୁ ପିସ୍ତଲର ସିଲିଣ୍ଡରରେ ଗ୍ୟାସ୍‌ ଭରୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣେ କୋଚ୍‌ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏୟାର ପିସ୍ତଲ ଓ ରାଇଫଲରେ ଏକ ଛୋଟ ସିଲିଣ୍ଡର ରହିଥାଏ। ବ୍ୟାରେଲର ଠିକ୍‌ ତଳେ ଏହି ସିଲିଣ୍ଡର ରହୁଥିବା ବେଳେ ଟ୍ରିଗର ଦବାଇବା ସମୟରେ ଏଥିରୁ ଗ୍ୟାସ୍‌ ରିଲିଜ୍‌ ହୋଇଥାଏ। ଏହା ଏକ ହାମରରେ ବାଜିବା ଫଳରେ ସୀସାର ଗୁଳି ବାହାରିଥାଏ। ତେବେ ଏକ ନିର୍ଦ୍ଦିଷ୍ଟ ରାଉଣ୍ଡର ଶୁଟିଂ ପରେ ଏହି ସିଲିଣ୍ଡରକୁ ଆଉଥରେ ଭର୍ତ୍ତି କରାଯାଏ। ପୂର୍ବରୁ ଅଙ୍ଗାରକାମ୍ଲ ବ୍ୟବହାର କରାଯାଉଥିବା ବେଳେ ବର୍ତ୍ତମାନ ଏଲପିଜି ଗ୍ୟାସ୍‌ରେ ଏହା ପରିଚାଳିତ ହୋଇଥାଏ। ଉତ୍ତର ପ୍ରଦେଶ ବାଘପତର ପୁଷ୍ପେନ୍ଦର କୁମାର କୌଣସି ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ନ ଥିବା ବେଳେ ଭାରତୀୟ ବାୟୁସେନା ଟିମ୍‌ର ଜଣେ ବରିଷ୍ଠ ସଦସ୍ୟ ଅଟନ୍ତି। ଏକ ମାସ ପୂର୍ବରୁ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ତେବେ ଅସ୍ତ୍ରୋପଚାର ପରେ ପୁଷ୍ପେନ୍ଦର କୁମାରଙ୍କ ୯୦-୯୫ ପ୍ରତିଶତ ଠିକ୍‌ ହେବାର ସମ୍ଭାବନା ରହିଛି ବୋଲି ତାଙ୍କ କୋଚ୍‌ କହିଛନ୍ତି। ଏପରି ଘଟଣା କେବେ ବି ସେ ଦେଖି ନ ଥିବା କହିଛନ୍ତି ପୁଷ୍ପେନ୍ଦରଙ୍କ କୋଚ୍‌। ତେବେ ଏହି ବନ୍ଧୁକଟି ବାୟୁସେନାର କି ପୁଷ୍ପେନ୍ଦରଙ୍କ ବ୍ୟକ୍ତିଗତ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଷ୍ପେନ୍ଦରଙ୍କ ଶୁଟିଂ ହାତ କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ସେ ଖୁବ୍‌ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବେ ବୋଲି କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri