ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୨୬।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ଷ୍ଟକ୍ ମାର୍କେଟର କାରବାର…
ଫରେଷ୍ଟ ବିଟ୍ ହାଉସ ଉଡ଼ାଇଲେ, ଜେସିବି ପୋଡ଼ିଲେ
ନୂଆପଡ଼ା,୨୬।୮(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ମାଓବାଦୀମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ନୂଆପଡ଼ା ସଦର ମହକୁମାଠାରୁ ୧୦ କି.ମି. ଦୂର ସୁନାବେଡା ଅଭୟାରଣ୍ୟ ଭିତରେ କେରମେଲି ପଞ୍ଚାୟତ ଗୋଲାବନ୍ଧ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିଏସ୍ଏନ୍ଏଲ୍ କମ୍ପାନୀରେ କାମ…
ବିଏମ୍ସିରେ ୪୧୬ ନୂଆ ପଦବୀ
ଭୁବନେଶ୍ୱର,୨୬ା୮(ଅନିଲ ଦାସ): କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସକାଶେ ରାଜ୍ୟ ସରକାର ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପାଇଁ ୪୧୬ ନୂଆ ପଦବୀ ସୃଷ୍ଟି କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦବୀଗୁଡ଼ିକୁ ମଞ୍ଜୁର…
ଜାଭେଲିନ୍ ଥ୍ରୋ ଫାଇନାଲରେ ଓଡ଼ିଶାର କିଶୋର
ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ): ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପର୍ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର କିଶୋର ଜେନା। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ‘ବି’ କ୍ୱାଲିଫିକେଶନ ରାଉଣ୍ଡରେ ସେ ୮୦.୫୫ ମିଟର ଥ୍ରୋ କରି ଏହି ଗୌରବ…
ଦୋଷୀ ସାବ୍ୟସ୍ତ ପାଇଁ ମୃତ୍ୟୁକାଳୀନ ବୟାନ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬ା୮: ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବ ବୟାନ ଆଧାରରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା…
‘ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି ଲାଲୁ ଯାଦବ’, ସୁପ୍ରିମକୋର୍ଟରେ ସିବିଆଇର ଯୁକ୍ତି
ନୂଆଦିଲ୍ଲୀ,୨୬।୮: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଚୋରା ଘୋଟାଲାରେ ଜାମିନ ପାଇବା ପରେ ବ୍ୟାଡମିଣ୍ଟନ ଖେଳୁଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏହା କହିଛି। ଏହି ଆଧାରରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା…
ମେହବୁବା ମୁଫ୍ତିଙ୍କ ଝିଅଙ୍କୁ ନିୟମିତ ପାସ୍ପୋର୍ଟ
ଶ୍ରୀଗନର,୨୬।୮: ଜମ୍ମୁ-କଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଝିଅ ଇଲ୍ତିଜା ମୁଫ୍ତିଙ୍କୁ ନିୟମିତ ପାସ୍ପୋର୍ଟ ମିଳିଛି। ତେବେ ଏହାର ସମୟସୀମା ୧୦ବର୍ଷ ରହିଛି। ଇଲ୍ତିଜା ତାଙ୍କ ପାସ୍ପୋର୍ଟ ସମୟସୀମା ବୃଦ୍ଧି ଏବଂ ତାଙ୍କ…
ମାସିକ ଫି’ ନ ଦେବାରୁ ନିର୍ଯାତନା
ଥିରୁଭାନନ୍ତପୁରମ୍,୨୬।୮: ସ୍କୁଲର ମାସିକ ଟ୍ୟୁଶନ ଫି’ ନେବାରୁ ଜଣେ ଛାତ୍ରଙ୍କୁ ତଳେ ବସି ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। କେରଳର ଏକ ଘରୋଇ ସ୍କୁଲରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ…
ଅକ୍ଟୋବର ୧୫ରେ ଲଣ୍ଡନରୁ ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ
ଇସଲାମାବାଦ,୨୬।୮: ଶହାବାଜ ସରିଫଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାକିସ୍ତାନରେ ଏବେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲଣ୍ଡନରେ ଚିକିତ୍ସିତ ହେଉଥିବା ପୂର୍ବତନ…
ଅବତରଣର ୨ ଦିନ ପରେ ପାକିସ୍ତାନ ସରକାର କଲେ ପ୍ରଶଂସା, କହିଲେ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ
ଇସଲାମାବାଦ,୨୬।୮: ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି କାରଣରୁ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଏବେ ପାକିସ୍ତାନ ସରକାର ମଧ୍ୟ ଭାରତର…
ମାଡାଗାସ୍କରରେ ଆଇଓଆଇଜି ଖେଳର ଉଦ୍ଘାଟନୀ ସମୟରେ ଅଘଟଣ: ୧୨ ମୃତ, ୮୦ ଆହତ
ମାଡାଗାସ୍କର,୨୬।୮: ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଡାଗାସ୍କରରେ ଅନୁଷ୍ଠିତ ଭାରତୀୟ ମହାସାଗର ଦ୍ୱୀପ ଖେଳ (ଆଇଓଆଇଜି)ର ଉଦଘାଟନୀ ସମାରୋହରେ ୧୨ଜଣଙ୍କର ମୃତ୍ୟୁ ଘଟଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୮୦ ଜଣ…
ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ନିଲମ୍ବିତ
ବୌଦ୍ଧ/କଟକ,୨୫ା୮(ଅଜିତ କୁମାର ବାରିକ/କାର୍ତ୍ତିକ ସାହୁ): ବୌଦ୍ଧ ଜିଲା ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶୁକ୍ରବାର ନିଲମ୍ବନ କରିଛନ୍ତି। ପୋଲିସ ମୁଖ୍ୟାଳୟ କଟକ ପକ୍ଷରୁ ଆଦେଶ ନମ୍ବର ୧୩୫୮ରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ଜୁଲାଇ ୨୦ରେ…
Archives


