ସଡ଼କ ସୁରକ୍ଷା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କର

ଭୁବନେଶ୍ୱର,୧୩।୧୨(ଅନିଲ ଦାସ): ରାଜ୍ୟ ବାଣିଜ୍ୟ ଓ ପରିିବହନ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର କିଟ୍‌ଠାରେ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ-୨୦୨୩ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସମସ୍ତ ସଡ଼କ ସୁରକ୍ଷା ଉଦ୍ୟମ ହେବ ଜନଆନ୍ଦୋଳନ। ଆମେ ଖୁବ୍‌ଶୀଘ୍ର ସମସ୍ତଙ୍କ ପାଇଁ ଆମ ସଡ଼କକୁ ସୁରକ୍ଷିତ କରିବୁ। ଚଳଚ୍ଚିତ୍ର ଭାବପ୍ରବଣ ସୃଷ୍ଟି କରେ। ଆମେ ଯେଉଁ ବିଷୟଗୁଡ଼ିକୁ ଅଣଦେଖା କରୁ ସେସବୁକୁ ଚଳଚ୍ଚିତ୍ର ଆମ ସହ ଯୋଡ଼ିଥାଏ। କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ବର୍ତ୍ତମାନ ସମୟରେ ସଡ଼କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସମାଧାନ କରିବାରେ ଉପଯୁକ୍ତ ମାଧ୍ୟମ ହୋଇଛି। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟ ସରକାରଙ୍କ ପାଇଁ ସଡ଼କ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ସବରେ ୨୪୭ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିବାରୁ ଏହା ବାସ୍ତବିକ ଉତ୍ସାହପ୍ରଦ ବୋଲି ସେ କହିଛନ୍ତି। ଓଡ଼ିଆ ଭାଷା ସହିତ ସାନ୍ତାଳି ଓ ସମ୍ବଲପୁରୀ ଭାଷାକୁ ଏହି ଉତ୍ସବରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଉତ୍ସବରେ ଓଡ଼ିଶା ବ୍ୟତୀତ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଆସାମ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଂଶଗ୍ରହଣ କରିଛନ୍ତି। ନେପାଳ, ବାଂଲାଦେଶ ଏବଂ କେନିଆ ଭଳି ଦେଶରୁ ମଧ୍ୟ ଛାତ୍ର ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ କରିବା ପାଇଁ ସଡ଼କ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ପାଇଁ ପୁରସ୍କୃତ କରାଯାଇଛି।

 

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
୧. ବିଶ୍ୱସ୍ତ ସାଥୀ: ନିର୍ଦ୍ଦେଶକ ଅମୃତାଂଶୁ ମହାପାତ୍ର
୨. ହେ ପ୍ରଭୁ: ନିର୍ଦ୍ଦେଶକ ୟୁରେକା ଆପ୍ତା
୩. ସ୍ଲେଟ୍‌: ନିର୍ଦ୍ଦେଶକ ମନ୍ମୟ ଦେ
ଶ୍ରେଷ୍ଠ ଅଣ ଓଡ଼ିଆ ଚଳଚ୍ଚିତ୍ର
୧. ଇଫ୍‌: ନିର୍ଦ୍ଦେଶକ ଶ୍ରୀନାଥ
୨. ହ୍ବାଟ୍‌ ଦ ହେଲ୍‌ମେଟ୍‌: ନିର୍ଦ୍ଦେଶକ ଶୁଭମ କିଶୋର ପାଣ୍ଡବ
୩. ହେଲ୍‌ମେଟ୍‌ ସାଇଲେଣ୍ଟ: ନିର୍ଦ୍ଦେଶକ ବୁଲୁ କୁମାର
ବ୍ୟକ୍ତିଗତ ପୁରସ୍କାର(ଓଡ଼ିଆ)
୧. ସର୍ଟକଟ୍‌: ଶ୍ରେଷ୍ଠ ସିନେମାଟୋଗ୍ରାଫି, ସ୍ମୃତିମୟୀ ସେଠୀ
୨. ଚଏସ୍‌: ଶ୍ରେଷ୍ଠ ସଙ୍ଗୀତ, ଅନାଦି ପୁହାଣ
୩. ନଟ୍‌ ଆଉଟ୍‌: ଶ୍ରେଷ୍ଠ ନିର୍ଦ୍ଦେଶକ, ଆୟୁଷ୍ମାନ୍‌ ବଡ଼ପଣ୍ଡା
୪. ସ୍ମାର୍ଟ ଫାଦର: ଶ୍ରେଷ୍ଠ ଅଭିନୟ, ପପୁ ପମ୍‌ପମ୍‌, ରାଜକିଶୋର ଦୁର୍ଗା, ଚାର୍ଲି
ବ୍ୟକ୍ତିଗତ ପୁରସ୍କାର(ଅଣଓଡ଼ିଆ)
୧. ଇଫ୍‌: ଶ୍ରେଷ୍ଠ ସିନେମାଟୋଗ୍ରାଫର୍‌ ବିବେକ୍‌ ବିଜୟିନୀ
୨. ଆଞ୍ଜଲେ ଅଫ୍‌ ଡିଷ୍ଟୋପିଆ: ଶ୍ରେଷ୍ଠ ସଙ୍ଗୀତ, ସୁଦ୍ଧି ସୁରେଶ
୩. ରୋଡ୍‌ ସେଫ୍ଟି ଲାଇଫ୍‌ ସେଫ୍ଟି: ଶ୍ରେଷ୍ଠ ନିର୍ଦ୍ଦେଶକ, କୁରେଶ ଚନ୍ଦ୍ର ସାହୁ
୪. ଦ ରୋଡ୍‌: ଶ୍ରେଷ୍ଠ ଭିନେତା, ମାନସ ରାଉତ
ସ୍ବତନ୍ତ୍ର ଜୁରି ପୁରସ୍କାର
୧. ୟୋର୍‌ ଲାଇଫ୍‌ ଇଜ୍‌ ନଟ୍‌ ଓନ୍‌ଲି : ଆନିମେଶନ(୨ଡି), ନିର୍ଦ୍ଦେଶକ ଭିଲିପ୍ସା ତ୍ରିପାଠୀ
୨. ହାଥ୍‌ ଧୋରେ ଚାଲୋ: ଆନିମେଶନ(୩ଡି)
୩. ଫିଟ୍‌ନେସ୍‌ ଅଲ୍‌ସୋ ଏସେନ୍ସିଆଲ, ନିର୍ଦ୍ଦେଶକ ସରୋଜ କୁମ୍ଭାର
୪. ଅଭ୍ୟସ୍ତ: ଶ୍ରେଷ୍ଠ ବିଷୟବସ୍ତୁ (ଓଡ଼ିଆ), ନିର୍ଦ୍ଦେଶକ ଦେବାଶିଷ ପ୍ରତିହାରୀ
୫.ସାଇଲେଣ୍ଟ ସ୍ଲମ୍ବର: ଶ୍ରେଷ୍ଠ ବିଷୟବସ୍ତୁ(ଅଣଓଡ଼ିଆ), ନିର୍ଦ୍ଦେଶକ ବ୍ରଜବନ୍ଧୁ ବେହେରା
୬. ଏ ଟ୍ରୁ ଷ୍ଟୋରି: ଡକୁମେଣ୍ଟାରି,
ନିର୍ଦ୍ଦେଶକ ମାନସ ମିଶ୍ର
୭. ଦ ସାଇଲେଣ୍ଟ ଏପିଡେମିକ୍‌: ଡକୁମେଣ୍ଟାରି ଫର୍‌ ଏ କଜ୍‌
୮. ବିଶ୍ୱସ୍ତ ସାଥୀ: ସ୍ବତନ୍ତ୍ର ଜୁରି


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଭେଟିଲେ ରାସେଶ୍ୱରୀ, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ କେଉଁ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri