ଆଦାନୀ ପୋର୍ଟଫୋଲିଓର ଅର୍ଦ୍ଧବାର୍ଷିକ ଫଳାଫଳ

ଭୁବନେଶ୍ୱର,୧୩।୧୨: ଆଦାନୀ ପୋର୍ଟଫୋଲିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଫଳାଫଳ ଓ କାରବାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମସ୍ତ ବ୍ୟବସାୟ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ଏ ନେଇ କମ୍ପାନୀର ଗ୍ରୁପ୍‌ ସିଏଫ୍‌ଓ ଯୁଗସିନ୍ଦର ସିଂହ କହିଛନ୍ତି, ବିମାନବନ୍ଦର, ଗ୍ରୀନ ହାଇଡ୍ରୋଜେନ୍‌ ଓ ଅନ୍ୟାନ୍ୟ ସମ୍ପତ୍ତିର ସଫଳତା କାହାଣୀ ଜାରି ରହିଛି ଏବଂ ପୋର୍ଟଫୋଲିଓ ଇବିଆଇଟିଡିଏକୁ ସେମାନଙ୍କ ଅବଦାନ ପ୍ରାୟ ୮% ରହିଛି, ଅର୍ଥନୈତିକ ଓ ଅନ୍ୟାନ୍ୟ ଆହ୍ବାନ ଭଳି ସମୟ ସତ୍ତ୍ୱେ ଉକ୍ତ ପୋର୍ଟଫୋଲିଓ ଦୃଢ଼ ରହିଛି। ସେହିଭଳି ୨୦୨୩-୨୪ ଆର୍ଥକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକରେ କମ୍ପାନୀର ଇବିଆଇଟିଡିଏ ୪୩,୬୮୮ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୪୭% ଅଧିକ ବୋଲି ଆକଳନ କରାଯାଉଛି। ଏହା ହେଉଛି କମ୍ପାନୀର ସର୍ବକାଳୀନ ସର୍ବାଧିକ ଇବିଆଇଟିଡିଏ। ଗତ ୫ବର୍ଷ ଭିତରେ ଏହି ପୋର୍ଟଫୋଲିଓ ବାର୍ଷିକ ୨୬.୩% ହାରରେ ଆଗକୁ ବଢ଼ିଛି। ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମ ୬ମାସର ଇବିଆଇଟିଡିଏ ୨୦୨୨-୨୩ ଆର୍ଥିକ ବର୍ଷ ସାରା ଇବିଆଇଟିଡିଏଠାରୁ ଅଧିକ ହୋଇଥିବାବେଳେ ୨୦୧୮-୧୯ର ଇବିଆଇଟିଡିଏଠାରୁ ୩ଗୁଣା ଅଧିକ ରହିଛି। ଅପରପକ୍ଷରେ କମ୍ପାନୀର ଭିତ୍ତିଭୂମି ବ୍ୟବସାୟ ୫୨% ବୃଦ୍ଧି ପାଇ ୩୭,୩୭୯ କୋଟି ଟଙ୍କା ହୋଇଛି, ଯାହା ମୋଟ ଇବିଆଇଟିଡିଏର ୮୬% ରହିଛି। ସେହିପରି ସୁଲଭ ମୂଲ୍ୟର ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉପତ୍ାଦନ ରାଜସ୍ବରେ ୨୧୨% ବୃଦ୍ଧି ଆଣିଥିବା ବେଳେ ଇବିଆଇଟିଡିଏରେ ୧୦ଗୁଣା ବୃଦ୍ଧି କରିଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ ଅଧୀନରେ ବିମାନ ବନ୍ଦର କାରବାରରେ ୨୯% ବୃଦ୍ଧି ଘଟିଛି, ଅମ୍ବୁଜା ଓ ଏସିସି ସିମେଣ୍ଟ କାରବାରରେ ନିରନ୍ତର ବ୍ୟୟ ଓ ପରିଚାଳନା ଦକ୍ଷତା ଉପରେ ନଜର ଦିଆଯିବାରୁ ତାହାର ଲାଭ ମିଳିଛି। ୨୦୨୩-୨୪ ପ୍ରଥମ ୬ମାସର ଇବିଆଇଟିଡିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚତ୍ଛି। ଆଦାନୀ ଗ୍ରୀନ୍‌ ଏନର୍ଜିର ଇବିଆଇଟିଡିଏ ୭୬% ବୃଦ୍ଧି ପାଇ ୮,୩୨୫ କୋଟି ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri