ଆବର୍ଜନା ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୧୨ା୧୨ (କଳ୍ପତରୁ ନାୟକ): ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍‌କୁ ମଧ୍ୟ ବେଖାତିର କରାଯାଉଛି। ପଟ୍ଟାମୁଣ୍ଡାଇ ପୌର ପରିଷଦ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେରେ ଅଳିଆ ଆବର୍ଜନା ପକାଇବା ସହିତ ରାତିରେ ନିଆଁ ଲଗାଇ ଜଳାଇ ଦେଉଛନ୍ତି। ଫଳରେ ସେଠାରେ ବସବାସ କରୁଥିବା ଲେକେ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ପୌର ପରିଷଦର ଏହି ଆଭିମୁଖ୍ୟ ପାଇଁ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାମାଜିକ କର୍ମୀ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍‌ ଅଫିସ ନିକଟ ପୋଲ ପାଖ କଡ଼ରେ ପକାଯାଉଥିବାରୁ ସେଠାରେ ଗଦା ହୋଇ ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସେହି ରାସ୍ତା ଦେଇ ଲୋକମାନେ ନାକରେ କପଡ଼ା ଦେଇ ଯାଅଆସ କରୁଛନ୍ତି। ସଫେଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ଡଷ୍ଟବିନ୍‌ରେ ପଡୁଥିବା ଅଳିଆ ସବୁ ଆଣି ରସ୍ତାକଡ଼ରେ ଫିଙ୍ଗି ଦେଉଛନ୍ତି। ୧୫ଦିନ ମାସେ ପରେ ସେହି ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡ଼ି ଦେଉଛନ୍ତି। ଅନନ୍ତ ଦାସ କହିଛନ୍ତି ପଟ୍ଟାମୁଣ୍ଡାଇ ପୌର ପରିଷଦର ପକ୍ଷରୁ କାନ୍ଥବାଡ଼ରେ ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଲେଖି ବିଜ୍ଞାପନ କରୁଛନ୍ତି। ହେଲେ ପୌର କର୍ମଚାରୀଙ୍କ ଦ୍ୱାରା କୁଢ଼ କୁଢ଼ ଅଳିଆ ପୋଡ଼ା ଯାଉଥିବା ମଙ୍ଗଳବାର ସନ୍ଧ୍ୟା ବିଦ୍ୟୁତ କାର୍ଯ୍ୟାଳୟ ପାଖ କେନାଲ କଡ ବାଇପାସ ରାସ୍ତାରେ ଦେଖିବାକୁ ମିଳିଛି। ଫଳରେ ଆବର୍ଜନାରୁ ବିଷାକ୍ତ ଧୁଆଁ ବାହାରି ପରିବେଶ ପ୍ରତି ବିପଦ ସୃଷ୍ଟିି କରୁଛି। କାନ୍ଥବାଡ଼ରେ ସ୍ବଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତ୍ତା ଲେଖାଯାଉଛି। ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ହେଲେ ଖୋଦ୍‌ ଉକ୍ତ ନିୟମକୁ ପାଳନ ନ କରି ପୌର ପରିଷଦ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବୁଦ୍ଧିଜୀବୀ ପ୍ରବିର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ୨୦ଟି ୱାର୍ଡକୁ ନେଇ ଗଠିତ। ଏହି ପୌରାଞ୍ଚଳରେ ବେସରକାରୀ ଭାବେ ଲୋକସଂଖ୍ୟା ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଛୁଇଁଲାଣି। ପ୍ରତ୍ୟହ ସହରରୁ ଅତି କମ୍‌ରେ ୫୦ଟନ ଆବର୍ଜନା ବାହାରୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ପୌରାଞ୍ଚଳ ଆବର୍ଜନାର ପରିଚାଳନା ପାଇଁ ମାକ୍ରୋ କମ୍ପୋଷ୍ଠ କେନ୍ଦ୍ର ମାଟିଆ ଓ କଷଣଅଣ୍ଟାରେ ପ୍ରତିଷ୍ଠା କରିଛନ୍ତି। ମ୍ୟୁନିସିପାଲିଟି ସହରର ୨୦ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ଚନ୍ଦନ ସିକ୍ୟୁରିଟ ସର୍ଭିସ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦେଇଛି। ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରିବା ସହ ବଡ଼ ଅଂଶ ବିଦ୍ୟୁତ୍‌ ଅଫିସ କେନାଲ ବନ୍ଧରେ ଜମା କରୁଛି। କିନ୍ତୁ କମ୍ପୋଷ୍ଠ କେନ୍ଦ୍ରଠାରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ରାତି ଅଧିଆ ସେଠାରେ ନିଆଁ ଲଗାଇ ଦିଆଯାଉଛି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଉଛି। ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍‌ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାର୍ଦୁଭାବ ଚରମସୀମାରେ ପହଞ୍ଚତ୍ଛି। ପୌର ପରିଷଦ ପକ୍ଷରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ। ପ୍ରାୟ ୬ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶା ତେଲ ସିଞ୍ଚନ କରାଯାଉନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକା ସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଅଳିଆ ଗଦାରେ ନିଆଁ  ଲଗାଇବା ଘଟଣା ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?