ବ୍ରିକ୍ସ ବିସ୍ତାରକୁ ଭାରତ ସମ୍ପୂର୍ଣ୍ଣ ରୂପେ କରୁଛି ସମର୍ଥନ: ମୋଦି
ଜୋହାନ୍ସବର୍ଗ,୨୩।୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଠ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀର ଦ୍ୱିତୀୟ ଦିନରେ ସର୍ବଦଳୀୟ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାୟ ଦୁଇ ଦଶନ୍ଧି…
ଭାରତକୁ ପ୍ରଶଂସା କଲେ ଏଲନ ମସ୍କ
ନୂଆଦିଲ୍ଲୀ,୨୩।୮: ଚନ୍ଦ୍ରୟାନ-୩ ଆଉ କିଛି ସମୟ ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏହି ସମୟ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। କାରଣ ଚନ୍ଦ୍ରୟାନ-୩ର ବଜେଟ ଅନ୍ୟ ଦେଶର ମିଶନଠାରୁ କମ…
ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ମ୍ୟାନେଜର ଗିରଫ
ଭୁବନେଶ୍ୱର,୨୩ା୮(ଅସମାପିକା ସାହୁ): ଆହାର କେନ୍ଦ୍ର ଚଳାଉଥିବା ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ କାମ ଦେବା ପାଇଁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ବାରିପଦା ମ୍ୟୁନିସିପାଲିଟି ସିଟି ମିଶନ ମ୍ୟାନେଜର ଗିରଫ ହୋଇଛନ୍ତି। ସଂପୃକ୍ତ ସିଏମ୍ଏମ୍ଙ୍କ ବିରୋଧରେ ଅଭିଯୋଗ ଆସିବା ପରେ…
ଟ୍ରେଲରରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ
କୁତ୍ରା,୨୩ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେ ଗଙ୍ଗାଜଳ ବସ୍ଷ୍ଟାଣ୍ଡ ନିକଟରେ ବୁଧବାର ଏକ ଟ୍ରେଲର(ସିଜି୨୨ ଏକ୍ସ ୯୩୫୧)ରୁ ଡ୍ରାଇଭରଙ୍କ ମୃତଦେହ ଜବତ ହୋଇଛି। ମୃତ ଚାଳକଙ୍କ ବାମ ଜଙ୍ଘରେ…
ଆସନ୍ତା ମାସ ସୁଦ୍ଧା ଶେଷ ହେବ ତାଳଚେର-ବିମଳାଗଡ଼ ରେଳ ଲାଇନ ଜମି ଅଧିଗ୍ରହଣ କାର୍ଯ୍ୟ
ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲା ନାଗରିକ କମିଟି ଦେବଗଡ଼ ଜିଲା ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ତାଳଚେର -ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲାରେ ଜମି ଅଧିଗ୍ରହଣ…
ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ
ପାରଳାଖେମୁଣ୍ଡି,୨୩ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଘରୋଇ କଳିରୁ ଶାବଳରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ସୁରେନ୍ଦ୍ର ମଲିକ। ମୃତକ ଜଣକ ହେଉଛନ୍ତି ସରୁଗଳା ମଳିକ। ମଙ୍ଗଳବାର ରାତିରେ…
ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ନେଇ ଢେଙ୍କାନାଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା
ଢେଙ୍କାନାଳ,୨୩ା୮(ରତନ ନାୟାର): ଚନ୍ଦ୍ରୟାନ-୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ବୈଜ୍ଞାନିକମାନେ ଉତ୍ସାହିତ ହୋଇରହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ। ସେହିପରି ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ର ପରିସରରେ ବୁଧବାର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ବିଦ୍ୟାଳୟ…
ନିଜ ପାର୍ଟି ଉପରେ ପ୍ରଶ୍ନ ଉଠାଇଲେ ଭାଜପା ବିଧାୟକ
ଲକ୍ଷ୍ନୌ,୨୩।୮: ଆଜିକାଲି ଉତ୍ତରାଖଣ୍ଡରେ ୟମକେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ବିଧାୟକ ରେଣୁ ବିଷ୍ଟର ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ ପାର୍ଟି ଉପରେ ପ୍ରଶ୍ନ ଉଠାଉଥିବା ନଜର ଆସିଛନ୍ତି। ଏହାକୁ ନେଇ ଉତ୍ତରାଖଣ୍ଡ ରାଜନୀତି…
୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ
ଖୋର୍ଦ୍ଧା,୨୩ା୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଜିଲା ଗସ୍ତ କରୁଛନ୍ତି। ଏହି କ୍ରମରେ ବୁଧବାର ଖୋର୍ଦ୍ଧା ଜିଲାରେ ଥିଲା ୫-ଟି ସଚିବଙ୍କ ଦ୍ବିତୀୟ ଦିନ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ବିକାଶ କାମର ସମୀକ୍ଷା କରିଥିଲେ। ଲୋକଙ୍କ…
ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ଼ ଘୋଷଣା
ଲକ୍ଷ୍ନୌ,୨୩।୮: ଲୋକସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି)ର ବୈଠକରେ ମାୟାବତୀ ସଂଗଠନକୁ ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସାଧାରଣ ନିର୍ବାଚନ ସମ୍ବନ୍ଧରେ ଅଧିକ ରଣନୀତି ଉପରେ ଆଲୋଚନା କରିଛନ୍ତି। ସାଧାରଣ ନିର୍ବାଚନରେ ମିଳିତ ମେଣ୍ଟ ସମ୍ପର୍କରେ…
୪ ବର୍ଷ ବିତିଲା, ଫଳକରେ ଅଟକିଛି ପ୍ରକଳ୍ପ
ପଟ୍ଟାମୁଣ୍ଡାଇ,୨୩।୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳିବ। ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପୌର…
କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ
ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ ଏକର ଧାନ ଫସଲ ପଚି ନଷ୍ଟ ହେଉଛି। ଏ ନେଇ ଗ୍ରାମବାସୀ ଡ୍ରେନେଜ କଟ୍…
Archives


