Home Left

ପଞ୍ଜୀକରଣ ନମ୍ବର ପ୍ଲେଟ ବିନା ହିତାଧିକାରୀଙ୍କୁ ସ୍କୁଟି

ରାୟଗଡ଼ା,୧୨।୧୦ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସ୍କୁଟର ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍କୁଟି ବଣ୍ଟନ କରାଯାଇଛି । ତେବେ ଯୋଜନାରେ ଆରମ୍ଭରୁ ଠକେଇ ହୋଇଥିବା ଦେଖିବାକୁ ମିଳିଛି । ଜିଲା ସଦର ମହକୁମାରେ ବଣ୍ଟନ ହୋଇଥିବା ସ୍କୁଟି…

ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌

କେନ୍ଦ୍ରାପଡ଼ା, ୧୨ା୧୦(ଜଗନ୍ନାଥ ଧଳ)ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ…

ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର ୧%…

କରିଡର ନଷ୍ଟ ଦ୍ୱାରା ପ୍ରଭାବିତ ହେଉଛନ୍ତି ହାତୀ

କଟକ,୧୨ା୧୦ (କାର୍ତ୍ତିକ ସାହୁ)ରାଜ୍ୟରେ ହାତୀ ସୁରକ୍ଷା ଦିଗରେ ହାଇକୋର୍ଟ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ହାତୀ ମୃତ୍ୟୁ ଓ ସେମାନଙ୍କ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏକ ବୈଠକ ବୁଧବାର…

ଆଜି ଲକ୍ଷ୍ମୀ ବସ୍‌ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି।…

ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

ଭୁବନେଶ୍ୱର, ୧୨।୧୦(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ନ୍ୟାଶନାଲ ଇନୋଭେଶନ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାର ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ଏଥିସହିତ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ…

‘କେଟିବି- ଭାରତ ହୈ ହମ୍‌’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୧୨।୧୦(ଅନୁରାଧା ମହାରଣା)କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଆନିମେଟେଡ୍‌ ସିରିଜ୍‌ କ୍ରିସ୍‌, ତ୍ରିସ୍‌ ଆଣ୍ଡ ବାଲ୍ଟିବୟ (କେଟିବି) – ଭାରତ ହୈ ହମ୍‌ର ଟ୍ରେଲର୍‌ ଲଞ୍ଚ କରିଛନ୍ତି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗ୍ରାଫିଟି…

ଗେ’ ଚାଟ୍‌ ଆପ୍‌ରେ ଫସାଇ ଲୁଟୁଥିଲେ

ଭୁବନେଶ୍ୱର,୧୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗ୍ରୀଣ୍ଡର ଗେ’ ଚାଟ୍‌ ଆପ୍‌ରେ ଯୁବକଙ୍କ ସହ ଚାଟିଂ କରୁଥିଲେ। ସମ୍ପର୍କ ବଢ଼ାଇ ବିଶ୍ୱାସ ଜନ୍ମାଇବା ପରେ ମଉଜମସ୍ତି ପାଇଁ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକୁଥିଲେ। ଏହାପରେ ଯୁବକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଘରକୁ ଡାକି ନେଇ…

ଆର୍‌ବିଆଇ ଆଗରେ ନୋଟ୍‌ ଫିଙ୍ଗି ପ୍ରତିବାଦ

ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍‌ ରାଉତ)ଚିରାଫଟା ନୋଟ୍‌ ବଦଳାଇବାକୁ ଲୋକେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆ)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା କାଉଣ୍ଟର ବନ୍ଦ ହୋଇଯାଇଥିବାବେଳେ ବିଭିନ୍ନ ବ୍ୟାଙ୍କ୍‌ ମନା କରୁଛି। ଫଳରେ ଟଙ୍କା ବଦଳାଇବାକୁ ଆସିଥିବା କେତେଜଣ…

ଆପେକ୍ସ କମିଟି ବୈଠକ

ଭୁବନେଶ୍ୱର,୧୨ା୧୦(ଅନିଲ ଦାସ)ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଅନ୍ତର୍ଜାତୀୟ କନ୍‌ଭେନଶନ ଆୟୋଜନ କରିବାକୁ ଯାଉଛି। ଆସନ୍ତା ଶତାବ୍ଦୀ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ସକାଶେ ଓଡ଼ିଶା ରୋଡ୍‌ମ୍ୟାପ ବିକାଶ କରିବ ।…

ମିଠାରୁ ବାହାରିଲା ମୂଷା, ଦୋକାନ ସିଲ୍‌

କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଦୋକାନର ଜଣେ କର୍ମଚାରୀ ଦୋକାନରେ ମିଠାରେ ମୂଷା ପଡ଼ିଥିବା, ମଇଳା ଆବର୍ଜନା ପରିବେଶରେ ମିଠା ପ୍ରସ୍ତୁତ ହେଉଥିବା…

ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ

ଧାମନଗର,୧୨ା୧୦(ଦେବେନ୍ଦ୍ର ଆନ୍ଦିଆ)ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଦୁଲାରପୁର ଗ୍ରାମର ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ ବୁଧବାର ଜନ୍ମମାଟିରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ଜାତୀୟସ୍ତରର ଶ୍ରମିକ ନେତା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri