ଏଣିକି ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଦରକାର ନାହିଁ ଓଟିପି, ଆରବିଆଇ କରୁଛି ବଡ ପ୍ଲାନ

ନୂଆଦିଲ୍ଲୀ,୧୩।୨: ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଓ୍ବାନ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ଆବଶ୍ୟକ ହୋଇଥାଏ। ଟ୍ରାଞ୍ଜାକ୍ସନ ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଓଟିପି ଆସିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ ଟ୍ରାଞ୍ଜାକ୍ସନ ସୁରକ୍ଷିତ ଅଛି ବୋଲି ଜାଣିଥାଉ। ଅନେକ ଥର, ଏହି ଓଟିପି ଦ୍ୱାରା ମଧ୍ୟ ବଡ ବଡ ଠକେଇ ହୋଇଥିବା ମାମଲା ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ OTP ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି। ତେବେ ଏହାର ବିକଳ୍ପରେ ଆରବିଆଇ ଆଉ କଣ ସୁରକ୍ଷିତ ପ୍ରକ୍ରିୟା ଆଣିବ ଏବଂ ଏହା କେତେ ଦୂର ସୁରକ୍ଷିତ ରହିବ ଆସନ୍ତୁ ଜାଣିବା ପୁରା ମାମଲା।

ସମ୍ପ୍ରତି ସମୟରେ ଆରବିଆଇ ଅଥନେଟିକେଶନ ଫ୍ରେମଓ୍ବାର୍କ ଉପରେ କାମ କରୁଛି। ଯାହାଦ୍ୱାରା ଗ୍ରାହକମାନେ ସେମାନଙ୍କ ଅନଲାଇନ କାରବାର ପାଇଁ ଅତିରିକ୍ତ ସୁରକ୍ଷା ପାଇପାରିବେ। ଏଥିପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ OTPର ବିକଳ୍ପ ଉପରେ ବିଚାର କରିବାକୁ କହିଛି। କିନ୍ତୁ ଆରବିଆଇ ସର୍ତ୍ତ ରଖିଛି ଯେ, କୌଣସି ବିକଳ୍ପ ବିଷୟରେ ଉଲ୍ଲେଖ ହେଉନା କାହିଁକି, ମୋବାଇଲ ଫୋନ ଏଥିରେ ବାଧ୍ୟତାମୂଳକ ହେବା ଉଚିତ।

ଓଟିପି ମାଧ୍ୟମରେ ଅନେକ ଠକେଇ ମାମଲା ସାମ୍ନାକୁ ଆସିଛି। ଲୋକଙ୍କ ସିମ ଅଦଳବଦଳ କରି କିମ୍ବା ଫୋନରେ ଓଟିପି ପାଇବା ଦ୍ୱାରା ଠକମାନେ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଓଟିପିର ବିକଳ୍ପ ଭାବରେ ଅଥନେଟିକେଟର ଆପ ଉଭା ହୋଇଛି। ଯେଉଁଥିରେ ଉପଭୋକ୍ତାମାନେ ନିଜ ଫୋନ ମାଧ୍ୟମରେ ଏହି ଆପରୁ ପାସୱାର୍ଡ ବା ଓଟିପି ପାଇପାରିବେ। ଏଥିରେ ଟୋକେନ ପରି ଅନେକ ବିକଳ୍ପ ମଧ୍ୟ ରହିଛି। କିନ୍ତୁ ଏଥିପାଇଁ ଏକ ଫୋନ ରହିବା ଆବଶ୍ୟକ।

ବଢୁଥିବା ଅନଲାଇନ ଠକେଇକୁ ଦୃଷ୍ଟିରେ ରଖି ରୁଟ ମୋବାଇଲର ଏମଡି ତଥା ସିଇଓ ରାଜଦୀପକୁମାର ଗୁପ୍ତା କହିଛନ୍ତି, ଏବେ ଟ୍ରୁଏନ୍ସି ଡିଭିଜନ ଆରମ୍ଭ କରିବାର ଆବଶ୍ୟକତା ରହିଛି। ବିଭିନ୍ନ ସର୍ଭିିସ ପ୍ରୋଭାଇଡର ତାଙ୍କ କମ୍ପାନୀ ଦ୍ୱାରା ପ୍ରତି ମୋବାଇଲକୁ ପ୍ରାୟ ୪୦୦ କୋଟି OTP ପଠାଇଥାନ୍ତି। କିନ୍ତୁ ଅନଲାଇନ କାରବାର ହେତୁ ଜାଲିଆତି ମାମଲା ମଧ୍ୟ ବଢିବାରେ ଲାଗିଛି।

ତେବେ ଆଗକୁ ଆରବିଆଇ ଦ୍ୱାରା ଓଟିପି-ଲେସ୍‌ ଅଥେଟେକିଶନ ଲଞ୍ଚ ହେବାକୁ ଯାଉଛି। ଯେଉଁଥିରେ ସର୍ଭିସ ପ୍ରୋଭାଇଡରଙ୍କ ସହ ଗ୍ରାହକଙ୍କ ସହ ସିଧାସଳଖ ସଂଯୋଗ ରହିବ। ଯେଉଁଥିରେ ମୋବାଇଲ ନମ୍ବର ଦ୍ୱାରା ହିଁ ସହଜରେ ଓ ସୁରକ୍ଷିତ ଭାବରେ ଅନଲାଇନ ଟ୍ରାଞ୍ଜାକ୍ସନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା,

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?