Posted inଖେଳ

ଆଖିବୁଜିଲେ ଭାରତର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୧୩।୨: ପୂର୍ବତନ ଭାରତୀୟ ଅଧିନାୟକ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଦତ୍ତାଜିରାଓ ଗାଇକ୍ୱାଡ ଦୁନିଆରୁ ବିଦାୟ ଦେଇଛନ୍ତି। ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୧୯୬୧ରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ସେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ତଥା ଜାତୀୟ କୋଚ ଅଂଶୁମାନ ଗାଇକ୍ୱାଡଙ୍କ ପିତା ଥିଲେ। ୯୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।
୧୨ଦିନ ଧରି ବରୋଦାସ୍ଥିତ ଏକ ହସ୍ପିଟାଲର ଆଇସିୟୁ (ଇଣ୍ଟେନ୍ସିଭ କେୟାର ୟୁନିଟ) ରେ ଜୀବନ ପାଇଁ ସଂଗ୍ରାମ କରିବା ପରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୯୫୨ ରୁ ୧୯୬୧ ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ଖେଳିଥିଲେ। ସେ ୧୯୫୯ରେ ଇଂଲଣ୍ଡ ଗସ୍ତରେ ଜାତୀୟ ଦଳର ଅଧିନାୟକ ମଧ୍ୟ ହୋଇଥିଲେ।
ଡାହାଣହାତୀ ବ୍ୟାଟ୍ସମ୍ୟାନ ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୧୯୬୧ରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ଗାଇକ୍ୱାଡ ୧୯୪୭ ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାରୁ ପ୍ରତିନିଧିତ୍ୱ କରିଥିଲେ। ସେ ହାରାହାରି ୪୭.୫୬ ରେ ୩୧୩୯ ରନ ସ୍କୋର କରିଥିଲେ, ଏଥିରେ ୧୪ ଶତକ ସାମିଲ ଥିଲା। ୧୯୫୯-୬୦ ସିଜନରେ ମହାରାଷ୍ଟ୍ର ବିପକ୍ଷରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୨୪୯ ଥିଲା। ସେ ୨୦୧୬ରେ ଭାରତର ସବୁଠୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ହୋଇଥିଲେ। ତାଙ୍କ ପୂର୍ବରୁ ଦୀପକ ଶୋହନ ସବୁଠୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ଥିଲେ। ପୂର୍ବତନ ବ୍ୟାଟ୍ସମ୍ୟାନ ଶୋହନଙ୍କର ୮୭ ବର୍ଷ ବୟସରେ ଅହମ୍ମଦାବାଦରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?