ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର
ପାରଳାଖେମୁଣ୍ଡି,୧୮।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର କାନ୍ଥ ଫାଟିବା ସହ ପଲସ୍ତରା ଖସି ସେଥିରୁ ପଥର ଖସିବାରେ ଲାଗିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି…
ପୋତିହେଲାଣି ଆଲକଟା ବନ୍ଧ, ପୁନରୁଦ୍ଧାର ଦାବି
ଛତ୍ରପୁର, ୧୮।୧୦ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଏକ ପୁରୁଣା ସହର ହୋଇଥିବା ବେଳେ ଜିଲା ମୁଖ୍ୟାଳୟ ଏଠାରେ ରହିଛି। କିନ୍ତୁ ସହରର କଳେବର ବଢ଼ିଥିବା ବେଳେ ଏଠାରେ ଥିବା ବନ୍ଧଗୁଡିକର ବିକାଶ ହୋଇପାରିନାହିଁ। ଛତ୍ରପୁର ଏନଏସି ଅଧୀନରେ ଥିବା…
ମୃତ୍ୟୁ ଉପରେ ଭବିଷ୍ୟବାଣୀ କରିଥିଲେ ଓମ ପୁରୀ, ଏଭଳି ଥିଲା ଅଭିନେତାଙ୍କ କାହାଣୀ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଓମ ପୁରୀ ହୁଏତ ଏହି ଦୁନିଆରୁୁ ବିଦାୟ ନେଇଥାଇପାରନ୍ତି, କିନ୍ତୁ ତାଙ୍କର ଦକ୍ଷତା ଆଜି ବି ପ୍ରଭାବଶାଳୀ ଅଟେ। ପିଲାଦିନକୁ ଦାରିଦ୍ରରେ ବିତାଇଥିବା ଓମ ପୁରୀ ନିଜେ ଜନ୍ମଦିନ ସ୍ଥିର କରିଥିଲେ। ଏଥି ସହିତ ସେ…
୩ ବର୍ଷ ଧରି ଆମ୍ବଗଛ ତଳେ ପାଠପଢ଼ା
କୋଟଗଡ,୧୮।୧୦(ସରୋଜ ବଳିୟାରସିଂ): ସର୍ବଶିକ୍ଷା ଅଭିଯାନ ‘ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ’ ନାରା ଦେଉଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଏଠାରେ ଶ୍ରେଣୀ ଗୃହ ଅଭାବ ଥିବାରୁ ଦୀର୍ଘ ୩ ବର୍ଷ ଧରି…
କ୍ୟାରିୟରର ଦ୍ୱିତୀୟ ହ୍ୟାଟ୍ରିକ ନେବାକୁ ପ୍ରସ୍ତୁତ ହେଉଛନ୍ତି ରୋହିତ ଶର୍ମା
ନୂଆଦିଲ୍ଲୀ,୧୮।୧୦: ବିଶ୍ୱକପରେ ଟିମ ଇଣ୍ଡିଆ ବହୁତ ଭଲ ଫର୍ମରେ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିଥିବା ଟିମ ଇଣ୍ଡିଆ ପ୍ରଥମ ତିନିଟି ମ୍ୟାଚ ଜିତି ଟୁର୍ନାମେଣ୍ଟର ଭଲ ଆରମ୍ଭ କରିଛି। ଟିମ ଇଣ୍ଡିଆର ସନ୍ତୁଳନ ବହୁତ…
ବଢ଼ିଚାଲିଛି ଅବଧି, ସରିପାରୁନି ରେଳ ଓଭରବ୍ରିଜ୍
ରାଇବଣିଆ, ୧୮।୧୦(ନବୀନ ସାହୁ): ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ନିର୍ମାଣଧୀନ ଓଭରବ୍ରିଜ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେବାର ନା ଧରୁନି। ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ୭୩. ୪୦କୋଟି ଟଙ୍କା ବ୍ୟୟରେ…
ମଣ୍ଡପରେ ବାହାନଗା ରେଳ ଦୁର୍ଘଟଣାର ଦୃଶ୍ୟ
ଭଦ୍ରକ,୧୮।୧୦ (ସନାତନ ରାଉତ): ଚଳିତବର୍ଷ ଭଦ୍ରକ ଗାନ୍ଧୀପଡ଼ିଆ ସାର୍ବଜନୀନ ଦୁର୍ଗାପୂଜା ୭୬ବର୍ଷରେ ପଦାର୍ପଣ କରୁଛି। ଆଉ ଦୁଇଦିିନ ପରେ ସପ୍ତମୀ ପୂଜା ଆରମ୍ଭ ହେବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବାଲେଶ୍ୱର ଜିଲା…
ଇସ୍ରାଏଲ ଗସ୍ତ କରିବେ ସୁନକ
ଲଣ୍ଡନ,୧୮।୧୦: ଇସ୍ରାଏଲ-ହମାସ ବିବାଦ ଯୋଗୁ ଉତ୍ତେଜନା ବୃଦ୍ଧି ପାଉଛି। ଉଭୟ ପାର୍ଶ୍ୱରୁ ପ୍ରାୟ ପାଞ୍ଚ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ଇସ୍ରାଏଲ ଗସ୍ତ କରିବାକୁ ଯାଉଛନ୍ତି ବୋଲି ସୂଚନା ଆସୁଛି।…
୨୯ରୁ ଭଣ୍ଡାରିପୋଖରୀ ମହୋତ୍ସବ
ଭଣ୍ଡାରିପୋଖରୀ, ୧୮।୧୦(ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ଜଗନ୍ନାଥ ବଣିକ ସଂଘଠାରେ ଗଜଲକ୍ଷ୍ମୀ ପୂଜାରେ ଭଣ୍ଡାରିପୋଖରୀ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାରିକପୁରସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ କାର୍ତ୍ତିକ ଚନ୍ଦ୍ର ସ୍ବାଇଁ…
ଅଧା ଦିନ ବନ୍ଦ, ଯାତ୍ରୀ ହନ୍ତସନ୍ତ
କେନ୍ଦୁଝର,୧୮।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅଧୀନ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂର ସରକାରୀ ବସ୍ଷ୍ଟାଣ୍ଡ ପରିସରରେ ଥିବା ସୁଲଭ ଶୌଚାଳୟରେ ପାଣି ସମସ୍ୟା ଲାଗି ରହିଛି। ଫଳରେ ଦିନର ଅଧାରୁ ଅଧିକ ସମୟ କାମରେ ଲାଗୁ ନ ଥିବା ବେଳେ…
ଦୁନିଆର ଆବଶ୍ୟକତାକୁ ବୁଝିଲେ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୮।୧୦(ସୁନିତ୍ ମିଶ୍ର): ବଜାରର ଆବଶ୍ୟକତା ଏବଂ ଭିତ୍ତିଭୂମିର ବିକାଶ ପାଇଁ ଦରକାର ଥିବା ଦକ୍ଷତା ଉପରେ ମ୍ୟାପିଂ ହେବା ଦରକାର। ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା ବୋଲି ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ଇଣ୍ଡିଆ ସ୍କିଲ୍…
‘ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ’ର ସ୍ପଷ୍ଟୀକରଣ
ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ): ‘ଧରିତ୍ରୀ ’ର ୧୬।୧୦।୨୦୨୩ ସଂସ୍କରଣରେ ପ୍ରକାଶିତ ‘ସର୍ଭେରେ ଲଟକିଛି ୧୭ ପ୍ରକଳ୍ପ’ ଶୀର୍ଷକ ଖବରରେ କେତେକ ତଥ୍ୟରେ ଭୁଲ ରହିଥିବାନେଇ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେଶନଠାରୁ…
Archives


