Posted inଖେଳ

ଲଗାତର ଦ୍ୱିଶତକ ପରେ ଯଶସ୍ବୀ ଜୟସ୍ବାଲଙ୍କୁ ଜବରଦସ୍ତ ଫାଇଦା: ଉପରକୁ ଉଠିଲେ

ନୂଆଦିଲ୍ଲୀ,୨୧।୧: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ବୀ ଜୟସ୍ବାଲ ଉପରକୁ ଡେଇଁଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଜୟସ୍ବାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ସେ ବିଶ୍ୱର ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହା ସହିତ ତିନି ଜଣ ଭାରତୀୟ ଖେଳାଳି ଦିନିକିଆ ର଼୍ୟାଙ୍କିଙ୍ଗରେ ଟପ-୫ରେ ପ୍ରବେଶ କରିଛନ୍ତି। ଏଥିରେ ଶୁବମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଅଛନ୍ତି।
ଉଭୟ ଟେଷ୍ଟ ଏବଂ ଏକଦିବସୀୟ ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଉପକୃତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ତୃତୀୟ ମ୍ୟାଚରେ ଜୟସ୍ବାଲ ଦ୍ୱିଶତକ ହାସଲ କରିଥିଲେ। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜୟସୱାଲ ଭାରତର ପ୍ରଥମ ଇନିଂସରେ ୨୦୯ ରନ ସଂଗ୍ରହ କରିଥିଲେ। ଏହା ପରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ଅପରାଜିତ ୨୧୪ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ଜୟସ୍ବାଲ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୮୦ ରନ୍‌ର ଇନିଂସ ଖେଳିଥିଲେ।
ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟପ-୫ ବିଷୟରେ କହିବାକୁ ଗଲେ ନ୍ୟୁଜିଲାଣ୍ଡର କେନ ୱିଲିୟମ୍ସନ ୮୯୩ ରେଟିଂ ସହ ଶୀର୍ଷ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଷ୍ଟିଭ ସ୍ମିଥ ୮୧୮ ରେଟିଂ ସହିତ ଦ୍ୱିତୀୟ, ଡାରିଲ ମିଚେଲ ୭୮୦ ରେଟିଂ ସହିତ ତୃତୀୟ, ବାବର ଆଜାମ ୭୬୮ ରେଟିଂ ସହିତ ଚତୁର୍ଥ ଏବଂ ଇଂଲଣ୍ଡର ଜୋ ରୁଟ ୭୬୬ ରେଟିଂ ସହିତ ପଞ୍ଚ୍ଚମ ସ୍ଥାନରେ ଅଛନ୍ତ।
ଦିନିକିଆ ର଼୍ୟାଙ୍କିଙ୍ଗରେ ୮୦୧ ରେଟିଂ ସହ ଭାରତୀୟ ଓପନର୍‌ ଶୁବମନ ଗିଲ ଦ୍ୱିତୀୟ ସ୍ଥାନରେ, ବିରାଟ କୋହଲି ୭୬୮ ରେଟିଂ ସହ ତୃତୀୟ ସ୍ଥାନରେ ଏବଂ ରୋହିତ ଶର୍ମା ୭୪୬ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଆଗକୁ ବଢି ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ୭୨୮ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି। ୮୨୪ ରେଟିଂ ସହ ବାବର ଦିନିକିଆରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?