ଉବର ବୁକ୍ କରିବାରେ ସହାୟତା କରିବାକୁ କହି ଦମ୍ପତିଙ୍କୁ ମାଡ଼
ନୂଆଦିଲ୍ଲୀ,୩।୧୨: ଦକ୍ଷିଣପୂର୍ବ ଦିଲ୍ଲୀର ସନ୍ଲାଇଟ କଲୋନି ଅଞ୍ଚଳରେ ମଣିପୁରର ଏକ ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ଭଉଣୀଙ୍କୁ କେତେଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେମାନେ ଗୁରୁବାର ରାତିରେ ଜଣେ ବନ୍ଧୁ ଘରକୁ ଯାଉଥିବାବେଳେ ୩ ଜଣ ଅପରିଚିତ…
ମହିଳାଙ୍କୁ ‘ଡିଜିଟାଲି ଗିରଫ’ କରାଇ ୧୧ ଲକ୍ଷ ଠକିନେଲେ
ନୋଏଡ଼ା,୩।୧୨: ନୋଏଡ଼ାରେ ଏକ ନୂଆ ସାଇବର ଠକେଇ ଦେଖିବାକୁ ମିଳିଛି। ସେଠାରେ ରହୁଥିବା ଜଣେ ମହିଳାଙ୍କୁ ଗୋଟିଏ ଦିନ ଡିଜିଟାଲ ଗିରଫ ରଖାଯାଇ ତାଙ୍କଠାରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଠକିନିଆଯାଇଛି। ଅଭିଯୋଗ ପରେ ଉତ୍ତରପ୍ରଦେଶ ପୋଲିସ ତଦନ୍ତ ଆରମ୍ଭ କରିଛି।…
ଏସ୍ପି ସବୁଠୁ ଧନୀ ଆଞ୍ଚଳିକ ଦଳ
ନୂଆଦିଲ୍ଲୀ,୩।୧୨: ସମାଜବାଦୀ ପାର୍ଟି (ଏସ୍ପି) ଦେଶର ସବୁଠୁ ଧନୀ ଆଞ୍ଚଳିକ ଦଳ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟ ଅନୁଯାୟୀ ୧୦ଟି ଶୀର୍ଷ ଆଞ୍ଚଳିକ ଦଳର ମୋଟ ସମ୍ପତ୍ତି…
ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁ ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି ଭାଜପା: ଶିବରାଜ
ଭୋପାଳ,୩।୧୨: ରବିବାର ଦେଶର ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବ। ଏହାକୁ ନେଇ ଭୋଟଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ଭାଜପା ବହୁମତ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଦଳ ୧୧୪ରୁ ଅଧିକ ଆସନରେ ଆଗୁଆ…
ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ,୩।୧୨(ପି.ଟି.): ଆସନ୍ତା ୪ ତାରିଖରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ଶନିବାର ସର୍ବଦଳୀୟ ବୈଠକ ବସିଥିଲା। ଏହି ଅଧିବେଶନରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ ଏମ୍ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ସମ୍ଭାବ୍ୟ ବହିଷ୍କାର, ଆପରାଧିକ ଆଇନ ସ୍ଥାନରେ…
ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା
ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି. ବେଗରେ ଗତି କରୁଛି। ଗଭୀର ଅବପାତ ପୁଡୁଚେରିର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି., ନେଲୋରଠାରୁ…
ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ
ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି…
ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ
ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍ ଶନିବାର ଉଦ୍ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ରାଷ୍ଟ୍ର ବିଶେଷକରି ବିପଜ୍ଜନକ ପାର୍ବତ୍ୟାଞ୍ଚଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ବାର୍ଷିକ ଜଳବାୟୁ ଆଲୋଚନାରେ ଗୁରୁତ୍ୱ…
ବିଶ୍ୱର ପ୍ରଥମ ଗ୍ରାଣ୍ଡମାଷ୍ଟର ଭଉଣୀ ଭାଇ ବୈଶାଳୀ-ପ୍ରଜ୍ଞାନନ୍ଦ
ଚେନ୍ନାଇ, ୩।୧୨: ବିଶ୍ୱ ଚେସ୍ରେ ଭାରତର ପ୍ରାଧାନ୍ୟ କ୍ରମେ ବଢ଼ିବାରେ ଲାଗିଛି। ଦେଶର ପ୍ରତିଭାସମ୍ପନ୍ନ ଗ୍ରାଣ୍ଡମାଷ୍ଟରମାନେ ବିଶ୍ୱର ଯେକୌଣସି ଖେଳାଳିଙ୍କୁ ଟକ୍କର ଦେବାରେ ସକ୍ଷମ ହେଉଛନ୍ତି। ଏବେ ଭାରତୀୟ ଖେଳାଳିମାନେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ହେଉଛନ୍ତି ଗୋଟିଏ…
କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ
ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ କିଛି ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇଦେବାକୁ ସରକାର ବିଧିବଧ ଭାବେ…
ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ
ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ ପାଣି ଦ୍ୱାରା ଜଳସେଚିତ ଜିଲାର ଡୁଙ୍ଗୁୁରିପାଲି, ବିନିକା ବ୍ଲକରେ ଧାନ ଅମଳ ସରି ଆସିଥିବା…
ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା
ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ ଧାନ ଚାଷଠାରୁ ମଧ୍ୟ ପ୍ରାଚୀନ। ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହେଲା ଲୋକଙ୍କ…
Archives


