Odisha Elections 2024

କରୋନାଠାରୁ ୧୦୦ ଗୁଣା ଅଧିକ ବିପଜ୍ଜନକ ଏହି ମହାମାରୀ: ଚିନ୍ତାପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୫।୪: ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛନ୍ତି ଏବଂ ଏହା ବିଶ୍ୱର ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି।
ପିଟ୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡା. ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି, H5N1 ଭାଇରସ୍‌ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଏହି ଭାଇରସ୍‌ ସେହି ଦିଗରେ ଗତି କରୁଛି ଯେଉଁଠାରେ ଏହା ମହାମାରୀ ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ପୃଥିବୀର ଅନେକ ସ୍ଥାନରେ ବାର୍ଡ ଫ୍ଲୁ ସଂକ୍ରମଣ ଏବେ ବି ଅଛି ଏବଂ ବହୁ ସଂଖ୍ୟକ ସ୍ତନ୍ୟପାୟୀ ପ୍ରାଣୀ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ଆମେ ଏହା ବିରୋଧରେ ପ୍ରସ୍ତୁତ ହେବା ଉଚିତ୍‌ ନଚେତ୍‌ ପରିସ୍ଥିତି ଗମ୍ଭୀର ହୋଇପାରେ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୨୦୦୩ ପରଠାରୁ H5N1 ଭାଇରସ୍‌ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ H5N1ର ମୃତ୍ୟୁହାର ୫୦ ପ୍ରତିଶତରୁ ଅଧିକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ...

କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ

ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ...

ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ...

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଞ୍ଚ ଭୁଶୁଡ଼ିଲା: ୯ ମୃତ

ମେକ୍ସିକୋ ସିଟି, ୨୪।୫:ମେକ୍ସିକୋର ନୁଏଭୋ ଲିୟୋନ୍‌ ରାଜ୍ୟରେ ଗୁରୁବାର ସିଟିଜେନ ମୁଭ୍‌ମେଣ୍ଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଲ୍‌ଭାରେଜ ମେନେଜ୍‌ଙ୍କ ଏକ ନିର୍ବାଚନୀ ସଭା ସମୟରେ ଅଘଟଣ...

ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri