Home Left

ଧୋକା ଦେଲା ମୌସୁମୀ:ଗରମ, ଗୁଳୁଗୁଳିରେ ଛଟପଟ ଓଡ଼ିଶା

ଭୁବନେଶ୍ୱର,୧୨ା୬(ଅନିଲ ଦାସ):ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ତାତି କରୁଛି କଲବଲ। ମନୁଷ୍ୟଠାରୁ ଆରମ୍ଭକରି ଜୀବଜନ୍ତୁ ବର୍ଷାକୁ ଚାହିଁ ରହିଛନ୍ତି। ରାଜ୍ୟର ଦକ୍ଷିଣ ଭାଗକୁ ଜୁନ୍‌ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ…

୨୪ ବର୍ଷରେ ହେଇ ନ ଥିବା କାମ ୫ ବର୍ଷରେ କରାଯିବ

ଭୁବନେଶ୍ୱର,୧୨ା୬(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କ କାମ ନିଶ୍ଚିୟ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ…

ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଇକ୍ୟୁ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ କେଣ୍ଟାରୋ ଓନୋ ସୂଚନା ଦେଇଛନ୍ତି।…

ଭାରତରେ ଜିଡିପି ଅଭିବୃଦ୍ଧି ହାର ୬.୬% ହେବ

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୪ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି ପାଉଥିବାବେଳେ ବିଶ୍ୱ ବ୍ୟାଙ୍କ କହିଛି ଯେ, ଚଳିତ ବର୍ଷ ଭାରତ ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ ମାତ୍ର…

ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍‌ଚାକ ସିଲାଟ ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ପେନ୍‌ଚାକ ସିଲାଟ ଆସୋସିଏଶନ ଆନୁକୂଲ୍ୟରେ ୧୩ ତାରିଖ…

କେତେ ପାଠ ପଢିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ: ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ବିଷୟରେ….

ବଲାଙ୍ଗୀର,୧୨।୬: ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର…

ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ

ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍‌ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ ମ୍ୟାଚ୍‌ ଭାବରେ ବିବେଚନା କରାଯାଉଛି। ଆମେରିକା ଦଳରେ ୫-୬ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି…

ଜେଜେ ଥିଲେ ମୁଖ୍ୟମନ୍ତ୍ରୀ, ନାତି ହେଲେ ଉପମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡ଼ିଶାରେ ଖୁସିର ଲହରି

ବଲାଙ୍ଗୀର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ବୁଧବାର ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବ। ଏଥିସକାଶେ ମଙ୍ଗଳବାର ଭୁବନେଶ୍ୱରଠାରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗୀର…

ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏକ୍ସ ପ୍ରୋଫାଇଲ ପରିବର୍ତ୍ତନ କଲେ ନବୀନ

ଭୁବନେଶ୍ୱର,୧୨।୬: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ସେ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୬ଟି ପଦକ ହାସଲ କରିଛନ୍ତି। ଏହା ମଧ୍ୟରେ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ…

ଭାରତୀୟ ମିମ୍‌ ଶେୟାର କଲେ ଏଲନ ମସ୍କ

ସାନ୍‌ ଫ୍ରାନ୍ସିସ୍କୋ: ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ମଙ୍ଗଳବାର ଏକ୍ସ’ରେ ଏକ ଭାରତୀୟ ମିମ୍‌କୁ ଶେୟାର କରିଛନ୍ତି। ‘ଓପନ୍‌ ଏଆଇ’ର ‘ଚାଟ୍‌ ଜିପିଟି’ ଫିଚର ସହ ‘ଆପଲ’ର ସହଭାଗିତାକୁ ମସ୍କ ବିରୋଧ କରି ଏହି ମିମ୍‌ ଶେୟାର କରିଛନ୍ତି। ଆପଲ ଡିଭାଇସ…

ଆଜି ଶପଥ ନେବେ ଚନ୍ଦ୍ରାବାବୁ

ବିଜୟଓ୍ବାଡ଼ା,୧୨ା୬: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ମଙ୍ଗଳବାର ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚିତ କରାଯାଇଛି। ସେ ବୁଧବାର ବିଭାଜିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri