୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡିଛି। ଏହାରି ଭିତରେ ଚଳିତ ଶେଷ ହେବାକୁ ଥିବାବେଳେ ଗୁଗଲ ୨୦୨୪ରେ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷଗୁଡିକର ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନୀମାନେ କରିଥିବା ସର୍ଚ୍ଚର ବିବରଣୀ ମଧ୍ୟ ରହିଛି। ଜାଣି ତାଜୁବ ହୋଇଯିବେ ଯେ ଆମ ପଡୋଶୀ ଦେଶ ଚଳିତ ବର୍ଷ ଭାରତୀୟଙ୍କ ସମ୍ପର୍କରେ କ’ଣ କ’ଣ ସର୍ଚ୍ଚ କରିଛନ୍ତି।

ଏହି ତାଲିକା ସମସ୍ତଙ୍କୁ ଏଥିପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ପାକିସ୍ତାନୀମାନେ ତାଙ୍କ ଦେଶ ବଦଳରେ ଭାରତ ବିଷୟରେ ଅନେକ ଜିନିଷ ସର୍ଚ୍ଚ କରିଛନ୍ତି। ସତେ ଯେମିତି ସେମାନେ ଭାରତୀୟଙ୍କ ସମ୍ପର୍କରେ ବହୁତ କିଛି ଜାଣିବାକୁ ଚାହୁଁଥିଲେ। ପାକିସ୍ତାନର ଲୋକମାନେ ଅବ୍ବାସ ଅଟାରଙ୍କ ସମ୍ପର୍କରେ ଅଧିକ ସର୍ଚ୍ଚ କରିଛନ୍ତି। ଅବ୍ବାସ ଜଣେ ଇରାନ ଫଟୋଗ୍ରାଫର ଥିଲେ ଯିଏ ୧୯୭୦ ଦଶକରେ ବିଫ୍ରା, ଭିଏତନାମ ଏବଂ ଦକ୍ଷିଣ ଆଫ୍ରିକାରେ ଫଟୋଗ୍ରାଫି ପାଇଁ ପ୍ରସିଦ୍ଧ ହୋଇଥିଲେ। ଏହା ପରେ ସେ ଧାର୍ମିକ ପ୍ରସଙ୍ଗରେ ଲେଖିଥିବା ପ୍ରବନ୍ଧଗୁଡ଼ିକ ପାଇଁ ଚର୍ଚ୍ଚା ରହିଥିଲେ। ଏହା ବ୍ୟତୀତ ପାକିସ୍ତାନୀମାନେ ଆଟେଲ ଅଦନାନ, ଅର୍ଶଦ ନାଦିମ, ସାନା ଜାଭେଦ ଏବଂ ସାଜିଦ ଖାନଙ୍କ ବିଷୟରେ ବେଶୀ ଜାଣିବାକୁ ଉତ୍ସାହୀ ଥିଲେ। ସୂଚନାଯୋଗ୍ୟ ଯେ ସାଜିଦ ଖାନ ଜଣେ ପ୍ରସିଦ୍ଧ ଭାରତୀୟ ଫିଲ୍ମ ନିର୍ଦ୍ଦେଶକ। ଚଳିତ ବର୍ଷ ପାକିସ୍ତାନୀଙ୍କ ମଧ୍ୟରେ ଭାରତୀୟ ଫିଲ୍ମ ଓ ୱେବ ସିରିଜ ପାଇଁ କ୍ରେଜ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ହୀରାମଣ୍ଡି, 12th ଫେଲ୍‌ , ଆନିମଲ୍‌, ର୍ମିଜାପୁର ସିଜନ ୩ ଏବଂ ସ୍ତ୍ରୀ ୨କୁ ଅଧିକ ସର୍ଚ୍ଚ କରାଯାଇଛି।

ଚାମ୍ପିଅନ୍ସ ଟ୍ରଫିର ଆୟୋଜନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ପାକିସ୍ତାନୀଙ୍କ ମଧ୍ୟରେ ବହୁତ କ୍ରେଜ ଦେଖିବାକୁ ମିଳିଛି। ଗୁଗଲ ସର୍ଚ୍ଚର କ୍ରିକେଟ ବର୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପଞ୍ଚମ ସ୍ଥାନରେ ରହିଛି। ଏଥି ସହିତ ଟି -୨୦ ବିଶ୍ୱକପ ପ୍ରଥମ ସ୍ଥାନରେ ଥିଲା। ଏହା ବ୍ୟତୀତ ପାକିସ୍ତାନ ବନାମ ଇଂଲଣ୍ଡ, ପାକିସ୍ତାନ ବନାମ ବାଂଲାଦେଶ, ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମଧ୍ୟ ଅଧିକ ସର୍ଚ୍ଚ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri