ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭ, ସମସ୍ତେ କାବା

ମୁମ୍ବାଇ: ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।

ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପା-ମା’ ଏବଂ ଝିଅ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱ-ଅଭିଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ ଅଛି ବୋଲି କୁହାଯାଉଛି। ତେବେ ଏହାରି ଭିତରେ କେବିସି ସେଟ୍‌ରେ ନିଜ ବୋହୂଙ୍କୁ ନେଇ ବିଗ୍‌ ବି ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚା ହେବାରେ ଲାଗିଛି।

କେବିସି ୧୬ ସେଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ବଚ୍ଚନ ଜଣେ ପ୍ରତିଯୋଗୀଙ୍କ ସହ ପାରିବାରିକ ସମ୍ପର୍କ ବିଷୟରେ କଥା ହେଉଥିଲେ। ଯେତେବେଳେ ପ୍ରତିଯୋଗୀ ବିଗ ବି’ ଙ୍କୁ ପ୍ରେମ ବିବାହରେ ଥିବା ଅସନ୍ତୋଷ ବିଷୟରେ ପଚାରିଥିଲେ, ସେତେବେଳେ ସେ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ।

ଅମିତାଭ ବଚ୍ଚନ କ୍ୟାମେରା ଆଗରେ ତାଙ୍କ ପରିବାରରେ ପ୍ରେମ ବିବାହ ଏବଂ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ଘରେ ବିଭିନ୍ନ ରାଜ୍ୟର ଲୋକ ଅଛନ୍ତି। ଏହି ସମୟରେ ପ୍ରତିଯୋଗୀ ବିଗ ବିଙ୍କୁ ମଧ୍ୟ କହିଥିଲେ ଯେ, ତାଙ୍କ ପ୍ରେମ ବିବାହ ନେଇ ଦାମ୍ପତ୍ୟ ଝଡ ରହିଛି।

ଏହା ଉପରେ ବିଗ ବି ପ୍ରତିଯୋଗୀଙ୍କୁ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଗୁଜରାଟର ବଡୋଦରା ନିବାସୀ ଆଶୁତୋଷ ସିଂ ଚଳିତ ସପ୍ତାହରେ କେବିସି ୧୬ରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଗତ ୫ବର୍ଷ ଧରି ତାଙ୍କ ବାପାମାଆଙ୍କ ସହ କଥାବାର୍ତ୍ତା କରିପାରୁ ନାହାନ୍ତି। ତାଙ୍କର ପ୍ରେମ ବିବାହ। ସେ ଚାହୁଁଥିଲେ ଯେ, ତାଙ୍କ ପିତାମାତା ତାଙ୍କୁ ବୁଝନ୍ତୁ ଏବଂ ତାଙ୍କ କଥା ଶୁଣନ୍ତୁ।

ଏନେଇ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରେମ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଆମେ ଉତ୍ତରପ୍ରଦେଶର କିନ୍ତୁ ଆମ ପରିବାରରେ ବିବିଧତାର ଏକ ଉଦାହରଣ ଦେଖିବାକୁ ମିଳେ। ମୋ ସ୍ତ୍ରୀ ବଙ୍ଗାଳୀ, ମୋ ଭାଇ ଏକ ସିନ୍ଧି ପରିବାରରେ ବିବାହ କରିଛନ୍ତି ବୋଲି ବିଗ୍‌ ବି କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ଝିଅ ପଞ୍ଜାବୀ ପରିବାରରେ ବିବାହ କରିଛନ୍ତି। ଏବଂ ମୋ ପୁଅ ମାଙ୍ଗାଲୋରର ଝିଅକୁ ବିବାହ କରିଛନ୍ତି। ମୋ ବାପା ସବୁବେଳେ କହୁଥିଲେ ଯେ, ଆମେ ଦେଶର କୋଣ ଅନୁକୋଣରୁ ବୋହୂ ଆଣିଛୁ। ଆମ ବୋହୂ ଐଶ୍ୱର୍ଯ୍ୟା ରାୟ ମାଙ୍ଗାଲୋରର ଏବଂ ମୋ ପୁଅ ତାଙ୍କୁ ଭଲ ପାଉଥିଲେ। ଅମିତାଭ ବଚ୍ଚନ କ୍ୟାମେରା ଆଗରେ କହିଛନ୍ତି, ଆମ ପରିବାରରେ କୌଣସି ବନ୍ଧନ ନ ଥିଲା, କିନ୍ତୁ ପ୍ରେମ ଏବଂ ବୁଝାମଣା ଥିଲା ଯାହା ସମ୍ପର୍କକୁ ମଜବୁତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri