ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ
କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଫରେଷ୍ଟ ସେକ୍ସନ୍ ଅଧୀନ କନ୍ଦାବୁଟ୍ରା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦)। ମିଳିଥିବା ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟରେ…
ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ଝାମ୍ପି ନେଲେ ସାଢ଼େ ୫ ଲକ୍ଷ
ପିପିଲି,୧୨।୯: ପିପିଲି ଥାନା ସମ୍ମୁଖରୁ ମହିଳାଙ୍କଠୁ ଝାମ୍ପି ନେଲେ ସାଢ଼େ ୫ ଲକ୍ଷ ଟଙ୍କା। ୨ ଜଣ ହେଲମେଟ୍ ପିନ୍ଧି ବାଇକ୍ରେ ଆସି ଟଙ୍କା ଝାମ୍ପି ନେଇ ଚମ୍ପଟ୍ ମାରିଛନ୍ତି। ମହିଳାମାନେ ଏସ୍ବିଆଇରୁ SHG ଟଙ୍କା ଉଠାଇ ଗାଡ଼ି ପାଖକୁ ଆସିବା…
ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା ତାରିଖ: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
କଟକ,୧୨।୯: ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା ନେଇ ଓଡିଶା ଜନସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ପରୀକ୍ଷାର ବିସ୍ତୃତ କାର୍ଯ୍ୟକ୍ରମ ବିଷୟରେ ସୂଚନା…
ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ! ବନବିଭାଗ ତଦନ୍ତ ଜାରି
ବାରିପଦା,୧୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ…
ପଶ୍ଚିମବଙ୍ଗରୁ ବାଂଲାଦେଶ ପଠାଯାଉଥିଲା ଚୋରି ମୋବାଇଲ: ୫ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଲା ପୋଲିସ
ଜୟପୁର,୧୨।୯(ପବନ ପାଣିଗ୍ରାହୀ): ଆନ୍ତଃରାଜ୍ୟ ର଼୍ୟାକେଟ୍ର ୫ ମୋବାଇଲ ଫୋନ୍ ଲୁଟେରାକୁ ଜୟପୁର ଟାଉନ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ବିଶାଳ କୁମାର ମହତ(୨୨), ହରି କୁମାର ମହ (୩୦) ଉତ୍ତମ ତୁରି (୨୨)। ଗିରଫ ଅଭିଯୁକ୍ତମାନଙ୍କ…
କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି ଓଡ଼ିଆ ପୁଅ: ଜାଣନ୍ତୁ କିଏ ସେ ?
ଭୁବନେଶ୍ୱର,୧୨।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରୋଚକ ମୋଡ଼ ନେଉଥିବା ବେଳେ ଏଠାରେ ଜଣେ ଓଡ଼ିଆ ପୁଅଙ୍କୁ କମଳା ହାରିସଙ୍କୁ ନିର୍ବାଚନରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଆଦିବାସୀ ପ୍ରାଧାନ୍ୟ ଜିଲାର ଓଡିଆ ପୁଅ ସମୟ ସାହୁ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ…
ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ରୀ ଲହୁ ଲୁହାଣ
ବାଲିଗୁଡ଼ା,୧୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ। ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବା ବେଳେ ୫ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ…
ଗଣପତିଙ୍କ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇପାରିବେ ୩୦ରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୨।୯: ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ ଅଂଶଗ୍ରହଣ…
ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି ବାଲିଗୁଡ଼ା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ
ବାଲିଗୁଡ଼ା,୧୨ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ୍ଷୁଦ୍ର ଜଳସେଚନ ଉପ-ବିଭାଜନ ଅଧୀନରେ ବାଲିଗୁଡା ବ୍ଲକ ସମେତ ତୁମୁଡିବନ୍ଧ, କୋଟଗଡ଼ ଓ କ.ନୂଆଗାଁ ଅଞ୍ଚଳରେ ଥିବା ଘାଇଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ଜଳସେଚନ ବାଧାପ୍ରାପ୍ତ ହେଉଥିବା ବିଷୟ ଚାଷୀମାନେ…
ଦିନରେ ସ୍ବପ୍ନ ଦେଖୁଛନ୍ତି ଖାର୍ଗେ: ଦୀନେଶ ଶର୍ମା
ନୂଆଦିଲ୍ଲhୀ,୧୨।୯: ଉତ୍ତର ପ୍ରଦେଶର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭା ଏମପି ଦୀନେଶ ଶର୍ମା ବୁଧବାର ଅନେକ ପ୍ରସଙ୍ଗରେ ଆଇଏଏନଏସ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ କରିଥିଲେ। ଏହି ସମୟରେ ସେ ଆଇଏଏନଏସର ସମସ୍ତ ପ୍ରଶ୍ନ ଉପରେ ଖୋଲାଖୋଲି ଭାବରେ…
ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ
ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଭଉଣୀ ମନୋଜା ରାଉତଙ୍କ ଅଭିଯୋଗ କ୍ରମେ ସୋସୋ ଥାନାରେ କେସ୍…
ଏତିକି ସମ୍ପତ୍ତି ଛାଡିଦେଇଗଲେ ସୀତାରାମ ୟେଚୁରୀ, ଜାଣିଲେ ବିଶ୍ୱାସ କରିବେନି
ନୂଆଦିଲ୍ଲୀ,୧୨।୯: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର (ସେପ୍ଟେମ୍ବର ୧୨,୨୦୨୪)ରେ ଦିଲ୍ଲୀସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ନିକଟରେ ତାଙ୍କ ଅବସ୍ଥା ଖରାପ ହେବା ପରେ…
Archives


