Posted inଜାତୀୟ

କୃଷକଙ୍କୁ ମିଳିବ ୫ଲକ୍ଷ ଟଙ୍କା, ଜାଣନ୍ତୁ କିଷାନ କ୍ରେଡିଟ କାର୍ଡରେ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ସଂସଦରେ ତାଙ୍କର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ ବିକଶିତ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଏହି କ୍ରମରେ, ସେ ଏହି ବଜେଟରେ କିଷାନ କ୍ରେଡିଟ କାର୍ଡର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କହିରଖୁଛୁ ଯେ ଏପର୍ଯ୍ୟନ୍ତ ଚାଷୀମାନେ ଚାଷ ପାଇଁ କିଷାନ କ୍ରେଡିଟ କାର୍ଡରେ କେବଳ ୩ ଲକ୍ଷ ଟଙ୍କାର ସୀମା ପାଉଥିଲେ।

ଅର୍ଥମନ୍ତ୍ରୀ ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏପର୍ଯ୍ୟନ୍ତ ଚାଷୀମାନେ KCC ମାଧ୍ୟମରେ କେବଳ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଉଥିଲେ, ଯାହାକୁ ୨୦୨୫ ବଜେଟରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଖୁବ ଶୀଘ୍ର ଚାଷୀମାନେ ଏହି ବର୍ଦ୍ଧିତ ସୀମାର ଲାଭ ପାଇବେ।

କିଷାନ କ୍ରେଡିଟ କାର୍ଡରେ ଚାଷୀମାନଙ୍କୁ ବହୁତ ଶସ୍ତା ସୁଧ ହାରରେ ଋଣ ଦିଆଯାଏ। ଏହି ଋଣ ଚାଷୀମାନଙ୍କୁ ଚାଷ ପାଇଁ ଦିଆଯାଏ। ଏପରି ପରିସ୍ଥିତିରେ, ଚାଷୀମାନେ ଚାଷ ପାଇଁ ବିହନ, ସାର, କୀଟନାଶକ ଏବଂ DAP କିଣିବା ପାଇଁ KCC ବ୍ୟବହାର କରିପାରିବେ। ଆପଣଙ୍କୁ କହି ରଖୁଛୁ ଯେ ଦେଶରେ ବହୁ ସଂଖ୍ୟକ ଛୋଟ ଚାଷୀ ଅଛନ୍ତି, ଯେଉଁ କାରଣରୁ ସେମାନଙ୍କ ପାଖରେ ଚାଷ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ। ତେଣୁ, ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର KCC ଯୋଜନା ଆରମ୍ଭ କରିଥିଲେ।

କିଷାନ କ୍ରେଡିଟ କାର୍ଡ ଯୋଜନା ପ୍ରାୟ ୨୬ ବର୍ଷ ପୂର୍ବେ ୧୯୯୮ରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଅନୁଯାୟୀ, ଚାଷ ଏବଂ ଆନୁଷଙ୍ଗିକ କାମ କରୁଥିବା ଚାଷୀମାନଙ୍କୁ ୯ ପ୍ରତିଶତ ସୁଧ ହାରରେ ସୱଳ୍ପକାଳୀନ ଋଣ ଯୋଗାଇ ଦିଆଯାଏ। ଏହି ଯୋଜନାର ବିଶେଷ କଥା ହେଉଛି ଯେ ସରକାର ଋଣ ଉପରେ ଆଦାୟ ହେଉଥିବା ସୁଧ ଉପରେ ୨ ପ୍ରତିଶତ ରିହାତି ମଧ୍ୟ ଦିଅନ୍ତି। ଅନ୍ୟପକ୍ଷରେ, ଯେଉଁ ଚାଷୀମାନେ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଋଣ ପରିଶୋଧ କରନ୍ତି, ସେମାନଙ୍କୁ ପ୍ରୋତ୍ସାହନ ସୱରୂପ ଅତିରିକ୍ତ ୩% ରିହାତି ଦିଆଯାଏ। ଏହାର ଅର୍ଥ ହେଉଛି ଏହି ଋଣ ଚାଷୀମାନଙ୍କୁ କେବଳ ୪ ପ୍ରତିଶତ ବାର୍ଷିକ ସୁଧରେ ଦିଆଯାଏ। ୩୦ ଜୁନ ୨୦୨୩ ସୁଦ୍ଧା, ଏପରି ଋଣ ନେଉଥିବା ଲୋକଙ୍କ ସଂଖ୍ୟା ୭.୪ କୋଟିରୁ ଅଧିକ ଥିଲା। ଯେଉଁଥିରେ ୮.୯ଲକ୍ଷ କୋଟି ଟଙ୍କାରୁ ଅଧିକ ବକେୟା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛୋଲେ-କୁଲଚା ବିକାଳିଙ୍କ ପୁଅ ସାଜିଲେ ଭାରତର ନୂଆ ହିରୋ: ପାକିସ୍ତାନ ବିପକ୍ଷରେ କଲେ କମାଲ୍‌

ନୂଆଦିଲ୍ଲୀ,୧୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ବିପକ୍ଷରେ ପରାଜୟ ସତ୍ତ୍ୱେ ଭାରତୀୟ ଯୁବ ବ୍ୟାଟର୍‌ ଅର୍ଜୁନ ରାଜପୁତଙ୍କ ଲଢ଼ୁଆ ଇନିଂସ ସମସ୍ତଙ୍କ ହୃଦୟ ଜିତିଛି। ଦଳ…

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

ଅଧିକ ଫର୍ମ ଫିଲଅପ୍‌ ଫି’ ଆଦାୟ ଅଭିଯୋଗ: ପରଶୁରାମ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅସନ୍ତୋଷ

ଖୋର୍ଦ୍ଧା, ୯।୧୧: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫର୍ମ ଫିଲଅପକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ଧାର୍ଯ୍ୟ ଦେୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଏବଂ ଆଦାୟ ଟଙ୍କାର…

ଚାଇନିଜ ଗୁପ୍ତଚରଙ୍କ ସହ ସମ୍ପର୍କ, ପତ୍ନୀଙ୍କ ସହ ବିଶ୍ୱାସଘାତକତା: AI ଚିପ କମ୍ପାନୀ ‘ଏନଭିଡିଆ’ (Nvidia) ର ମାଲିକଙ୍କ ବଡ଼ ସ୍ବୀକାରୋକ୍ତି

ବେଜିଂ,୯।୧୧: ବିଶ୍ୱର ଅନ୍ୟତମ ବୃହତ୍ତମ AI ଚିପ ନିର୍ମାତା କମ୍ପାନୀ ‘ଏନଭିଡିଆ’ (Nvidia) ର CEO ଜେନସେନ ହୁଆଙ୍ଗଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।…

ବାଣ ଝୁଲରୁ ଲାଗିଲା ନିଆଁ, ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଆଳି, ୯।୧୧ (ବନମାଳୀ ସେନାପତି): ବାଣ ଝୁଲରୁ ନିଆଁ ଲାଗି ଜଳିଯାଇଛି ଦୁଇ ବଖରା ଚାଳଘର। ଘରେ ଥିବା ଆସବାବପତ୍ର ସମେତ ସମସ୍ତ ଜିନିଷ ପୋଡ଼ି ପାଉଁଶ…

ନ୍ୟୁଜିଲାଣ୍ଡକୁ ଜୋରଦାର ଝଟ୍‌କା: ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ମଝିରେ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତ ବିପକ୍ଷ ଦିନିକିଆ ସିରିଜ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ଚତୁର୍ଥ…

କ୍ୟାଚ ଧରିବା ପାଇଁ ଦୌଡ଼ିଲେ ୩ ଫିଲ୍ଡର: ପାକିସ୍ତାନୀ ଫିଲ୍ଡରଙ୍କ ହାସ୍ୟାସ୍ପଦ କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ…

ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ରୋହିତ ଶର୍ମା, ଜାଣନ୍ତୁ କେତେ ନିକଟରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଦଳର ଜଣେ କିମ୍ବଦନ୍ତୀ ବ୍ୟାଟର ରୋହିତ ଶର୍ମା, ଦିନିକିଆ (ODI) କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅଟନ୍ତି। ସେ ହେଉଛନ୍ତି ଏକମାତ୍ର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?