ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ ନ ଥିଲା ବୋଲି ଅନେକ ମତ ରଖୁଛନ୍ତି। ଉଦିତ ନିଜେ ବି ଏନେଇ ସଫେଇ ଦେଇଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଉଦିତ ‘ମୋହରା’ ଫିଲ୍ମର ସୁପରହିଟ୍‌ ଗୀତ ‘ଟିପ୍‌ ଟିପ୍‌ ବରସା ପାନୀ’ ଗୀତ ଗାଉଥିବା ନଜର ଆସୁଛି। ସେତିକି ବେଳେ କିଛି ମହିଳା ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଷ୍ଟେଜ୍‌ ନିକଟରେ ପହଞ୍ଚିଥିଲେ। ଉଦିତ ମଧ୍ୟ ତାଙ୍କ ସହ ସେଲ୍‌ଫି ଉଠାଇଥିଲେ। ପରେ ସେ ମହିଳାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ପରେ ଅନ୍ୟ ଜଣେ ମହିଳା ପ୍ରଶଂସକ ଷ୍ଟେଜ୍‌ ନିକଟକୁ ଯିବାରୁ ସେ ଆଣ୍ଠେଇ ଯାଇ ଫଟୋ ଉଠାଇବା ସହ ଓଠକୁ ଚୁମ୍ବନ ଦେଇଥିଲେ। ଏହା ଉକ୍ତ ମହିଳାଙ୍କ ସହ ଅନେକଙ୍କୁ ଚକିତ କରିଥିଲା।

ତେବେ କନସର୍ଟର ଭିଡିଓ ଭାଇରାଲ ହେବା ପରେ ଉଦିତ ‘ହିନ୍ଦୁସ୍ତାନ ଟାଇମ୍ସ’କୁ ସାକ୍ଷାତକାର ଦେଇଥିଲେ। ସେ ଏହାକୁ ‘ଏକ୍ସପ୍ରେଶନ୍‌ ଅଫ୍‌ ଲଭ୍‌’ ବୋଲି କହିଥିଲେ। ପ୍ରଶଂସକ ବହୁତ ଭଲପାଇବା ଦେଇଥାନ୍ତି। ଆମେ ମାନେ ଏଭଳି ନୋହୁଁ। ଆମେ ସାଧାସିଧା ମଣିଷ। ଏସବୁ ଜିନିଷ ଭାଇରାଲ କରି କ’ଣ କରିବୁ। ସେଠାରେ ବହୁତ ଭିଡ ଥିଲା। ଆମ ପାଖରେ ବଡିଗାର୍ଡ ବି ଥିଲେ। କୌଣସି ବି ଉପାୟରେ ପ୍ରଶଂସକମାନେ ଆମ ସହ ଭେଟ କରିବାକୁ ଚାହିଁଥାନ୍ତି। ଏମିତିରେ କିଛି ଲୋକ ହାତ ମିଶାଇବାକୁ ଚାହାନ୍ତି। କିଛି ହାତକୁ ଚୁମ୍ବନ ଦିଅନ୍ତି। ଏସବୁ ଭଲପାଇବା, ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ନୁହେଁ।

ମୋ ପରିବାରର ଛବି ଏଭଳି ଯେ ସମସ୍ତେ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି। ମୋ ପୁଅ ଆଦିତ୍ୟ ଚୁପ୍‌ଚାପ୍‌ ରୁହେ। ବିବାଦକୁ ଆସେନାହିଁ। ଯେତେବେଳେ ମୁଁ ଷ୍ଟେଜ୍‌ରେ ଗାଏ, ସେଠାରେ ପାଗଳପଣ ଥାଏ। ପ୍ରଶଂସକ ମୋତେ ଭଲ ପାଆନ୍ତି। ତାଙ୍କୁ ଖୁସି ହେବାକୁ ଦେବା କଥା ବୋଲି ମୁଁ ଭାବେ। ସେମିତିରେ ଆମେ ଖରାପ ଲୋକେ ନୋହୁଁ। ଆମକୁ ପ୍ରଶଂସକଙ୍କୁ ଖୁସି କରିବାକୁ ହୁଏ ବୋଲି ସେ ଆହୁରୀ ମଧ୍ୟ କହିଛନ୍ତି।

କହିରଖୁଛୁ, ଉଦିତଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଥମେ କିଛି ଲୋକ ତାକୁ AI ଜେନେରେଟେଡ୍‌ ଭିଡିଓ ବୋଲି କହୁଥିଲେ। ସେହିଭଳି ଅନେକେ ଝିଅ ବୟସର ଯୁବତୀମାନଙ୍କ ସହ ଉଦିତଙ୍କର ଏଭଳି ବ୍ୟବହାର ଆଶା କରାଯାଉ ନ ଥିଲା ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri