Home Left

ଇଞ୍ଜିନ ଫେଲିୟୋର ନା ଯାନ୍ତ୍ରୀକ ତ୍ରୁଟି? ଯାଞ୍ଚରେ ଜଣାପଡ଼ିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଅସଲ କାରଣ, ଜାଣନ୍ତୁ ସତ୍ୟ

ନୂଆଦିଲ୍ଲୀ,୨।୭: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ୨୪୨ ଜଣଙ୍କ ମଧ୍ୟରୁ କେବଳ ଜଣେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି, ଅନ୍ୟ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଏବେ…

ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା: ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌,୨ା୭:ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରିଛନ୍ତି। ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। କାମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ ନେତା ହୁନ୍‌ ସେନ୍‌ଙ୍କ ସହ ଏକ ସମ୍ବେଦନଶୀଳ ଟେଲିଫୋନ୍‌ ବାର୍ତ୍ତାଳାପକୁ ଲିକ୍‌ କରାଯାଇଥିବାରୁ…

ଏହି ଜିଲାରେ ୪୦ ଦିନରେ ୨୩ ହୃଦ୍‌ଘାତ ମୃତ୍ୟୁ: କୋଭିଡ୍‌ ଟିକାର ସମ୍ପର୍କକୁ ନେଇ ତଦନ୍ତ ଜାରି

ବେଙ୍ଗାଲୁରୁ,୨ା୭:କର୍ନାଟକର ହାସନ ଜିଲାରେ ୪୦ ଦିନରେ ହୃଦ୍‌ଘାତରେ ୨୩ ଜଣଙ୍କର ଅଚାନକ ମୃତ୍ୟୁ ଘଟିଲାଣି। ଯୁବବର୍ଗଙ୍କ ମଧ୍ୟରେ ହୃଦ୍‌ଘାତ ମୃତ୍ୟୁ ବଢ଼ିବାକୁ ନେଇ ରାଜ୍ୟବ୍ୟାପୀ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌…

ମୋ ସ୍ତ୍ରୀ ଜଣେ ପାକିସ୍ତାନୀ ଗୁପ୍ତଚର… ବିଜନେସ୍‌ମ୍ୟାନ୍‌ ଆଣିଲେ ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨।୭: ଉତ୍ତର ପ୍ରଦେଶର ନୋଏଡାର ଜଣେ ବ୍ୟବସାୟୀ ତାଙ୍କ ନିଜ ସ୍ତ୍ରୀଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ କରିଥିଲେ। ବ୍ୟବସାୟୀ କହିଛନ୍ତି, ତାଙ୍କ ସ୍ତ୍ରୀ ଅନେକ ଥର ପାକିସ୍ତାନ ଏବଂ ଚାଇନା ଯାଇଛନ୍ତି। ତାଙ୍କ ବିବାହର ମାତ୍ର ତିନି ମାସ ପରେ…

ତୁମ କଥା ବହୁତ ମନେପଡ଼ୁଛି, ମୋତେ ନେବାକୁ ଆସ: ସ୍ବାମୀଙ୍କୁ ଫୋନ୍‌ରେ ଏମିତି କହି ବୟଫ୍ରେଣ୍ଡ୍‌ ସହ…

ଭୋପାଳ,୨।୭: ମଧ୍ୟପ୍ରଦେଶର ଶିବପୁରୀ ଜିଲାର କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ ମେଡିକାଲ କଲେଜରୁ ଅପହରଣର ମିଥ୍ୟା କାହାଣୀ ରଚନା କରିଥିବା ପ୍ରୀତି ଶିକ୍ଷିତ ନୁହେଁ, କିନ୍ତୁ ତାଙ୍କ ମନ ବହୁତ ଚତୁର। ସେ ତାଙ୍କ ପ୍ରେମିକଙ୍କ ସହିତ ପଳାଇଯିବାର କିଛି ମିନିଟ…

QUADରେ ପାକିସ୍ତାନର ପର୍ଦ୍ଦାଫାସ! କାନ୍ଦିବେ ଶେହବାଜ-ମୁନିର

ନୂଆଦିଲ୍ଲୀ,୨।୭: ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ ଗ୍ରୁପର ବୈଦେଶିକ ମନ୍ତ୍ରୀମାନେ ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ…

ମୁକ୍ତିର ଖେଦ

କଟରେ ଜଣେ ସରକାରୀ ଚାକିରିଆ ଅବସର ନେବେ। ତାଙ୍କ ସହ ଭେଟ ହେଲା ବଜାରରେ। ସମ୍ମାନ ଜଣାଇ କୁଶଳ ଜିଜ୍ଞାସା କଲି। ପଚାରିଲି- ‘ଆଉ କେବେ ରିଟାୟର୍ଡ ସାର୍‌?’ ଉତ୍ତର ଦେଲେ-‘ଆଉ ଦି ମାସ ରହିଲା ଆଜ୍ଞା ! ତା ’ପରେ…

ପ୍ରଶାସନ ଚକ୍ରବ୍ୟୁହରେ ଭିଜିଲାନ୍ସ ମାମଲା

ଗତ ମେ’ମାସର ଅନ୍ତିମ ୨ ଦିନରେ ୨ଜଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବକରିବା ଭିଜିଲାନ୍ସ ବିଭାଗର ସ୍ବାଗତଯୋଗ୍ୟ ପଦକ୍ଷେପ। ମେ ୩୦ରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ମାସର ଶେଷ ତାରିଖରେ ରାସ୍ତା ଓ କୋଠାବାଡ଼ି…

ହୋଟେଲ୍‌ ଭିତରେ ବନ୍ଦ ଟିମ୍‌ଇଣ୍ଡିଆ: ମିଳିଲା ସନ୍ଦେହଜନକ ପ୍ୟାକେଜ୍‌

ବର୍ମିଂହାମ,୨।୭: ବର୍ମିଂହାମ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବର୍ମିଂହାମ ସହରରେ ଏକ ସନ୍ଦେହଜନକ ପ୍ୟାକେଜ୍‌ ମିଳିଥିଲା। ଏହା ଖେଳାଳିମାନଙ୍କ ସହିତ ପ୍ରଶଂସକଙ୍କ ଉତ୍ତେଜନାକୁ ବୃଦ୍ଧି କରିଥିଲା। ଖେଳାଳିମାନଙ୍କୁ ବର୍ମିଂହାମରେ ଭାରତୀୟ କ୍ରିକେଟ ଦଳ…

ବିପଦସଙ୍କେତ ଉପରେ ସୁବର୍ଣ୍ଣରେଖା: ପାଣିଘେରରେ ଶତାଧିକ ଗାଁ

ବାଲେଶ୍ୱର,୨ା୭(ବାଞ୍ଛାନିଧି ଦେ):ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ପୁଣି ବନ୍ୟା ଆସି ଉତ୍ତର ବାଲେଶ୍ୱର ଉବୁଟୁବୁ ହେଉଛି। ମଙ୍ଗଳବାର ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳକାର ଜଳସ୍ତର ସ୍ଥିର ରହିଛି। ଅପରପକ୍ଷରେ…

ଭିନ୍ନ ଜାତିରେ ବିବାହ କରିଥିଲେ, ମୃତଦେହ ଛୁଇଁଲାନି ଜାତି ସମାଜ: ମଶାଣିରେ ପୋତିଲେ ସ୍ବେଚ୍ଛାସେବୀ

ଦେବଗଡ଼,୨ା୭(ଶଶାଙ୍କ ଶେଖର ଝାଙ୍କର):ଭିନ୍ନ ଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଜାତି ସମାଜର ଜନସାଧାରଣ। ପ୍ରାୟ ୩ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସ୍ବେଚ୍ଛାସେବୀମାନେ ବୋହିନେଇ ମଶାଣିରେ ପୋତିଛନ୍ତି। ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲା ତିଲେଇବଣି ବ୍ଲକ…

ଆବେଦନ ସତ୍ତ୍ବେ ମିଳିନି ଭତ୍ତା, ଜିଲାପାଳଙ୍କୁ ଫେରାଦ

ବରଗଡ଼,୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗାଇସିଲାଟ ବ୍ଲକ ଜଡ଼ାଗଞ୍ଜା ଗ୍ରାମର ବହୁସଂଖ୍ୟକ ବୃଦ୍ଧାବୃଦ୍ଧ ଏବଂ ଦିବ୍ୟାଙ୍ଗ ଭତ୍ତା ପାଉ ନଥିବା ଅଭିଯୋଗ ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri