ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ ପୂର୍ବତନ ଲୋକ ସଭା ଏମ୍‌ପି ବାଳଗୋପାଳ ମିଶ୍ର ବଲାଙ୍ଗୀର ଗ୍ରାମ୍ୟ ଭନ୍ନୟନ (ଆର୍‌ଡି) ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୂର୍ବତନ ଏମ୍‌ପି କହିଥିଲେ ଯେ, ଲୋଇସିଂହା ନିର୍ବାଚନମଣ୍ଡଳୀରେ ବ୍ଲାକ କଟନ ମାଟି ରହିଛି। ଏଣୁ ଏଠାରେ ଠିକ୍‌ ମାନର ରାସ୍ତା କାମ କରା ନ ଗଲେ ଖୁବ୍‌ଶୀଘ୍ର ରାସ୍ତା ଖରାପ ହୋଇଯିବ। ପିପିଲି-ଜାମୁଟିଆ ବଘାପାଲି ସେଠାରେ ରାସ୍ତା କାମ ଚାଲିଛି। ଠିକାଦାର ମନମାନି ଚଲାଇଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ଆରଡି ବିଭାଗର ଯନ୍ତ୍ରୀମାନେ କିଛି ଶୁଣୁନାହାନ୍ତି। ଫଳରେ ରାସ୍ତା କାମ ନିମ୍ନମାନର ହେଉଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆର୍‌ଡି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ନିର୍ଦ୍ଧାରିତ ମାନର ରାସ୍ତା କାମ କରିବାକୁ ସେମାନେ ଦାବି କରିଥିଲେ। ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ପିପିଲିଠାରୁ ଜାମୁଟିଆ ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିବା ପରେ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରି ପୂର୍ବତନ ଏମ୍‌ପି ଧାରଣାରେ ବସିବା ସହ ଆରଡି ବିଭାଗର ଦୁର୍ନୀତି ସମ୍ପର୍କରେ ଗୁରୁତର ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ, ଏବେ ଏହି ବିଭାଗରେ ୨୦ ପ୍ରତିଶତ ପିସି କାରବାର ଚାଲିଥିବା ଅଭିଯୋଗ ହେଉଛି। ଏମ୍‌ପି ଲାଡ ଏବଂ ଏମ୍‌ଏଲ୍‌ଏ ଲାଡ ଫଣ୍ଡରେ ବି ପିସି କାରବାର ଚାଲିଥିବା କୁହାଯାଉଛି। ଫଳରେ ନିର୍ଦ୍ଧାରିତ ମାନ-କାମ କରା ନ ଯାଇ ଥୁକ ପାଲିସ କାମ କରାଯାଉଛି। ଏଭଳି କାମ କରାଗଲେ ଏହାର ଜୋରଦାର ବିରୋଧ କରାଯିବ ଲୋକେ ଧାରଣା ଦେବେ ଓ ଆନ୍ଦୋଳନ କରିବେ ବୋଲି କହିଥିଲେ। ଧାରଣା ବସିଥିବା ପୂର୍ବତନ ଏମ୍‌ପି ମିଶ୍ର , ଗ୍ରାମବାସୀଙ୍କ ପାଖକୁ ଆସି ଅଧୀକ୍ଷଣ ଯନ୍ତ୍ରୀ ବୁଦ୍ଧେଶ୍ବର ମହାପାତ୍ର ଓ ତାଙ୍କ ଅଫିସର ଏସଡିଓ , ଜେଇ ଚାଲିଥିବା ରାସ୍ତା କାମର ଏଷ୍ଟିମେଟ ଆଣି ଦେଖାଇ ବୁଝାଇବାକୁ ଚେଷ୍ଟା କରିବା ସହ ଠିକାଦାରଙ୍କ ଏଗ୍ରିମେଣ୍ଟ କପି ଦେଖାଇଥିଲେ। ଉଚ୍ଚମାନର କାମ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପୂର୍ବତନ ଏମପି ମିଶ୍ର ଓ ଗ୍ରାମବାସୀ ଧାରଣାରୁ ଉଠିଥିଲେ। ତେବେ ରାସ୍ତା କାମ ନିମ୍ନମାନର ହେଲେ ଆଗକୁ ଅଧିକ ଲୋକ ଆସି ଆର୍‌ଡି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଦିଗପହଣ୍ଡି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ: ତାତିଲେ ଲୋକେ, ପୋଲିସ ହସ୍ତକ୍ଷେପ ପରେ…

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପିତାମ୍ବରପୁର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ମଙ୍ଗଳବାର ଜଣେ ଗ୍ରାହକଙ୍କ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri